ପନ୍ତଙ୍କୁ ବଦନାମ ପାଇଁ ‍ଫିକ୍ସିଂ ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ପନ୍ତଙ୍କୁ ବଦନାମ ପାଇଁ ‍ଫିକ୍ସିଂ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଯୁବ କ୍ରିକେଟ୍‌ର ତଥା ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ରିଷଭ ପନ୍ତଙ୍କୁ ବଦନାମ କରିବାକୁ ହୋଇଥିବା ଷଡ଼ଯନ୍ତ୍ର ଭିଡିଓ ସୋଶାଲ୍‌ ମିଡିଆରେ ଝଡ଼ ସୃଷ୍ଟି କରିଛି। ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଚାଲିଥିବା ମ୍ୟାଚ୍‌ ଫିକ୍ସିଂ ହୋଇଛି ବୋଲି ପ୍ରଥମେ ପଳାତକ ଘୋଷିତ ପୂର୍ବତନ ଆଇପିଏଲ୍‌ ଚେୟାରମ୍ୟାନ୍‌ ଲଳିତ ମୋଦି ଟ୍ୱିଟ୍‌ କରି ଜଣାଇଥିଲେ। ସେ ଏକ ଭିଡିଓ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ପନ୍ତ ବୋଲିଂ ପୂର୍ବରୁ ବଲ୍‌ଟି ଚୌକା ହେବ ବୋଲି କହୁଥିବା ଶୁଣିବାକୁ ମିଳିଥିଲା।

ସତକୁ ସତ ଉକ୍ତ ବଲ୍‌ଟିକୁ କୋଲକାତା ନାଇଟ ରାଇଡର୍ସର ବ୍ୟାଟସ୍‌ମ୍ୟାନ୍‌ ରବିନ ଉଥାପ୍ପା ଚୌକା ମଧ୍ୟ ମାରିଥିଲେ। ତେବେ ବୋଲିଂ ପୂର୍ବରୁ ପନ୍ତ କେମିତି ବଲ୍‌ଟିକୁ ଚୌକା ହେବ ବୋଲି ଜାଣିଲେ, ତା’କୁ ନେଇ ସୋଶାଲ୍‌ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଅନ୍ୟପକ୍ଷରେ ଏହି ଭିଡିଓରେ ସତ୍ୟତା ନଥିବା ବିସିସିଆଇ କରିବା ସହ ପନ୍ତଙ୍କୁ ବଦନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛି। ଏଥିସହ ସୋଶାଲ୍‌ ମିଡିଆରେ ଏଭଳି ଭିଡିଓକୁ ବିସିସିଆଇ ହଟାଇ ଦେଇଛି।

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ପନ୍ତ ଉକ୍ତ ବାକ୍ୟ ପୂର୍ବ କ’ ଣ କହିଥିଲେ ସେକଥା କେହି ଶୁଣି ନାହାନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟସ ଆୟରଙ୍କୁ ସାମ୍ଭାବ୍ୟ ଚୌକାକୁ ରୋକିବା ପାଇଁ ଅଫ୍‌ ସାଇଟ୍‌ରେ ଫିଲ୍ଡିଂ ଶକ୍ତ କରିବାକୁ କହିଥିଲେ। ହେଲେ କିଛି ଅସାଧୁ ବ୍ୟକ୍ତି ଏହାକୁ ବିକୃତ କରି ପନ୍ତଙ୍କ ଭଳି ଜଣେ ଯୁବ ଖେଳାଳିଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ। ପ୍ରକୃତ ସତ୍ୟ ନ ଜାଣି ଜଣେ ଯୁବ ଖେଳାଳିଙ୍କୁ ବଦନାମ କରିବାକୁ ଚେଷ୍ଟା କରିବା ସଂପୂର୍ଣ୍ଣ ନିନ୍ଦନୀୟ। ଭିଡିଓର ସତ୍ୟତା ନ ଜାଣି ଏହାକୁ ଭାଇରାଲ କରିବା ଠିକ୍‌ ନୁହେଁ।”
ଆଇପିଏଲ୍‌ର ପ୍ରସାରଣ ଦାୟିତ୍ୱରେ ଥିବା ସଂସ୍ଥା ମଧ୍ୟ ବିଭିନ୍ନ ସୋଶାଲ୍‌ ମିଡିଆ ମୁଖ୍ୟଙ୍କୁ ଭିଡିଓକୁ ଯେମିତି ଭାଇରାଲ୍‌ ନ ହେବ, ସେ ବ୍ୟବସ୍ଥା କରିବାକୁ କହିଛି।



from Odisha Reporter https://ift.tt/2uCBY3V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages