ଦେବୀଙ୍କ ଦୃଢୋକ୍ତି, କହିଲେ, “ମୋଦି ହାୱା ନାହିଁ, ମୁଁ ଶତ ପ୍ରତିଶତ ଜିତିବି” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଦେବୀଙ୍କ ଦୃଢୋକ୍ତି, କହିଲେ, “ମୋଦି ହାୱା ନାହିଁ, ମୁଁ ଶତ ପ୍ରତିଶତ ଜିତିବି”

ଆଠଗଡ଼(ନୀଳକଣ୍ଠ ଦୋରା): ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପୁଣି ଥରେ ପ୍ରାର୍ଥୀ କରିଛି ଦେବୀପ୍ରସାଦ ମିଶ୍ରଙ୍କୁ । ଶ୍ରୀ ମିଶ୍ର ଆଜି ନିଜ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଓଡ଼ିଶା ରିପୋର୍ଟର ତାଙ୍କୁ କିଛି ପ୍ରଶ୍ନ କରିଥିଲା। ଯାହାର ଉତ୍ତର ଦେଇ ଏଥର ନିର୍ବାଚନ ଜିତିବାର ଶହେ ପ୍ରତିଶତ ଗ୍ୟାରେଣ୍ଟି ଦେଇଛନ୍ତି ମିଶ୍ର। ମୋଦି ହାୱା ନାହିଁ ଓ ସେ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହି ଅବସରରେ ଆମ ପ୍ରତିନିଧି ତାଙ୍କୁ କିଛି ପ୍ରଶ୍ନ କରିଥିଲେ। ତା ହେଲେ ଆସନ୍ତୁ ଜାଣିବା ଉତ୍ତର ଦେଇ କଣ କହିଛନ୍ତି ଦେବୀ ।

ପ୍ରଶ୍ନ: ବିଜେଡି ଆପଣଙ୍କ ହାତରେ ପୁଣି ଦାୟିତ୍ୱ ଦେଇଛି। କେତେ ଭରସା ରଖିବେ ଆପଣ ?

ଉତ୍ତର: ବଡମ୍ବା ନରସିଂହପୁର ଅଞ୍ଚଳ ବିକାଶ ଧାରା ଆଗକୁ ଗଡୁଛି। ବିଭିନ୍ନ ସରକାରୀ ଯୋଜନାର ସୁଫଳ ପାଉଛନ୍ତି ଜନ ସାଧାରଣ। ଏଣୁ ଏଠାକର ଭୋଟରଙ୍କ ଆଶୀର୍ବାଦ ମୋ ଉପରେ ରହିଛି। ଚକ ହେଉକି ଶଂଙ୍ଖ ଚିହ୍ନ, ବିଜୁ ବାବୁ ହୁଅନ୍ତୁ କି ନବୀନ ବାବୁ, ଏ ଅଞ୍ଚଳର ବିକାଶର ଗାଡି ସେମାନଙ୍କ ସହାୟତାରେ ଆଗକୁ ବଢୁଛି ।୨୫ ବର୍ଷ ତଳେ ଯେଉଁ ଅବସ୍ଥାରେ ଥିଲା ଆଜି ତାହାର ପରିବର୍ତ୍ତନ ଘଟିଛି। ପୂର୍ଣ୍ଣାଙ୍ଗ ବିକାଶ କ୍ଷେତ୍ରରେ ଆଗେଇଛି ଆମ ନିର୍ବାଚନ ମଣ୍ଡଳୀ।

ପ୍ରଶ୍ନ: ଗତ ପଞ୍ଚାୟତ ନିର୍ବାଚନର ଫଳାଫଳ ବିଜେଡି ପାଇଁ ନୈରାଶ୍ୟଜନକ ଥିଲା। ଏହାର ପ୍ରଭାବ ଏହି ନିର୍ବାଚନରେ ପଡିବ କି ?

ଉତ୍ତର: ୨୦୧୪ ପୂର୍ବରୁ ଯେଉଁ ପଞ୍ଚାୟତ ନିର୍ବାଚନ ହୋଇଥିଲା ସେତେବେଳେ ଆମ ନିର୍ବାଚନ ମଣ୍ଡଳୀ ବଡ଼ମ୍ବା ନଦୀକୂଳ ବାହିରୁ ଆମ ପ୍ରାର୍ଥୀ ୮ ହଜାର ଭୋଟରେ ପରାସ୍ତ ହୋଇଥିଲେ। କିନ୍ତୁ ମୁଁ ୧୦ ହଜାରରୁ ଅଧିକ ଭୋଟରେ ଜିତିଥିଲି। ଏଣୁ ଏହାର ସେଭଳି ପ୍ରଭାବିତ କରିବ ନାହିଁ।

ପ୍ରଶ୍ନ: ମୋଦି ଲହର ଅଡୁଆ ସୃଷ୍ଟି କରିବ କି ?

ଉତ୍ତର: ମୋଦି ଲହର ହେଉଥିବା ମୁଁ କାଇଁ ଅନୁଭବ କରୁନି। ଜନ ସାଧାରଣ ମଧ୍ୟ ସେମିତି କିଛି ଅନୁଭବ କରୁନାହାନ୍ତି। ତାହା ନିର୍ବାଚନ ଫଳ କହିବ।

ପ୍ରଶ୍ନ: ଆପଣ ଜିତିବା ନେଇ କେତେ ଆଶାବାଦୀ ଅଛନ୍ତି?

ଉତ୍ତର: ଶତକଡା ୧୦୦ ପ୍ରତିଶତ।



from Odisha Reporter https://ift.tt/2UzSuA6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages