ଏହି ରାମ ମନ୍ଦିରର ସଫେଇ କାର୍ଯ୍ୟ ସଦ୍ଦାମ ହୁସେନଙ୍କ ଉପରେ ନ୍ୟସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଏହି ରାମ ମନ୍ଦିରର ସଫେଇ କାର୍ଯ୍ୟ ସଦ୍ଦାମ ହୁସେନଙ୍କ ଉପରେ ନ୍ୟସ୍ତ

hussain1

ବେଙ୍ଗାଲୁରୁ: ଏପ୍ରିଲ୍ ୧୩ ତାରିଖରେ ପଡୁଛି ରାମନବମୀ। ଏଥିପାଇଁ ବେଙ୍ଗାଲୁରୁର ରାଜାଜିନଗରର ଶ୍ରୀରାମ ସେବା ମଣ୍ଡଳୀର ସଦସ୍ୟମାନେ ଭାରି ବ୍ୟସ୍ତ ଅଛନ୍ତି। କାରଣ ସେହିଦିନ ମନ୍ଦିରରୁ ଶ୍ରୀରାମଙ୍କ ଏକ ରଥ ବାହାରି ପୂରା ରାଜାଜିନଗର ପରିକ୍ରମା କରିବ। ପ୍ରତିବର୍ଷ ଏଠାରେ ରାମନବମୀ ଦିନ ଶ୍ରୀରାମଙ୍କ ରଥ ବାହାରିଥାଏ। ଆଉ ଏହି ରଥର ରକ୍ଷଣାବେକ୍ଷଣ ଦାୟିତ୍ୱ ନ୍ୟସ୍ତ ହୋଇଛି ୨୭ ବର୍ଷୀୟ ଯୁବକ ସଦ୍ଦାମ ହୁସେନ୍‌ଙ୍କ ଉପରେ। ଖାଲି ରଥର ରକ୍ଷଣାବେକ୍ଷଣ ନୁହେଁ, ପୂରା ମନ୍ଦିରର ସଫେଇ କାର୍ଯ୍ୟ ମଧ୍ୟ ତାଙ୍କ କାନ୍ଧରେ ନ୍ୟସ୍ତ।

ମନ୍ଦିରର ସଫେଇ କାର୍ଯ୍ୟ କରିବା ପାଇଁ ସେ ଅନ୍ୟ କାହାର ସହଯୋଗକୁ ଅପେକ୍ଷା କରନ୍ତି ନାହିଁ। ସେ ମନ୍ଦିରର କୋଣଅନୁକୋଣକୁ ଭଲ ଭାବେ ସଫା କରନ୍ତି। ମନ୍ଦିର ଉପରେ ଚଢ଼ି ଏହାକୁ ଭଲ ଭାବେ ସଫା କରନ୍ତି। ସେହିପରି ରାମନବମୀ ଦିନ ରଥ ଟଣା ଆରମ୍ଭ ହେବା ପୂର୍ବରୁ ରଥ ଠିକ୍‌ରେ ଗଡ଼ୁଛି ନା ନାହିଁ, ତାହା ବି ପରୀକ୍ଷା କରି ନିଅନ୍ତି ସଦ୍ଦାମ।

ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା ସଦ୍ଦାମ ମାତ୍ର ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି। ସେ ଏକ ଦୋକାନରେ କାମ କରନ୍ତି। ସେ ଟ୍ୟାକ୍ସି ବି ଚଳାନ୍ତି। ଆହୁରି ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଲୋକେ ଘର ବଦଳାଇବା ବେଳେ ସଦ୍ଦାମଙ୍କ ସାହାଯ୍ୟ ନିଅନ୍ତି।

ସଦ୍ଦାମ କହନ୍ତି-“ମନ୍ଦିରର ସଫେଇ କାର୍ଯ୍ୟ ନେଇ କିଛି ଲୋକ ମୋତେ ପ୍ରଶଂସା କରନ୍ତି ଓ ଆଉ କିଛି ଲୋକ ସମାଲୋଚନା କରନ୍ତି। ମୁଁ ସମସ୍ତଙ୍କ କଥାକୁ ହସି ହସି ଗ୍ରହଣ କରି ନିଏ।”

ଗାନ୍ଧିନଗରରେ ଭେଙ୍କଟେଶ ବାବୁ ନାମକ ଜଣେ ବ୍ୟକ୍ତିର ଏକ ପୂଜା ସାମଗ୍ରୀ ଦୋକାନ ଅଛି। ସଦ୍ଦାମ ତାଙ୍କରି ପାଖରେ କାମ କରେ। ଭେଙ୍କଟେଶଙ୍କ ସୁପାରିସ କ୍ରମେ ସଦ୍ଦାମଙ୍କୁ ମନ୍ଦିରର ବାର୍ଷିକ ସଫେଇ କାର୍ଯ୍ୟ ମିଳିଛି।

ଭେଙ୍କଟେଶ କହନ୍ତି- “ସଦ୍ଦାମଙ୍କୁ ସମସ୍ତେ ପ୍ରଶଂସା କରନ୍ତି। ବେଳେବେଳେ ତାଙ୍କ ମା’ ବି ମନ୍ଦିରରେ କାର୍ଯ୍ୟ କରନ୍ତି।”

ଶ୍ରୀରାମ ସେବା ମଣ୍ଡଳୀର ଜଣେ ପଦାଧିକାରୀ ଟି.ଏସ୍‌. ପଦ୍ମନାଭ କହନ୍ତି- “ବିଶେଷ ଉତ୍ସବଗୁଡ଼ିକରେ ମନ୍ଦିରର ସଫେଇ କାର୍ଯ୍ୟ ପାଇଁ ଆମ ପାଖରେ ୧୫ ଜଣ ମହିଳାଙ୍କ ଏକ ଗ୍ରୁପ୍ ଅଛି। ଆଉ ସେମାନେ ସମସ୍ତେ ହେଉଛନ୍ତି ମୁସ୍‌ଲିମ୍‌। ସେମାନେ ଠିକ୍ ସମୟରେ ଆସନ୍ତି ଓ କାମ କରି ଚାଲି ଯାଆନ୍ତି। ଆମେ କେବେ ସେମାନଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚାରି ନାହୁଁ। ସେମାନେ ବି ଏ ବିଷୟରେ ଆମକୁ କିଛି କହନ୍ତି ନାହିଁ।”

(ସୌଜନ୍ୟ- ଦ ନ୍ୟୁ ଇଣ୍ଡିଆନ୍ ଏକ୍ସେପ୍ରେସ୍‌)



from Odisha Reporter http://bit.ly/2VDWyNm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages