ଆପଣଙ୍କ କେଶ ଧଳା ହୋଇ ଉପୁଡ଼ି ଯାଉଛି କି? ବ୍ୟବହାର କରନ୍ତୁ ପିଜୁଳି ପତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

ଆପଣଙ୍କ କେଶ ଧଳା ହୋଇ ଉପୁଡ଼ି ଯାଉଛି କି? ବ୍ୟବହାର କରନ୍ତୁ ପିଜୁଳି ପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମ୍‌ ବୟସରେ ଆପଣଙ୍କ କେଶ ଧଳା ହୋଇ ଉପୁଡ଼ି ଯାଉଛି କି? ଯଦି ହଁ ତାହାଲେ ଏହି ବିଷୟଟି ପୂରାପୂରି ଆପଣଙ୍କ ପାଇଁ। ଆଜିକାଲି ଦେଖାଯାଉଛି ଯେ,  ଖୁବ୍‌ କମ୍‌ ବୟସରେ ବି କେଶ ପାଚି ଯାଉଛି। ଏହା ସହ  ବହୁ କେଶ ଉପୁଡି ମଧ୍ୟ ଯାଉଛି।  ଏହାର ପ୍ରତିକାର ପାଇଁ ତଥା ଏପରି ସମସ୍ୟାରୁ ମୁକୁଳିବା ଲାଗି ଆମେ ବହୁ ଉପଚାର କରିବା ସହ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାଉ। ଆମେ ଏଥିପାଇଁ ବିଭିନ୍ନ ପ୍ରକାର ଘରୋଇ ଉପଚାର କରିବା ସହ ବାହାରୁ ମଧ୍ୟ ବିଭିନ୍ନ ପ୍ରକାର ଔଷଧ କିମ୍ବା ତେଲ ବ୍ୟବହାର କରିଥାଉ। ହେଲେ ସେପରି ଆଶାତୀତ ଫଳ ପାଇପାରି ନ ଥାଉ।

ତେବେ ଏହା କ’ଣ ଆପଣ ଜାଣିଛନ୍ତି କି, ପିଜୁଳି ପତ୍ରକୁ ପେଷ୍ଟ କରି କେଶରେ ଲଗାଇବା ଦ୍ୱାରା ଆମ କେଶ କେବଳ ଉପୁଡ଼ିବା ବନ୍ଦ ହୁଏ ନାହିଁ। ଏହା ଧଳା କେଶକୁ କଳା ମଧ୍ୟ କରିଥାଏ।

ଆପଣ ଯଦି କେଶ ଧଳା ହୋଇ ନ ଝଡ଼ିବା ପାଇଁ ବିଭିନ୍ନ ପ୍ରକାର ତେଲ ଏବଂ ସାମ୍ପୂ ବ୍ୟବହାର କରୁଛନ୍ତି,  ଆଉ ସେପରି ଫଳ ପାଇପାରୁ ନାହାନ୍ତି, ତେବେ ପିଜୁଳି ପତ୍ରର ବ୍ୟବହାର କରି ଦେଖନ୍ତୁ। ଏହା ଆପଣଙ୍କୁ ଫାଇଦା ନିଶ୍ଚୟ ଦେବ।

 ଦୂର କରେ ରୁପି ସମସ୍ୟା

ଆପଣ ପିଜୁଳି ପତ୍ର ଆଣି ତାକୁ ଖରାରେ ଶୁଖାଇ ଦିଅନ୍ତୁ। ଏହା ପରେ ଗ୍ରାଇଣ୍ଡ କରି ପାଉଡର୍‌ ତିଆରି କରିଦିଅନ୍ତୁ। ଏହା ପରେ ପିଜୁଳି ପତ୍ରର ପାଉଡର୍‌ରେ ଲେମ୍ବୁ ମିଶାଇ କେଶରେ ଲଗାନ୍ତୁ। ଏହାକୁ ଲଗାଇ ୧୫ରୁ ୨୦ ମିନିଟ୍‌ ଯାଏ କେଶରେ ରଖନ୍ତୁ।

ଏହା ପରେ ଆପଣ କେଶ ଧୋଇ ଦିଅନ୍ତୁ। ଏହା ଆପଣଙ୍କ କେଶର ରୁପି ସମସ୍ୟାକୁ ଦୂର କରିବ।

ଧଳା କେଶକୁ କଳା କରେ

ଆପଣ ଧଳା କେଶକୁ କଳା କରିବା ପାଇଁ ପାଣିରେ ପିଜୁଳି ପତ୍ର ସହ ଭୃଷଙ୍ଗ ପତ୍ରକୁ ଫୁଟାଇ ଦିଅନ୍ତୁ। ଏବେ ସେହି ପାଣିକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ତା ପରେ ସେହି ପାଣିରେ କେଶ ଧୋଇଦିଅନ୍ତୁ। ଏହା ପରେ ଆପଣ ଯେ କୌଣସି ସାମ୍ପୂରେ କେଶ ଧୋଇଦିଅନ୍ତୁ। ସପ୍ତାହ ମଧ୍ୟରେ ଆପଣ କେଶରେ ଫରକ୍‌ ଦେଖିପାରିବେ।

କେଶ ଝଡ଼ିବା ସମସ୍ୟା କରେ ଦୂର

କେଶ ଝଡ଼ିବା ସମସ୍ୟାକୁ ରୋକିବା ପାଇଁ ଆପଣ ପିଜୁଳି ପତ୍ରର ପାଉଡର୍‌ ସହ ଅଳ୍ପ ଅଁଳା ତେଲ ପକାଇ କେଶ ମୂଳରେ ହାଲୁକା ଭାବେ ମସାଜ୍‌ କରନ୍ତୁ। ଏହାକୁ ଏବେ ୩୦ ମିନିଟ୍‌ ପର୍ଯ୍ୟନ୍ତ କେଶରେ ଲଗାଇ ଛାଡ଼ି ଦିଅନ୍ତୁ। ଏହା ପରେ ଆପଣ ସାମ୍ପୂରେ କେଶ ଧୋଇ ଦିଅନ୍ତୁ। ଏହା କେଶ ଝଡ଼ିବା ସମସ୍ୟାକୁ ରୋକିବ।



from Odisha Reporter http://bit.ly/2KferR3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages