ଅନେକ ବୁଥ୍‌ରେ ଇଭିଏମ୍‌ ଅଚଳ, ମତଦାନ ବାଧାପ୍ରାପ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଅନେକ ବୁଥ୍‌ରେ ଇଭିଏମ୍‌ ଅଚଳ, ମତଦାନ ବାଧାପ୍ରାପ୍ତ

evm

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ କିଛି ବୁଥ୍‌ରେ ଇଭିଏମ୍ ଅଚଳ ହୋଇପଡ଼ିବାରୁ ମତଦାନରେ ବିଳମ୍ବ ହୋଇଛି। ସେହିପରି କିଛି ବୁଥ୍‌ରେ ଇଭିଏମ୍ ଓ ଭିଭିପାଟ୍‌ରେ ତ୍ରୁଟି ଯୋଗୁ ମଧ୍ୟ ମତଦାନ ବିଳମ୍ବିତ ହୋଇଛି। ତେଣୁ ଭୋଟରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଯାଜପୁରର ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ ହୋଇଯାଇଛି। ଧର୍ମଶାଳାର ୧୧୫ ନମ୍ବର ବୁଥ୍‌, ବରୀର ୧୧୦, ସତ୍ୟଭାମାପୁରର ୧୨୫ ଓ ୬୮ ନମ୍ବର ବୁଥ୍‌ରେ ଇଭିଏମ୍ ଅଚଳ ହୋଇଯିବା ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଛି।

କେନ୍ଦ୍ରାପଡ଼ାର ରାଜନଗରର ୨୨୬ ଓ ୬୮ ନମ୍ବର ବୁଥ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ମତଦାନ ବାଧାପ୍ରାପ୍ତ ହୋଇଛି। ଏଣୁ ଧାଡ଼ିରେ ଛିଡ଼ା ହୋଇଥିବା ଭୋଟର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଳିର ୨୨୬ ନମ୍ବର ବୁଥ୍‌ରେ ଇଭିଏମ୍ ଅଚଳ ହୋଇଯାଇଥିବାରୁ ମତଦାନ ଆରମ୍ଭ ହୋଇପାରିନି। ଧାମନଗର ନିର୍ବାଚନମଣ୍ଡଳୀର ୨୨୨ ନମ୍ବର ବୁଥ୍‌ରେ ବି ଇଭିଏମ୍ ଅଚଳ ହୋଇଥିବା ଜଣାପଡ଼ିଛି।
ଜଗତସିଂହପୁର ନିର୍ବାଚନମଣ୍ଡଳୀ ୧୩୫ ନମ୍ବର ବୁଥ୍‌ ଓ ବାଲିକୁଦା-ଏରସମାର ବାଖରାବାଦ ସ୍ଥିତ ୧୩୮ ନମ୍ବର ବୁଥ୍‌ରେ ଇଭିଏମ୍ ଅଚଳ ହୋଇଯାଇଥିବାରୁ ଭୋଟ୍‌ଦାନରେ ବିଳମ୍ବ ହୋଇଛି।

ଜଳେଶ୍ୱରର ଉଲୁମରା ପଞ୍ଚାୟତର ୫ ନମ୍ବର ବୁଥ୍‌ରେ ଭିଭିପାଟ୍‌ ଅଚଳ ହୋଇଯାଇଥିବାରୁ ମତଦାନ ବିଳମ୍ବିତ ହୋଇଛି। ସେହିପରି ନଟାକଟା ପଞ୍ଚାୟତ ୨୦୩ ନଂ ବୁଥ୍‌ରେ ବି ଭିଭିପାଟ୍ ଅଚଳ ହୋଇଯାଇଛି।

ଭଦ୍ରକର ୧୮୪ ଓ ୧୮୪ ନମ୍ବର ବୁଥ୍‌ରେ ଇଭିଏମ୍ ଅଚଳ ହୋଇଥିବାରୁ ମତଦାନ ବିଳମ୍ବିତ ହୋଇଛି।

ସେହିପରି କାକଟପୁରର ୨୧୯ ଓ ୨୬୮ ନମ୍ବର ବୁଥ୍‌, ନିମାପଡ଼ାର ୪୨ ଓ ୬୬ ଓ ପାରାଦୀପର ୨୧୪ ନମ୍ବର ବୁଥ୍‌ରେ ଇଭିଏମ୍‌ ଅଚଳ ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଛି।

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଇଭିଏମ୍‌ ଅଚଳ ହୋଇଯାଇଥିବାରୁ ମତଦାନରେ ବିଳମ୍ବ ହୋଇଛି। ବାରିପଦାର ୩୪ ଓ ୩୮ ନମ୍ବର ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖାଯାଇଥିବା ବେଳେ ବାଙ୍ଗିରିପୋଷିର ୩୩, ବଡ଼ସାହିର ୧୦୨ ଓ ୨୨ ନମ୍ବର ବୁଥ୍ ଅଚଳ ହୋଇଯାଇଛି। ରାଇରଙ୍ଗପୁରର ୧୪୨, ୧୪୩ ଓ ୧୯୭ ନମ୍ବର ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖାଯାଇଛି। ସାରସକଣାର ୩୯ ଓ ୬୦ ନମ୍ବର ବୁଥ୍‌ରେ ଇଭିଏମ୍ ଅଚଳ ହୋଇଯାଇଛି।



from Odisha Reporter http://bit.ly/2V2XoXp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages