ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ

ବାରଣାସୀ (ଉତ୍ତର ପ୍ରଦେଶ): ବାରଣାସୀ ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ଭରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନାମାଙ୍କନ ଭରିବା ପୂର୍ବରୁ ମୋଦି ଜିଲ୍ଲାପାଳଙ୍କ ଅଫିସରେ ଏକାଠି ହୋଇଥିବା ଏନଡିଏ ନେତାଙ୍କୁ ଦେଖା କରିଥିଲେ। ଶିରୋମଣି ଅକଳୀ ଦଳର ନେତା ପ୍ରକାଶ ସିଂହ ବାଦଲଙ୍କ ଗୋଡ଼ ଛୁଇଁ ପ୍ରଣାମ କରିଥିଲେ ପ୍ରଧାନମନ୍ତ୍ରୀ। ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ, ଶିରୋମଣୀ ଅକାଳି ଦଳର ସଭାପତି ପ୍ରକାଶ ସିଂହ ବାଦଲ, ଲେକ ଜନଶକ୍ତି ପାର୍ଟିର ସଭାପତି ରାମବିଳାସ ପାଶଓ୍ୱାନ, ଜେଡିୟୁ ସଭାପତି ନୀତୀଶ କୁମାର, ଏଆଇଡିଏମକିର ସଂଯୋଜକ ପନ୍ନିର ସେଲଭମ, ଉତ୍ତର ପୂର୍ବ ରାଜ୍ୟର ସହଯୋଗୀ ଦଳର ନେତା ପ୍ରମୁଖ ସାମିଲ ଥିଲେ। ବିଜେପିରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଏହି ସମୟରେ ସାମିଲ ଥିଲେ।

ନାମାଙ୍କନ ଭରିବା ପୂର୍ବରୁ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଦେଶରେ ପ୍ରଥମ ଥର ପାଇଁ ନିର୍ବାଚନ ବେଳେ ଶାସକ ଦଳଙ୍କ ସପକ୍ଷରେ ହାଓ୍ୱା ବହୁଛି। ମୁଁ କାଶୀକୁ ପରିବର୍ତ୍ତନ କରି ନାହିଁ, ବରଂ କାଶୀ ମୋତେ ପରିବର୍ତ୍ତନ କରିଛି ବୋଲି ନରେନ୍ଦ୍ର ମୋଦି କହିଛନ୍ତି, ଏଥିସହ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ଯାଇ କହିଛନ୍ତି ସମସ୍ତେ ଜଣେ ଜଣେ ନରେନ୍ଦ୍ର ମୋଦି ଓ ଚୌକିଦାର। ଦେଶ ଆଗକୁ ବଢ଼ିଛି ୫ ବର୍ଷ ଭିତରେ। ମୁଁ ମୋ ସରକାରର ହିସାବ ଦେଉଛି, ହେଲେ 60 ବର୍ଷ ସରକାରରେ ଥିବା ଦଳ ଏଯାଏ କାହିଁକି କରୁନି ବୋଲି କହି କଂଗ୍ରେସକୁ ସମାଲୋଚନା କରିଛନ୍ତି।

ବାରଣାସୀରେ ମେ ୧୯ ତାରିଖରେ ସପ୍ତମ ପର୍ଯ୍ୟାୟରେ ମତଦାନ ହେବ। କଂଗ୍ରେସରୁ ଅଜୟ ରାୟ ଏବଂ ଏସପି-ବିଏସପି ମେଣ୍ଟରୁ ଶାଳିନୀ ଯାଦବ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି।



from Odisha Reporter http://bit.ly/2ZA4Xnh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages