ୱାଶିଂଟନ: ପରୀକ୍ଷାମୂଳକ ଭାବରେ ଉଡ଼ାଣ ଭରିବାରେ ସଫଳ ହୋଇଛି ବିଶ୍ୱର ସର୍ବବୃହତ୍ ବିମାନ ଷ୍ଟ୍ରାଟୋଲଞ୍ଚ୍ ବିହାଇମଥ୍। ‘ସ୍କେଲ୍ଡ୍ କମ୍ପୋଜାଇଟ୍’ ନାମକ ଏକ କମ୍ପାନୀ ଦ୍ବାରା ଏହି ସର୍ବବୃହତ ବିମାନ ତିଆରି କରାଯାଇଛି। ଶନିବାର ଦିନ ସକାଳ ୬ଟା ୫୮ରେ ମୋଜବ୍ ମରୁଭୂମି ଉପରେ ଏହି ବିମାନଟି ଉଡ଼ାଣ ଭରିବାରେ ସଫଳ ହୋଇଛି। ବିମାନଟି ମହାକାଶକୁ ଯାଇ ସାଟେଲାଇଟ ଗୁଡ଼ିକୁ ଧ୍ବଂସ କରିପାରିବାର କ୍ଷମତା ରଖିଥିବା ଜଣାପଡ଼ିଛି।
Today the #Stratolaunch aircraft flew for 2.5 hours over the Mojave Desert, reaching a top speed of 189 mph. Check out the historic flight here: #StratoFirstFlight pic.twitter.com/x29KifphNz
— Stratolaunch (@Stratolaunch) 13 April 2019
ଏହି ବିମାନର ସ୍ବତନ୍ତ୍ରତା ହେଲା ଦୁଇଟି ବଡ଼ି ରହିଥିବା ବେଳେ ବିମାନର ଲମ୍ବ ୨୩୮ ଫୁଟ, ବିମାନରେ ଲାଗିଥିବା ଡେଣାର ଲମ୍ବ ୩୮୫ ଫୁଟ୍ (ଆମେରିକାର ଫୁଟବଲ୍ ପଡ଼ିଆଠୁ ବି ଅଧିକ), ୬ଟି ବୋଇଙ୍ଗ୍ ୭୪୭ ଇଞ୍ଜିନ୍ ବିମାନରେ ଲଗାଛି ।ଘଣ୍ଚାପ୍ରତି ଏହି ବିମାନର ବେଗ ୩୦୨.୪ କିଲୋମିଟର ରହିଥିବା ବେଳେ ୧୭ ହଜାର ଉଚ୍ଚରେ ଉଡ଼ିପାରିବାର କ୍ଷମତା ରହିଛି।
ଷ୍ଟ୍ରାଟୋଲଞ୍ଚର ସିଇଓ ଜେଏନ ଫ୍ଲୋୟେଡ୍ ଏହାକୁ ଅତି ଚମତ୍କାର ବିମାନ ବୋଲି କମ୍ପାନୀ ଟ୍ବିଟ୍ କରି ପ୍ରକାଶ କରିଛି। ବିମାନ ତିଆରି କରିବାରେ ସହଯୋଗର ହାତ ବଢ଼ାଇଥିବା ଅନ୍ଯତମ ସହଯୋଗୀ ନର୍ଥରୁପ ଗୃମ୍ମନ ସ୍କେଲଡ କମ୍ପୋଜିଟସ ଏବଂ ମୋଜାଭେ ଏୟାର ଏବଂ ସ୍ପେଶ୍ ପୋର୍ଟକୁ ଧନ୍ଯବାଦ ଜଣାଇଛନ୍ତି।
A historic milestone for the #Stratolaunch team with this record setting aircraft taking flight! This is about going to the edge of space and beyond!
I only wish the late @PaulGAllen could see this – his memory and impact lives on. https://t.co/h1VXQujsPk
— Thomas Zurbuchen (@Dr_ThomasZ) 13 April 2019
ସୂଚନାଯୋଗ୍ଯ ଏହି ବିମାନଟି ତିଆରି କରିବା ପଛରେ ସଫ୍ଟୱାୟାର କମ୍ପାନୀ ମାଇକ୍ରୋସଫ୍ଚର ସହ ସଂସ୍ଥାପକ ତଥା ପ୍ରତିଷ୍ଠାତା ବିଲ୍ ଗେଟସଙ୍କ ସ୍ବର୍ଗତ ବନ୍ଧୁ ପାଉଲ ଆଲେନ ଥିଲେ। ମହାକାଶକୁ ବିମାନ ଯିବା ପାଇଁ ପ୍ରଥମେ ପାଉଲ ଆଲେନ ଚିନ୍ତା କରିଥିଲେ ବୋଲି ନାସାର ଜଣେ ବୈଜ୍ଞାନିକ ଟ୍ବିଟ୍ କରି କହିଛନ୍ତି।
from Odisha Reporter http://bit.ly/2GblKnL
No comments:
Post a Comment