ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପାଇଁ ଅଡୁଆଡେ ପଡିଯିବ କି ବିଜେଡି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପାଇଁ ଅଡୁଆଡେ ପଡିଯିବ କି ବିଜେଡି ?

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବୁଗୁଡ଼ା, ପୋଲସରା ବ୍ଲକକୁ ନେଇ ଗଠିତ ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀ ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଗଡ଼ ଭାବେ ସାରା ରାଜ୍ୟରେ ଜଣାଶୁଣା। ବଣ, ପାହାଡ ଘେରା ଏହି ନିର୍ବାଚନ ମଣ୍ଡଳୀରେ ବାଘୁଆ ଓ ଧନେଇ ଭଳି ୨ଟି ବଡ଼ ଡ୍ୟାମ୍‌ ରହିଛି। ଯାହାକି ଏହି ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ବରଦାନ କହିଲେ ଅତ୍ୟୁକ୍ତି ହେବନି। ବର୍ଷଯାକର ଚାଷ ପାଇଁ ଚାଷୀଙ୍କୁ ପାଣି ଯୋଗାଉଛି ଏହି ଡ୍ୟାମ୍‌। ହେଲେ ଏହି ନିର୍ବାଚନମଣ୍ଡଳୀର ଏମିତି ଅନେକ ଗ୍ରାମ ରହିଛି ଯେଉଁଠି ଏବେ ବି ପିଇବା ପାଣି ସମସ୍ୟା ରହିଛି। ଚାଷ ଜମିକୁ ପାଣି ମଡାଇବାର ବ୍ୟବସ୍ଥା ନାହିଁ। ଏହି ସମସ୍ୟା ଏଥର ପ୍ରାର୍ଥୀଙ୍କ ପାଇଁ ଅଡୁଆ କରିବ ବୋଲି ଚର୍ଚ୍ଚା।

ରାଜନୈତିକ ପାଣିପାଗ

ଗତ ନିର୍ବାଚନ ସମୟରେ ଏଠାରେ ୧୨ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। ତେବେ ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ହୋଇଥିଲା। ବିଜେପି ୩ୟ ସ୍ଥାନରେ ଥିଲା । ୨୦୧୪ରେ ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଥିବା ବର୍ତ୍ତମାନ ବିଧାୟକ ଶ୍ରୀକାନ୍ତ ସାହୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଗୋକୁଳା ନନ୍ଦ ମଲ୍ଲିକଙ୍କୁ ୨୧ ହଜାର ୨୧୭ ଭୋଟରେ ହରାଇଥିଲେ। ବିଜେପିର ପ୍ରାର୍ଥୀ ତଥା ପୂର୍ବତନ ସାଂସଦ କୁମୁଦନୀ ପଟ୍ଟନାୟକ ୧୮୪୬୭ଭୋଟ ପାଇ ୩ୟ ସ୍ଥାନରେ ରହିଥିଲେ।

ଏଥର ବିଜେଡି ପୁଣି ଥରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଟିକେଟ ଦେଇଛି । କଂଗ୍ରେସ ଛାଡ଼ିଥିବା ଗୋକୁଳାନନ୍ଦ ମଲ୍ଲିକ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଏବଂ କଂଗ୍ରେସ ପକ୍ଷରୁ ହରିଚରଣ ସ୍ୱାଇଁ ନିର୍ବାଚନୀ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହେଉଛନ୍ତି।

ଉଚ୍ଚଶିକ୍ଷିତ ନା ସ୍ୱଳ୍ପ ଶିକ୍ଷିତ କାହାକୁ ଯିବ ଭୋଟ୍‌ ?

ଗଲାଥର ଭଳି ଏଥର ବିଜେଡି ପାଇଁ ପଥ ନିଷ୍କଣ୍ଟକ ନୁହେଁ । ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ସଂଗଠକ ପ୍ରଭାକର ପଣ୍ଡା ପୂର୍ବରୁ ବିଜେଡିରେ ରହିଥିଲେ। ଯେଉଁମାନେ କି ଗତ ନିର୍ବାଚନରେ ବିଜେଡିର ହାତମୁଠା ଦୃଢ କରିଥିଲେ। କିନ୍ତୁ ଏଥର ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ି ବିଜେପିରେ ମିଶିଛନ୍ତି ଉଭୟ ନିରଞ୍ଜନ ଓ ପ୍ରଭାକର। ଉଭୟେ ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ସମର୍ଥନ କରୁଥିବାରୁ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କ ପାଇଁ ଟିକେ ଅଡୁଆ ହେବ। ଖାଲି ସେତିକି ନୁହେଁ ଶ୍ରୀକାନ୍ତ ସାହୁଙ୍କ ମାଟ୍ରିକ ସାର୍ଟିଫିକେଟକୁ ନେଇ ମାମଲା ଏବେ ହାଇକୋର୍ଟରେ ଥିବାରୁ ଏହା ମଧ୍ୟ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା।



from Odisha Reporter https://ift.tt/2CQUoCu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages