ଭୋଟର୍‌ ଭାଙ୍ଗିଲେ ଇଭିଏମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଭୋଟର୍‌ ଭାଙ୍ଗିଲେ ଇଭିଏମ୍‌

evm1

ଯାଜପୁର/ଭଦ୍ରକ (ଓଡ଼ିଶା ରିପୋର୍ଟ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦୁଇଟି ସ୍ଥାନରେ ଇଭିଏମ୍ ଭଙ୍ଗା ଯାଇଥିବା ନେଇ ସୂଚନା ଆସିଛି।

ଯାଜପୁର ଜିଲ୍ଲା ଧର୍ମଶାଳାର ୧୭୩ ନମ୍ବର ବୁଥ୍‌ରେ ଜଣେ ଭୋଟର ଇଭିଏମ୍‌ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ତେବେ ସେ କାହିଁକି ଇଭିଏମ୍‌ ଭାଙ୍ଗିଲେ, ତାହା ଜଣାପଡ଼ିନି।

ସେହିପରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ରହଣିଆ ପଞ୍ଚାୟତର ୨୭୩ ନମ୍ବର ବୁଥ୍‌ରେ ଇଭିଏମ୍‌ ଭଙ୍ଗା ଯାଇଥିବା ସୂଚନା ମିଳିଛି। ତେବେ ଏଠାରେ କେଉଁ ପରିସ୍ଥିତିରେ କିଏ ଇଭିଏମ୍ ଭାଙ୍ଗିଲେ, ତାହା ସ୍ପଷ୍ଟ ହୋଇନି।

ଅନ୍ୟପକ୍ଷରେ ଆଜି ବହୁ ସ୍ଥାନରେ ଇଭିଏମ୍‌ ଅଚଳ ହୋଇଯାଇଥିଲା। କିଛି ସ୍ଥାନରେ ଇଭିଏମ୍‌ ଓ ଭିଭିପାଟ୍‌ରେ ତ୍ରୁଟି ଦେଖାଯାଇଥିଲା। ଫଳରେ ଭୋଟ୍ ଗ୍ରହଣ ବିଳମ୍ବିତ ହୋଇଥିଲା।

ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ମତଦାନ ହେଉଛି।



from Odisha Reporter http://bit.ly/2DAfwxa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages