
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଓଡ଼ିଶାର ମଧ୍ୟବର୍ତ୍ତି ଜିଲ୍ଲା ହେଉଛି ବୌଦ୍ଧ। ବୁଦ୍ଧଦେବଙ୍କ ନାମ ଅନୁସାରେ ଏହି ଜିଲ୍ଲାର ନାମ। ବୌଦ୍ଧ ପ୍ରଥମେ କନ୍ଧମାଳର ଏକ ଅଂଶ ଥିଲା। ୧୯୯୪ ମସିହା ଜାନୁୟାରୀ ୨ତାରିଖରେ ବୌଦ୍ଧ କନ୍ଧମାଳଠାରୁ ଅଲଗା ହୋଇ ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା। ସେହିଦିନଠାରୁ ଏଠାରେ ନିର୍ବାଚନ ଆଉଛି। ଏହି ବିଧାନସଭା କ୍ଷେତ୍ରଟି କନ୍ଧମାଳ ଲୋକସଭା କ୍ଷେତ୍ର ଅଧିନରେ ରହିଛି।ଏପ୍ରିଲ୍ ୧୮ରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଏଠାରେ ଜନତା ନିଜ ମତାଧିକାର ସାବ୍ୟସ୍ତ କରିବେ।
ରାଜନୈତିକ ଦୃଶ୍ୟପଟ୍ଟ: ଏହି ନିର୍ବାଚନ ମଣ୍ଡଳୀକୁ ବିଜେଡିର ଗଡ଼ କୁହାଯାଉଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନରୁ ବିଜେପି ଧୀରେଧୀରେ ଏଠାରେ ପତିଆର ବିସ୍ତାର କରୁଛି । ୨୦୦୦ସାଧାରଣ ନିର୍ବାଚନଠାରୁ ବିଜେଡି ଜନସର୍ମଥନ ବଜାୟ ରଖିଛି । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡି ସର୍ବାଧିକ ବାର ଏଠାରେ ବିଧାୟକ ପଦକୁ ହାତେଇଛି । ୨୦୦୦ରେ ସ୍ୱାଧୀନ ଓ ୨୦୦୪ରୁ ତିନି ତିନି ଥର ବିଜେଡି ବିଧାୟକ ଭାବେ ନିର୍ବାଚିତ ହେବାପରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍ ଓଡିଶା ବିଧାସଭାର ବାଚସ୍ପତି ହୋଇଛନ୍ତି।

ସମସ୍ୟା ଓ ସୁଧାର: ୨୦୧୪ ରେ ବିଧାୟକ ହେବାପରେ ବିଧାୟକ ଅମାତ୍ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ବହୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଶାନୁରୂପ ବିକାଶ ହୋଇ ନ ଥିବା କୁହାଯାଉଛି। ଏପଟେ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ତିନୋଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ, ଡିଗ୍ରୀ ମଡେଲ କଲେଜ ଏବଂ ସ୍ଵତନ୍ତ୍ର ଭାବେ ଏଗରୋ ପଲିଟେକ୍ନିକ କଲେଜ ସ୍ଥାପନ ହୋଇଛି । ବୌଦ୍ଧ ଡାକ୍ତରଖାନାରେ ଖାଲି ପଡିଥିବା ୨୨ଟି ଡାକ୍ତରୀ ପଦବୀ ପୂରଣ ହୋଇଛି। କିଆକଟା, ଧଲପୁର, ଆଠମଲ୍ଲିକ ଆଦି ସେତୁ ନିର୍ମାଣ ହୋଇଛି। ଏଣୁ ଏ ସବୁ ବିକାଶ ମୂଳକ କାର୍ଯ୍ୟର ଦ୍ୱାହି ଦେଇ ବିଜେଡି ଗାଦି ହାତେଇବା ଲକ୍ଷ୍ୟରେ ଅଛି।
ଏହି ନିର୍ବାଚନମଣ୍ଡଳୀର ଲୋକେ କୃଷି ଉପରେ ନିର୍ଭରଶୀଳ। ମାତ୍ର ମହାନଦୀ କୂଳରେ ରହିଥିଲେ ସୁଦ୍ଧା ଏମାନେ ପ୍ରତ୍ୟେକ ବର୍ଷ ମରୁଡ଼ିର ଶିକାର ହୋଇଥାନ୍ତି । ସେଥିପାଇଁ ମହାନଦୀରେ ବ୍ୟରେଜ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହେଉଛି। ଯାହା ଆଜି ଯାଏ ହୋଇ ପରିନି । ପଶ୍ଚିମ ଓଡିଶାର ଲାଇଫ ଲାଇନ କୁହାଯାଉଥିବା ଖୋର୍ଦ୍ଧା ବଲାଙ୍ଗିର ରେଳପଥ ବୌଦ୍ଧରେ ଅଟକି ଯାଇଛି । ନୟାଗଡ଼ରୁ ରେଳ ଗଡିଲାଣି । ଏପଟେ ବଲାଙ୍ଗିରଠାରୁ ସୋନପୁର ଅଧା ପର୍ଯ୍ୟନ୍ତ ଧାରଣା କାମ ସରିଥିଲେ ମଧ୍ୟ ଜମି ଅଧିଗ୍ରହଣ ହୋଇ ନ ଥିବାରୁ ବୌଦ୍ଧକୁ ରେଳସେବା ଛୁଇଁପାରୁନି। ଏଣୁ ଏ ସବୁ ସମସ୍ୟା ବିଜେଡିର ଅଙ୍କ ବିଗାଡିପାରେ ବୋଲି ଚର୍ଚ୍ଚା ହେଉଛି।
ବିଜେପି: ବିଜେପି ଦଳରୁ ପ୍ରାର୍ଥୀ ଭାବରେ ରହିଛନ୍ତି ବୌଦ୍ଧ ନିର୍ବାଚନ ମଣ୍ଡଳୀରୁ ବରିଷ୍ଠ ଯୁବ ନେତା ସୁଶାନ୍ତ କୁମାର ପ୍ରଧାନ। ବିଗତ ନିର୍ବାଚନଗୁଡିକରେ ସେ ଅମାତଙ୍କୁ କଡା ଟକ୍କର ଦେଇଛନ୍ତି। ମୂଳରୁ କଂଗ୍ରେସ ଦଳରୁ ଥିବା ପ୍ରଧାନ ଏବେ ବିଜେପିରେ ଯୋଗ ଦେଇ ମୋଦି ହାୱାକୁ ଆଧାର କରି ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଛନ୍ତି। ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ତାଙ୍କ ଲୋକପ୍ରିୟତା ଓ ସ।ଙ୍ଗଠନିକ ଦକ୍ଷତା ବଜାୟ ରଖିଛନ୍ତି। ସେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳରୁ ଲଢି ୪୩,୪୭୦ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ଥିଲେ।
କଂଗ୍ରେସ: କଂଗ୍ରେସ ସିପିଆଇ ମେଣ୍ଟରୁ ଯୁବ ନେତା ଅବକାଶ ସାହୁ ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟରେ ଦଳର ସ୍ଥତି ଭଲ ନ ଥିଲେ ମଧ୍ୟ ମେଣ୍ଟରେ ବିଜୟ ପାଇଁ ଅଣ୍ଟା ଭିଡିଛି କଂଗ୍ରେସ। ଜିଲ୍ଲାରେ ରହିଥିବା ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯାଇ ସୁଖ ଦୁଃଖରେ ଠିଆ ହୋଇ ଅସ୍ତା ଭଜନ ହେବାରେ ଲାଗିଛି ବୋଲି ସିପିଆଇ ନେତା ଅବକାଶ ସାହୁ କହିଛନ୍ତି । ହେଲେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ କଂଗ୍ରେସ ନେତା ଅସନ୍ତୁଷ୍ଟ ହୋଇ ପଡିଥିବାରୁ ଏହା ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ ବୋଲି କୁହାଯାଉଛି।
from Odisha Reporter https://ift.tt/2YG0fnz
No comments:
Post a Comment