
ନୂଆଦିଲ୍ଲୀ: ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଜାମାତା ରବର୍ଟ ଭଦ୍ରାଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାର ତଦନ୍ତ ଭାର ବହନ କରୁଛି। ରବର୍ଟଙ୍କ ବ୍ୟତୀତ ଭଦ୍ରାଙ୍କ ସହଯୋଗୀ ମନୋଜ ଆରୋରାଙ୍କୁ ମଧ୍ୟ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଉଭୟଙ୍କୁ ୫ ଲକ୍ଷ ଲେଖାଏ ବଣ୍ଡ୍ ବିନିମୟରେ ଜାମିନ୍ ଦିଆଯାଇଛି। ସ୍ବତନ୍ତ୍ର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ଏହି ଜାମିନ୍ ନିର୍ଦ୍ଦେଶ ଦେଇଥିଲେ।
ଅନ୍ୟପକ୍ଷରେ ରବର୍ଟ ବିଦେଶ ଯାତ୍ରା କରିବାନେଇ କୋର୍ଟ କଟକଣା ଲଗାଇଛନ୍ତି। କୋର୍ଟ କହିଛନ୍ତି, କୌଣସି ବିଦେଶ ଗସ୍ତ କରିବା ଆଗରୁ ରବର୍ଟଙ୍କୁ କୋର୍ଟଠାରୁ ଅନୁମତି ନେବାକୁ ହେବ।
କୋର୍ଟ କହିଥିଲେ, ତଦନ୍ତ ପାଇ ଯେକୌଣସି ସମୟରେ ସେମାନଙ୍କୁ ସମନ୍ କରାଯିବ, ସେମାନେ ସହଯୋଗ କରିବାକୁ ବାଧ୍ୟ। ଏହି ସମୟରେ ସେମାନେ ପ୍ରମାଣ ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିବାର ପ୍ରୟାସ ମଧ୍ୟ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରବର୍ଟ ଲଣ୍ଡନଠାରେ ୧.୯ ମିଲିୟନ୍ ପାଉଣ୍ଡ ମୂଲ୍ୟର ଏକ ସମ୍ପତ୍ତି କିଣିବାକୁ ନେଇ ଆରମ୍ଭ ହୋଇଥିବା ଏହି ମାମଲାରେ ମନି ଲଣ୍ଡରିଂର ଅଭିଯୋଗ ମଧ୍ୟ ହୋଇଛି।
from Odisha Reporter https://ift.tt/2uFrAbw
No comments:
Post a Comment