ନକ୍ସଲ ନେଲେ ଆଉ ଏକ ମୁଣ୍ଡ, ଗାଁ ମଝିରେ ଗୁଳି କରି ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ନକ୍ସଲ ନେଲେ ଆଉ ଏକ ମୁଣ୍ଡ, ଗାଁ ମଝିରେ ଗୁଳି କରି ମାରିଦେଲେ

naxalkilled

ପାଟଣାଗଡ଼(ଓଡ଼ିଶା ରିପୋର୍ଟର): ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନକ୍ସଲ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ଖୁରିପାଣି ଗାଁରେ ଘଟିଛି ଏ ଘଟଣା। ମୃତ ବ୍ୟକ୍ତିଙ୍କ ନାଁ ତ୍ରିଲୋଚନ ତରିଆ(୪୫)।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ବେଳେ ୨୦ରୁ ୨୫ ଜଣ ନକ୍ସଲ ଗାଁକୁ ଆସିଥିଲେ। ସେମାନେ ତ୍ରିଲୋଚନଙ୍କୁ ଘରୁ ଡାକି ନେଇଥିଲେ। ଗାଁ ମଝିରେ ତାଙ୍କ ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ତା’ ପରେ ସେମାନେ ତାଙ୍କୁ ଗୁଳି କରି ମାରି ଦେଇଥିଲେ।

ମୃତଦେହ ଉପରେ ନକ୍ସଲମାନେ ଏକ ହାତଲେଖା ଚିଠି ଛାଡ଼ି ଯାଇଥିଲେ। ତ୍ରିଲୋଚନ ପୁଲିସ୍‌ ଇନ୍‌ଫର୍ମର ଭାବରେ କାମ କରୁଥିବାରୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ଏଥିରେ ଲେଖାଯାଇଥିଲା। ଏଥିରେ ଗାଁର ଆଉ କିଛି ଲୋକଙ୍କ ନାଁ ବି ଲେଖାଯାଇଥିଲା। ସେମାନଙ୍କୁ ସୁଧୁରି ଯିବା ପାଇଁ ନକ୍ସଲମାନେ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଲେରପଙ୍ଗା ଗାଁରେ ନକ୍ସଲମାନେ କୈଳାସ ଦିଗଲ ନାମକ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଥିଲେ। ତେବେ ତାଙ୍କୁ ନକ୍ସଲ କାହିଁକି ମାରିଲେ, ତାହା ସ୍ପଷ୍ଟ ହୋଇପାରିନି।

ଚଳିତ ନିର୍ବାଚନୀ ଋତୁରେ ନକ୍ସଲମାନେ ରାଜ୍ୟରେ ଏ ଦୁଇ ଜଣଙ୍କୁ ମିଶାଇ ତିନି ଜଣଙ୍କ ମୁଣ୍ଡ ନେଇ ସାରିଲେଣି। ଏପ୍ରିଲ୍ ୧୭ ତାରିଖରେ କନ୍ଧମାଳ ଜିଲ୍ଲାରେ ନକ୍ସଲମାନେ ସଂଯୁକ୍ତା ଦିଗଲ୍ ନାମକ ଜଣେ ପୋଲିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେ ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ନକ୍ସଲମାନେ ତାଙ୍କୁ ହତ୍ୟା କରିଥିଲେ। ସେହିଦିନ ନକ୍ସଲମାନେ କନ୍ଧମାଳ ଜିଲ୍ଲାରେ ପୋଲିଂ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ମଧ୍ୟ ପୋଡ଼ି ଦେଇଥିଲେ।



from Odisha Reporter http://bit.ly/2PzLApG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages