
ନୂଆଦିଲ୍ଲୀ: ମୋଦି ସରକାର ଦେଶରେ ଲୋକମାନଙ୍କ ପାଇଁ ପ୍ରଚଳନ କରିଥିବା ଜନଧନ ଆକାଉଣ୍ଟ ଏବେ ନିର୍ବାଚନ ପୂର୍ବରୁ ସନ୍ଦେହ ଘେରକୁ ଆସିଛି। ବିଶେଷ କରି ଉତ୍ତର ପ୍ରଦେଶର ୧୭ ଶହ ଜନଧନ ଆକାଉଣ୍ଟରେ ସନ୍ଦେହଜନକ ଭାବେ ନିର୍ବାଚନ ପୂର୍ବରୁ ଟଙ୍କା ଜମା ହେବାରୁ ଏହାକୁ ତଦନ୍ତକାରୀ ସଂସ୍ଥା ନିଜ ସ୍କାନର ମଧ୍ୟରେ ରଖିଥିବା ଜଣାପଡ଼ିଛି।
ଉତ୍ତର ପ୍ରଦେଶର ମୋରଦାବାଦରେ ଥିବା ଜନଧନ ଆକାଉଣ୍ଟରେ ଅଚାନକ ବହୁ ପରିମାଣର ଟଙ୍କା ଜମା ହୋଇଥିଲା। ଏଭଳି ଅଭିଯୋଗ ପାଇବା ପରେ ନିର୍ବାଚନ କମିଶନ ନିଜ ଅଧିକାରୀଙ୍କୁ ଏହି ଆକାଉଣ୍ଟଗୁଡ଼ିକ ଯାଞ୍ଚ କରିବାକୁ କହିଛନ୍ତି।
ଏଇ କିଛି ଦିନ ମଧ୍ୟରେ ୧୭ଶହ ଆକାଉଣ୍ଟକୁ ୧୦ ହଜାର ଟଙ୍କା ଲେଖାଏ ଜମା ହୋଇଛି। ଏହି ୧୭ଶହ ଆକାଉଣ୍ଟରେ ସମୁଦାୟ ୧.୭ କୋଟି ଟଙ୍କା ଜମା ହୋଇଥିବାରୁ କୌଣସି ରାଜନୀତିକ ଦଳର ପ୍ରାର୍ଥୀ ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଲାଞ୍ଚ ଦେଇଥିବା ନିର୍ବାଚନ କମିଶନ ଆଶଙ୍କା କରିଛନ୍ତି।
କେବଳ ନିର୍ବାଚନ କମିଶନ ନୁହନ୍ତ ଆୟକର ବିଭାଗ ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥା ମଧ୍ୟ ଏହି ଅର୍ଥ କେଉଁଠୁ ଆସିଲା ତା’ର ଛାନଭିନ୍ କରିଛନ୍ତି। ଏହା କଳାଧନ କି ନୁହେଁ, ତା’ର ତଥ୍ୟ ଏବେ ସଂଗ୍ରହ କରାଯାଉଛି। ନିର୍ବାଚନ କମିଶନ ସମସ୍ତ ତଦନ୍ତକାରୀ ସଂସ୍ଥା ଏବଂ ଯେଉଁ ବ୍ୟାଙ୍କରୁ ଏଭଳି ଅର୍ଥ ସଂପୃକ୍ତ ଆକାଉଣ୍ଟରେ ଜମା କରାଯାଇଛି, ତା’ର ରିପୋର୍ଟ ମାଗିଛନ୍ତି।
ଅନ୍ୟପକ୍ଷରେ ୧୭ ଶହ ଆକାଉଣ୍ଟକୁ କୌଣସି ସରକାରୀ ଯୋଜନା ଅନୁସାରେ ମଧ୍ୟ ଟଙ୍କା ଯାଇଥାଇ ପାରେ ବୋଲି ମଧ୍ୟ କୁହାଯାଉଛି। ତେବେ ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ। ୨୦୧୪ ମସିହା ଅଗଷ୍ଟ ୨୮ରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ ହୋଇଥିଲା। ସମସ୍ତଙ୍କୁ ବ୍ୟାଙ୍କ ଆକାଉଣ୍ଟର ସୁବିଧା ଯୋଗାଇ ଦେବାକୁ ମୋଦି ସରକାର ଏଭଳି ବ୍ୟବସ୍ଥା କରିଥିଲେ।
from Odisha Reporter https://ift.tt/2FLOl2Q
No comments:
Post a Comment