
ପାଟଣା: ସାଧାରଣ ନିର୍ବାଚନ ପାଇଁ ମତଦାନ ପାଖେଇ ଆସୁଥିବା ବେଳେ ଜେଡ଼ିୟୁ ଏନଡ଼ିଏ ମେଣ୍ଟରେ ନାଖୁସ ଥିବା ପରୋକ୍ଷରେ କହିଛନ୍ତି ଆରେଜଡ଼ି ସୁପ୍ରିମୋ ଲାଲୁ ଯାଦବ। ସେ କହିଛନ୍ତି ନୀତୀଶ କୁମାର ଏନଡ଼ିଏ ସହ ମେଣ୍ଟ କରିବାର ୬ ମାସ ଭିତରେ ମହାଗଠବନ୍ଧନକୁ ଫେରିବା ପାଇଁ ଚାହୁଁଥିଲେ। ଏହି ଖବର ତାଙ୍କ ପାଖରେ ପହଞ୍ଚାଇବା ପାଇଁ ବର୍ତ୍ତମାନର ଜେଡ଼ିୟୁର ଉପସଭାପତି ପ୍ରଶାନ୍ତି କିଶୋରଙ୍କୁ ବାରମ୍ବାର ନୀତୀଶ କୁମାର ଜେଲକୁ ମୋ ସହ ଦେଖା କରିବାକୁ ପଠାଇଥିଲେ ବୋଲି କହିଛନ୍ତି ଲାଲୁ।
ସୂଚନାଯୋଗ୍ଯ ଲାଲୁ ଏବେ ନିଜ ଆତ୍ମଜୀବନୀ ଉପରେ ନଳିନୀ ବର୍ମା ନାମକ ଜଣେ ବ୍ଯକ୍ତି ସହ ମିଶି ଏକ ବହି ଲେଖୁଛନ୍ତି। ଯାହାର ପ୍ରକାଶନ ଦାୟିତ୍ବ ରହିଛି ରୁପାପବ୍ଲିକେଶନ ହାତରେ। ‘ଗୋପାଳଗଞ୍ଜ ଟୁ ରାଇସିନା’ ରହିଛି ବହିଟିର ନାମ ଯେଉଁଥିରେ ଲାଲୁ ତାଙ୍କ ରାଜନୈତିକ ଯାତ୍ରା ବାବଦରେ ଅନେକ କଥା ଲେଖିଛନ୍ତି। ଏହାରି ଭିତରେ ନୀତୀଶ କୁମାର ମହାମେଣ୍ଟକୁ ଫେରିବେ ବୋଲି କଥା ଲେଖିଥିବା ଜଣାପଡ଼ିଛି।
ତେବେ ନୀତୀଶ କୁମାରଙ୍କ ସହ କୌଣସି ରାଗ ଅଭିମାନ ନାହିଁ, ତାଙ୍କ ଉପରେ ବିଶ୍ବାସ ନଥିବାରୁ ମହାଗଠବନ୍ଧନକୁ ଫେରିବା ବାଟ ଉପରେ ରୋକ ଲଗାଇଛନ୍ତି ବୋଲି ଲାଲୁ ଯାଦବ ତାଙ୍କ ବହିରେ ଲେଖିଛନ୍ତି।
ତେବେ ଲାଲୁଙ୍କ ଏହି ଅଭିଯୋଗର ଜବାବ ଜେଡ଼ିୟୁ ଉପସଭାପତି ପ୍ରଶାନ୍ତ କିଶୋର ଟ୍ବିଟ କରି ରଖିଛନ୍ତି। ଅଭିଯୋଗକୁ ଭିତ୍ତିହୀନ, ମିଛ ବୋଲି କହିବା ସହ ଲାଲୁଙ୍କ ସହ ସାକ୍ଷାତ ଜେଡ଼ିୟୁରେ ସେ ମିଶିବା ପୂର୍ବରୁ ହୋଇଥିଲା ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଯଦି ଗୁମର ଖୋଲିବି ତାହେଲେ ଲଜ୍ଜିତ ହେବେ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।
The claims made by Laluji as reported are BOGUS. This is nothing but a poor attempt seeking relevance by a leader whose best days are behind him.
Yes, we did meet many times before I joined JDU, but if I were to tell what all was discussed then he would be quite embarrassed. https://t.co/9B5clUBxea
— Prashant Kishor (@PrashantKishor) April 5, 2019
ଜେଡ଼ିୟୁର ମୁଖପାତ୍ର ଓ ବିଜେପି ନେତା ତଥା ଉପମୁଖ୍ଯମନ୍ତ୍ରୀ ସୁଶୀଲ ମୋଦି ଲାଲୁଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।
from Odisha Reporter http://bit.ly/2VvY5og
No comments:
Post a Comment