ଶ୍ୱାସରୁଦ୍ଧ କରି ଏନ୍‌ଡି ତିୱାରୀଙ୍କ ପୁଅଙ୍କୁ ହତ୍ୟା କରାଯାଇଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ଶ୍ୱାସରୁଦ୍ଧ କରି ଏନ୍‌ଡି ତିୱାରୀଙ୍କ ପୁଅଙ୍କୁ ହତ୍ୟା କରାଯାଇଥିଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀଙ୍କ ପୁଅ ରୋହିତ ଶେଖରଙ୍କ ମୃତ୍ୟୁ ହତ୍ୟା ଜନିତ ଏବଂ ତାଙ୍କୁ ଶ୍ୱାସରୁଦ୍ଧ କରି ମରାଯାଇଛି ଦର୍ଶାଇ ଅଜଣା ବ୍ୟକ୍ତିଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି ପୁଲିସ୍‌। ସୂଚନାଯୋଗ୍ୟ ଯେ, ଏନ୍‌ଡି ତିୱାରୀଙ୍କ ପୁଅ ବୋଲି ବହୁଦିନ ଧରି ଦାବି କରିବା ପରେ ସ୍ୱୀକୃତି ପାଇଥିଲେ ରୋହିତ। ତେବେ ଗତ ବୁଧବାର ଦିନ ଦିଲ୍ଲୀ ହସ୍ପିଟାଲରେ ସେ ଭର୍ତ୍ତି ହେବା ପରେ ତାଙ୍କୁ ସେଠାରେ ମୃତ ଘୋଷଣା କରାଯାଇଥିଲା। ତାଙ୍କ ମୃତ୍ୟୁକୁ ନେଇ ବେଶ କିଛି ଆଲୋଚନା ଓ ଚର୍ଚ୍ଚା ଲାଗିରହିଥିଲା।

ଏନେଇ ସ୍ୱତନ୍ତ୍ର ପୁଲିସ୍‌ କମିଶନର ଆରଏସ୍‌ କ୍ରିଷ୍ଣା କହିଛନ୍ତି, ରିପୋର୍ଟରୁ ଜଣାପଡ଼ିଛି ଏହି ମୃତ୍ୟୁ ଅପ୍ରାକୃତିକ ଏବଂ ଶ୍ୱାସରୁଦ୍ଧ କରାଯିବା କାରଣରୁ ହିଁ ଘଟିଛି। ଏହି ମାମଲାର ତଦନ୍ତ ପାଇଁ ଫରେନ୍‌ସିକ୍‌ ଏବଂ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଘଟଣାସ୍ଥଳକୁ ଯାଇଥିଲେ।

ରୋହିତ ସୋମବାର ଦିନ ଦିଲ୍ଲୀ ଆସିଥିଲେ ଏବଂ ସେ କଂଗ୍ରେସରେ ଯୋଗ ଦେବାର ଥିଲା। ସେ ରହୁଥିବା ହଲ୍‌ଦୱାନିଠାରେ ଭୋଟ୍‌ ଦେବା ପରେ ସ୍ଥାନୀୟ ଲୋକଙ୍କ ସହିତ ସେ ଆଲୋଚନା କରିଥିଲେ ଏବଂ କଂଗ୍ରେସକୁ ତାଙ୍କର ‘ନିଜ ଘର’ ଦର୍ଶାଇ ରାଜନୀତିରେ ଯୋଗଦେବେ ବୋଲି କହିଥିବା ତାଙ୍କ ସମ୍ପର୍କୀୟ ଭାଇ ଦୀପକ ଭୂତିଆ ସୂଚନା ଦେଇଛନ୍ତି। ରୋହିତ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିସାରିଛନ୍ତି। ସେ ୨୦୧୫ରୁ ୨୦୧୭ ଯାଏ ଅଖିଲେଶଙ୍କ ସହିତ କାମ କରୁଥିଲେ। ଏହାପରେ ଏନ୍‌ଡି ତିୱାରୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ସହ ରହିଆସୁଥିଲେ।



from Odisha Reporter http://bit.ly/2GxpQIc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages