ରାହାଣେଙ୍କ ଶତକକୁ ଫିକା କଲେ ପନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ରାହାଣେଙ୍କ ଶତକକୁ ଫିକା କଲେ ପନ୍ତ

ଜୟପୁର: ଋଷଭ ପନ୍ତ ଓ ଶିଖର ଧୱନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲରେ ସୋମବାର ଖେଳାଯାଇଥିବା ଏକ ମ୍ୟାଚରେ ଆଜିଙ୍କ୍ୟ ରାହାଣେଙ୍କ ଶତକକୁ ଫିକା କରି ରାଜସ୍ଥାନ ରୟାଲ୍ସକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି।

ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୧ ରନ୍ କରିଥିଲା। ଜବାବରେ ଦିଲ୍ଲୀ ପନ୍ତ (୭୮ ରନ୍, ୩୬ ବଲ୍, ୪ ଚୌକା ଓ ୬ ଛକା), ଧୱନ୍ (୫୪) ଓ ପୃଥ୍ୱୀ ଶ’ (୪୨)ଙ୍କ ଇନିଂସ୍ ବଳରେ ୪ ବଲ୍ ବାକି ଥାଇ ୪ ୱିକେଟରେ ୧୯୩ ରନ୍ କରି ବିଜୟୀ ହୋଇଥିଲା।

ପୃଥ୍ୱୀ ଧୱନଙ୍କ ସହ ପ୍ରଥମ ୱିକେଟ୍ ପାଇଁ ୭୨ ଓ ପନ୍ତଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୮୪ ରନର ଭାଗୀଦାରୀ କରିଥିଲେ। ଗତ ୬ ମ୍ୟାଚରେ ଦିଲ୍ଲୀର ଏହା ପଞ୍ଚମ ବିଜୟ ଏବଂ ଟିମ୍ ୧୧ ମ୍ୟାଚରେ ୧୪ ପଏଣ୍ଟ ସହ ଶୀର୍ଷରେ ପହଞ୍ଚିଛି। ଚେନ୍ନାଇ ସୁପର କିଙ୍ଗସ୍ ୧୦ ମ୍ୟାଚରେ ୧୪ ପଏଣ୍ଟ ସହ ଦ୍ୱିତୀୟରେ ରହିଛି। ରୟାଲ୍ସ ଟିମ୍ ୧୦ ମ୍ୟାଚରେ ୬ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି ଏବଂ ଟିମର ପ୍ଲେଅଫ୍ ପହଞ୍ଚିବା ଏବେ କଷ୍ଟକର ହୋଇପଡିଛି।

ଏହା ପୂର୍ବରୁ ରାହାଣେ କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ୍ ଖେଳି ୬୩ ବଲରେ ୧୧ ଚୌକା ଓ ୩ ଛକା ସହ ଅପରାଜିତ ୧୦୫ ରନ୍ କରିଥିଲେ। ସେ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ (୫୦)ଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୧୩୦ ରନ୍ ଯୋଡ଼ିଥିଲେ, ଯଦ୍ଦ୍ୱାରା ରୟାଲ୍ସ ନିର୍ଦ୍ଧାରିତ ଓଭରରେ ୧୯୧ ରନ୍ କରିବାକୁ ସକ୍ଷମ ହୋଇଥିଲା।

ସ୍ମିଥ୍ ୩୨ ବଲର ନିଜ ଇନିଂସରେ ୮ ଚୌକା ମାରିଥିଲେ। ଏହି ଦୁହିଁଙ୍କ ବ୍ୟତୀତ ଷ୍ଟୁଆର୍ଟ ବିନ୍ନି (୧୯) ହିଁ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ। ରାଜସ୍ଥାନ ଟିମ୍ ଶେଷ ୫ ଓଭରରେ ନୈରାଶ୍ୟଜନକ ବ୍ୟାଟିଂ କରି ମାତ୍ର ୪୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା ୨ଟି, ଈଶାନ୍ତ ଶର୍ମା, ଅକ୍ଷର ପଟେଲ ଓ କ୍ରିସ୍ ମୋରିସ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

୧୯୨ ରନର ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଦିଲ୍ଲୀ ଟିମକୁ ଧୱନ୍ ଦମଦାର ଆରମ୍ଭ ଦେଇଥିଲେ। ଧୱନ୍ ମାତ୍ର ୨୫ ବଲରେ ଅର୍ଦ୍ଧଶତକ ମାରି ନିଜର ଦମଦାର ଫର୍ମ ଜାରି ରଖିଥିଲେ। ତାଙ୍କୁ ଅନ୍ୟତମ ଓପ୍ନର ପୃଥ୍ୱୀ ଭରପୂର ସହଯୋଗ କରିଥିଲେ। ତେବେ ଦଳର ସ୍କୋର ୭୨ ଥିବା ବେଳେ ଧୱନଙ୍କୁ ଶ୍ରେୟସ ଗୋପାଲ୍ ଆଉଟ୍ କରିଥିଲେ।

ଧୱନ୍ ନିଜ ଅର୍ଦ୍ଧଶତକୀୟ ଇନିଂସରେ ୨୭ ବଲର ସାମ୍ନା କରି ୮ ଚୌକା ଓ ୨ ଛକା ମାରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଧିନାୟକ ଶ୍ରେୟସ ଆୟର୍ ମାତ୍ର ୪ ରନ୍ କରି ରିୟାନ୍ ପରାଗଙ୍କ ଶିକାର ହୋଇଥିଲେ। ଲଗାତାର ଦୁଇ ୱିକେଟ୍ ହରାଇଥିବା ଦିଲ୍ଲୀକୁ ପନ୍ତ ଓ ପୃଥ୍ୱୀ ସଙ୍କଟରୁ ରକ୍ଷା କରିଥିଲେ।

ପନ୍ତ ଠିକଣା ସମୟରେ ଫର୍ମକୁ ଫେରିଥିଲେ ଏବଂ ୨୬ ବଲରେ ଅର୍ଦ୍ଧଶତକ ମାରି ଟିମକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। ପୃଥ୍ୱୀ ମଧ୍ୟ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଫର୍ମକୁ ଫେରିଥିଲେ। ଟିମର ସ୍କୋର ୧୬୧ ଥିଲା ବେଳେ ପୃଥ୍ୱୀଙ୍କୁ ଗୋପାଲ୍ ଆଉଟ୍ କରିଥିଲେ। ପୃଥ୍ୱୀ ୩୯ ବଲରେ ୪ ଚୌକା ଓ ୧ ଛକା ମାରିଥିଲେ। ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶେରଫେନ୍ ରଦରଫର୍ଡ ୫ ବଲରେ ୧ ଚୌକା ଓ ୧ ଛକା ସହ ୧୧ ରନ୍ କରି ଆଉଟ୍ ହୋଇଥିଲେ।

ଦିଲ୍ଲୀକୁ ଶେଷ ଓଭରରେ ୬ ରନ୍ ଆବଶ୍ୟକ ହେଉଥିଲା ଏବଂ ପନ୍ତ ଉନାଦକତଙ୍କୁ ଛକା ମାରି ନିଜ ଟିମକୁ ବିଜୟୀ କରାଇଥିଲେ। ପନ୍ତଙ୍କ ସହ କଲିନ୍ ଇନଗ୍ରାମ୍ (୩) ଅପରାଜିତ ଥିଲେ। ରୟାଲ୍ସ ପକ୍ଷରୁ ଗୋପାଲ୍ ୨ଟି, କୁଲକର୍ଣ୍ଣି ଓ ପରାଗ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।



from Odisha Reporter http://bit.ly/2DtBpyl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages