ଏପରି ଦେଶ, ବିବାହ ନିମନ୍ତେ କରିବାକୁ ପଡ଼େ ଚୋରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ଏପରି ଦେଶ, ବିବାହ ନିମନ୍ତେ କରିବାକୁ ପଡ଼େ ଚୋରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆମ ସମାଜରେ ଥରେ ବିବାହ କଲେ ଏହାକୁ ସାମାଜିକ ସ୍ୱିକୃତୀ  ମିଳିଥାଏ। ହେଲେ ପଶ୍ଚିମ ଆଫ୍ରିକାରେ ଏପରି ଜନଜାତି ଅଛନ୍ତି ଯେଉଁଠାରେ ପୁରୁଷମାନଙ୍କୁ ଦ୍ୱିତୀୟ ବିବାହର ଅନୁମତି ମିଳିଥାଏ। ହେଲେ ଏଥିନିମନ୍ତେ ସେମାନଙ୍କୁ କିଛି କଷ୍ଟ କରିବାକୁ ପଡ଼ିଥାଏ। ଏଥିଲାଗି ସେମାନଙ୍କୁ ପର ସ୍ତ୍ରୀକୁ ଚୋରି କରି ବିବାହ କରିବାକୁ ପଡ଼ିଥାଏ। ଏହା ପୁଣି ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ଅଗୋଚରରେ। ପରେ କିନ୍ତୁ ଏହି ବିବାହକୁ ସାମାଜିକ ସ୍ୱିକୃତୀ ମିଳିଥାଏ।

ଏହା ଏଠାରେ ଏକ ପରମ୍ପରା। ଏଥିରେ ଥିବା ରୋଚକ ତଥ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ପ୍ରକାର ବିବାହ ନିମନ୍ତେ ଏହି ସମ୍ପ୍ରଦାୟ ଲୋକେ ବହୁ ପରିଚିତ। ଏହି ସମ୍ପ୍ରଦାୟ ଲୋକେ ପ୍ରଥମ ବିବାହ ନିଜ ପରିବାର ଲୋକଙ୍କ ସମ୍ମତିକ୍ରମେ କରିଥାନ୍ତି। କିନ୍ତୁ ଏହାପରେ ଦ୍ୱିତୀୟ ବିବାହ କରିବାର ପରମ୍ପରା ଟିକେ ଅଲଗା। ଏଥିନିମନ୍ତେ ଅନ୍ୟଜଣଙ୍କ ସ୍ତ୍ରୀକୁ ଚୋରି କରିବାକୁ ପଡ଼ିଥାଏ। ଏହା ନ କରି ପାରିଲେ ଉକ୍ତ ବ୍ୟକ୍ତିଙ୍କର ଦ୍ୱିତୀୟ ବିବାହ କରିବାର ଅଧିକାର ମଧ୍ୟ ନାହିଁ ବୋଲି ଏଠାରେ ଧରି ନିଆଯାଏ।

ସବୁ ବର୍ଷ ଏଠାରେ ଏକ ଉତ୍ସବ ଧୁମଧାମରେ ପାଳନ କରାଯାଏ। ଏଥିରେ ପୁରୁଷମାନେ ପୁରା ସଜବାଜ ହୋଇ ନିଜ ଚେହେରାରେ ରଙ୍ଗର ବହଳ ପରସ୍ତ ଲଗାଇଥାନ୍ତି। ଫଳରେ ଅନ୍ୟମାନେ ସେମାନଙ୍କୁ ଚିହ୍ନି ପାରି ନ ଥାନ୍ତି। ଏହାପରେ ନୃତ୍ୟ ଗୀତ ଆସରରେ ସମସ୍ତେ ଝୁମିଥାନ୍ତି। ଏଥିରେ ସେମାନେ ଅନ୍ୟ ପୁରୁଷଙ୍କ ସ୍ତ୍ରୀଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିଥାନ୍ତି।

କିନ୍ତୁ ଏପରି ମଜା ମଜଲିସ ମଧ୍ୟରେ ଏହାର ଧ୍ୟାନ ରଖିବାକୁ ପଡ଼ିବ ଯେ, ଯେପରି ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଏହାର ସୁରାକ ବି ନ ଜଣାପଡେ। ଏହାପରେ ସୁଯୋଗ ଦେଖି ଉଭୟ ପଳାଇଥାନ୍ତି।  କିଛି ଦିନ ପରେ ଉକ୍ତ ସମ୍ପ୍ରଦାୟର ପୁରୁଖା ଲୋକେ ଉଭୟଙ୍କୁ ଖୋଜି ବାହାର କରି ସେମାନଙ୍କ ବିବାହ କରାଇ ଦେଇଥାନ୍ତି। ଏହାକୁ ପ୍ରେମ ବିବାହର ମାନ୍ୟତା ମିଳିଥାଏ।



from Odisha Reporter http://bit.ly/2IDFZy3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages