
ବରମୁଲା, ଜମ୍ମୁ କଶ୍ନୀର: ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଏ-ତୋଇବାର ଜଣେ ଆତଙ୍କବାଦୀକୁ ଗିରଫ କରିବାରେ ସକ୍ଷମ ହୋଇଛି ବରମୁଲା ଜିଲ୍ଲା ପୁଲିସ। ଗିରଫ ଆତଙ୍କବାଦୀର ନାମ ଫରଦ୍ଯୁଶ ଖାନ ବୋଲି ଜଣାପଡ଼ିଥିବା ବେଳେ ସେ କଶ୍ମୀରର ଜଣ୍ଡପଲ ନିବାସୀ ବୋଲି ଜଣାପଡ଼ିଛି।
ଜଣ୍ଡପଲରେ ଜଣେ ଆତଙ୍କବାଦୀ ଲୁଚି ରହିଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ସର୍ଚ୍ଚ ଅପରେସନ କରି ବରମୁଲା ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ତାକୁ ଗିରଫ କରିବା ବେଳେ ଏହି ଆତଙ୍କବାଦୀ ପାଖରୁ ପୁଲିସ ଏକ ଗ୍ରେନେଡ ଜବତ କରିଛି।
ଇଣ୍ଡିଆନ ଆର୍ମ ଆକ୍ଟ ଅନୁଯାୟୀ ୭/୨୫ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
from Odisha Reporter http://bit.ly/2VoQloe
No comments:
Post a Comment