ସମ୍ବଲପୁରରେ ମୋଦି-କହିଲେ ଯାହାର ପିସିରେ ମନ, ତାଙ୍କର ଆପଣଙ୍କ କଥା କେମିତି ମନେପଡ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ସମ୍ବଲପୁରରେ ମୋଦି-କହିଲେ ଯାହାର ପିସିରେ ମନ, ତାଙ୍କର ଆପଣଙ୍କ କଥା କେମିତି ମନେପଡ଼ିବ

ସମ୍ବଲପୁର(ସଞ୍ଜୟ ଜେନା):ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗଦେଇ ଉଦ୍‌ବୋଧନ ଦେଇଛନ୍ତି। ସମ୍ବଲପୁରରେ ରେମେଡ୍ ଛକ ପଡ଼ିଆରେ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇ ମୋଦି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ବିରୋଧୀଙ୍କ ଉପରେ ବର୍ଷିଥିଲେ। ମୋଦି କହିଛନ୍ତି ଯେ, ମୋ ଭ୍ରଷ୍ଟାଚାର ବିରୋଧୀ ନୀତି ଦେଖି ମତେ ତଡ଼ିବାକୁ ବସିଛନ୍ତି। ସ୍ୱାଧୀନତାର ଏତେ ବର୍ଷ ପରେ ବି ଓଡ଼ିଶା ଲୋକ ଗରିବ ରହିଛନ୍ତି ଏଠାରେ ବିଦ୍ୱେଷ, ଅସମାନତା ଭାବ ସୃଷ୍ଟି କରାଯାଇଛି। ଏଠାରେ ମହାନଦୀ, ହୀରାକୁଦ ପରି ଜଳ ସଂପଦ ରହିଛି। ତେବେ ଧାନକୁ ରୋଗରୁ ମୁକ୍ତ ପାଇଁ ରାଜ୍ୟ ବ୍ୟବସ୍ଥା କରିନାହିଁ ଏମ୍ଏସପି ବଢ଼ାଯାଇଛି ରାଜ୍ୟ ସେ ଲାଭ ଚାଷୀଙ୍କୁ ଦେଉନାହିଁ।

ଏଠାରେ ପିଏମ୍ କିଷାନରେ ଚାଷୀମାନେ ଲାଭ ପାଉ ନାହାନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ବି ବିଜେପି ସରକାର ହେବା ଜଣାପଡ଼ିଯାଇଛି। ଆମ ଦେଶରେ ପ୍ରାକୃତିକ ସଂପଦର ଅଭାବ ନାହିଁ। ତାକୁ ଠିକ ଭାବେ କାର୍ଯ୍ୟକାରୀ କରିବାରେ ଅଭାବ ରହିଥିଲା। ଦିଲ୍ଲୀରୁ ଆସୁଥିବା ଟଙ୍କା ଲୋକଙ୍କ ପାଖରେ ଠିକ ଭାବେ ପହଞ୍ଚୁ ନଥିଲା। ଦିଲ୍ଲୀରୁ ୧ ଟଙ୍କା ଆସିଲେ, ୮୫ ପଇସା ଦଲାଲ ନେଇଯାଉଥିଲା।

ଦଲାଲ ୮୫ ପଇସା ନେଇଗଲେ, ଦେଶରେ ଉନ୍ନତି ହୋଇପାରିବ କି ପ୍ରଶ୍ନ କରିଥିଲେ ମୋଦି। ସ୍ୱାଧୀନତା ପରଠାରୁ ଏ ଭ୍ରଷ୍ଟାଚାର ଚାଲିଥିଲା, କେହି ରୋକୁ ନଥିଲେ। ମୋଦି ଆସିବା ପରେ ଏ ଭ୍ରଷ୍ଟାଚାର ବନ୍ଦ ହୋଇଯାଇଛି। ଦିଲ୍ଲୀରୁ ୧ ଟଙ୍କା ଆସିଲେ, ସବୁ ଟଙ୍କା ଲୋକଙ୍କ ପାଇଁ ଖର୍ଚ୍ଚ ହେଉଛି ବୋଲି ମୋଦି କହିଥିଲେ। ସେ କହିଛନ୍ତି ଯେ, ପୁଣି ମୋଦି ସରକାର ଆସିଲେ ଚାଷୀଙ୍କ ଖାତାକୁ ସିଧା ଟଙ୍କା ଯିବ। କୌଣସି ଦଲାଲ ଚାଷୀଙ୍କ ଟଙ୍କାରେ ହାତ ମାରିପାରିବ ନାହିଁ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, ଯାହାର କେବଳ ପିସିରେ ମନ, ତାଙ୍କର ଆପଣଙ୍କ କଥା କେମିତି ମନେପଡ଼ିବ। ଚିଟଫଣ୍ଡରେ ଯିଏ ବୁଡ଼ିଛନ୍ତି, ସେ କେମିତି ପଣଙ୍କ କଥା ବୁଝିବେ ବୋଲି ମୋଦି କହିଛନ୍ତି।



from Odisha Reporter http://bit.ly/2VLeDZG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages