
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନୀ ଋତୁରେ ଏଣ୍ଡୁଓ ପରି ରଙ୍ଗ ବଦଳାଉଛନ୍ତି ନେତା। କେଉଁ ନେତା ଟିକେଟ ନମିଳିବାରୁ ଦଳ ବଦଳାଉ ଥିବାବେଳେ ଆଉ କେହି ଟିକେଟ୍ ପାଇ ମଧ୍ୟ ଦଳ ବଦଳାଉଛନ୍ତି।
ନିକଟରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ବିଧାୟକ ଭାଗିରଥୀ ସେଠୀ ବିଜେପିରୁ ଟିକେଟ ପାଇବା ପରେ ବିଜେଡିରେ ସାମିଲ ହୋଇଥିବା ବେଳେ ଆଜି ଆଉ ଜଣେ ନେତା ମଧ୍ୟ ତାଙ୍କ ରାସ୍ତା ଆପଣାଇଛନ୍ତି। ୟାଙ୍କ ନାଁ ତୁଷାରକାନ୍ତି ବେହେରା।
ତୁଷାରକାନ୍ତିଙ୍କୁ ବିଜେପି କାକଟପୁର ବିଧାନସଭା ଆସନରୁ ଟିକେଟ୍ ଦେଇଥିଲା। ତା’ସତ୍ତ୍ୱେ ସେ ଆଜି ବିଜେଡିରେ ମିଶିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ, ବିଜେଡି ପୂର୍ବରୁ କାକଟପୁରରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି। ଦଳ ଏଠାରୁ ସୁରେନ୍ଦ୍ର ସେଠୀଙ୍କୁ ଟିକେଟ୍ ଦେଇଛି।
୨୦୧୪ରେ ତୁଷାରକାନ୍ତି ବେହେରାଙ୍କୁ କାକଟପର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କରିଥିଲା।
from Odisha Reporter https://ift.tt/2K15uuD
No comments:
Post a Comment