ରିଲିଜ୍‌ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘କଲଙ୍କ’, ସେଲିବ୍ରିଟିମାନେ ଦେଲେ ଏମିତି ରିଭ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ରିଲିଜ୍‌ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘କଲଙ୍କ’, ସେଲିବ୍ରିଟିମାନେ ଦେଲେ ଏମିତି ରିଭ୍ୟୁ

kalanak

ମୁମ୍ବାଇ: ଆଜି ରିଲିଜ ହେଲା କରନ୍‌ ଜୋହରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କଲଙ୍କ’। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଏହି ମଲ୍ଟି ଷ୍ଟାରର ଫିଲ୍ମରେ ବରୁନ୍‌ ଧୱନ, ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ମାଧୁରୀ ଦିକ୍ଷୀତ୍‌ ଓ ଆଦିତ୍ୟ ରୟ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ ପିରିୟଡିକ୍‌ ଡ୍ରାମ୍‌ ଫିଲ୍ମ। ଏହି ଫିଲ୍ମକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଛି।

ଅନେକ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଫିଲ୍ମ ଦେଖିବା ପରେ ତାଙ୍କୁ ଏହି ଫିଲ୍ମ ଖୁବ୍‌ ଭଲ ଲାଗିବା କଥା ସୋଶାଲ୍‌ ମିଡିଆରେ ସୂଚନା ଦେଇଛନ୍ତି।
ଫିଲ୍ମ ନିର୍ମାତା ମିଲାପ ଏହି ଫିଲ୍ମର ଖୁବ୍‌ ପ୍ରଶଂସା କରି ଟ୍ୱିଟ୍‌ କରିଛନ୍ତି। ସେ ଲେଖିଛନ୍ତି, ‘କଲଙ୍କ’ର କହାଣୀ ଖୁବ୍‌ ସୁନ୍ଦର। ନିର୍ଦ୍ଦେଶକ ଅଭିଷେକ ବର୍ମନ୍‌ ଖୁବ୍‌ ଭଲ କାମ କରିଛନ୍ତି। ବରୁନ୍‌ ଧୱନ୍‌ ଏକ୍ସଟ୍ରା ଅଡିନାରୀ। ସେ ପୂରା  ଫାଷ୍ଟକ୍ଲାସ୍‌ କାମ କରିଛନ୍ତି। ଆଲିଆ ମଧ୍ୟ ଖୁବ୍‌ ସୁନ୍ଦର କାମ କରିଛନ୍ତି। ଆଦିତ୍ୟ ଜଣେ ପ୍ରତିଭାଶାଳୀ ଅଭିନେତା। ସୋନାକ୍ଷୀ ଏଥିରେ ସମସ୍ତଙ୍କ ମନ କିଣି ନେଇଛନ୍ତି। କରନ୍‌ ଜୋହର, ସାଜିଦ୍‌ ଭାଇ, ଫକ୍ସ ଷ୍ଟାର ଷ୍ଟୁଡିଓ ଖୁବ୍‌ ଜବରଦସ୍ତ ପ୍ରଯୋଜକ।’

ଆହୁରି ଅନେକ ସେଲିବ୍ରିଟି ଏହି ଫିଲ୍ମର ଖୁବ୍‌ ପ୍ରଶଂସା କରିଛନ୍ତି।

ଏହି ଫିଲ୍ମ ଦେଖିବାପରେ ଦର୍ଶକଙ୍କର ମଧ୍ୟ ଖୁବ୍‌ ଭଲ ରେସ୍‌ପନ୍ସ ମିଳିଛି। ଜଣେ ୟୁଜର ଲେଖିଛନ୍ତି, ‘‘କଲଙ୍କ’ ମ୍ୟାଜିକାଲ୍‌। ଆଲିଆ ଆପଣ ଅଦ୍ଭୁଦ ଅଭିନେତ୍ରୀ। ବରୁନ୍‌ ଧୱନ୍‌, ଆପଣ ଜଫର ଚରିତ୍ରପାଇଁ କେତେ ଝାଳ ଓ ରକ୍ତ ବୁହାଇଛନ୍ତି ତାହା ପରଦାରେ ପ୍ରତିଫଳିତ ହେଉଛି। ଆପଣ ଆଉଟ ଷ୍ଟାଣ୍ଡିଂ। ଆଦିତ୍ୟ ଓ କୁନାଲ୍‌ ଖେମୁ ମଧ୍ୟ ଭଲ କାମ କରିଛନ୍ତି।’

ସୂଚନା ଯୋଗ୍ୟ ଯେ, ଫିଲ୍ମମେକର କରନ୍‌ ଜୋହରଙ୍କ ବାପା ୟଶ୍‌ ଜୋହର ‘କଲଙ୍କ’ ତିଆରି କରିବାକୁ ଚାହୁଁଥିଲେ। କିନ୍ତୁ କୌଣସି କାରଣରୁ ଫିଲ୍ମଟି ତିଆରି ହୋଇପାରି ନଥିଲା। ୧୫ ବର୍ଷ ପରେ କରନ୍‌ ନିଜ ବାପାଙ୍କ ଡ୍ରିମ୍‌ ପ୍ରୋଜେକ୍ଟକୁ ପୁରା କଲେ। ପ୍ରଥମ ଦିନରେ ଫିଲ୍ମ ୨୩ କୋଟି ଆୟ କରିବାର ଅନୁମାନ୍‌ କରାଯାଉଛି। ଏହାର ବଜେଟ୍‌ ୮୫ କୋଟି ବୋଲି କୁହାଯାଉଛି। ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ବର୍ମନ୍‌।



from Odisha Reporter http://bit.ly/2DgelD2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages