ବାଙ୍କୀ ଏବେ ପରିବର୍ତ୍ତନ ମୁହାଁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ବାଙ୍କୀ ଏବେ ପରିବର୍ତ୍ତନ ମୁହାଁ !

କଟକ (ସଞ୍ଜୀବ ନାୟକ): ନାମାଙ୍କନ ପତ୍ର ଦାଖଲ ହୋଇଯିବା ପରେ ଭୋଟରଙ୍କୁ ମନେଇବା ପାଇଁ ଗାଁ ଗାଁ ବୁଲି ଆରମ୍ଭ ହୋଇଯାଇଛି ପ୍ରଚାର। କଟକ ଲୋକସଭାରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ  ପ୍ରକାଶ ମିଶ୍ର ଓ ବାଙ୍କୀ ବିଧାନସଭା ଆସନ ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ ବାଙ୍କୀର ତାଳବସ୍ତ ପଞ୍ଚାୟତ ଓ ଦୋଳନାପୁର ପଞ୍ଚାୟତରେ ପଦଯାତ୍ରା କରି ନିର୍ବାଚନ ପ୍ରଚାର ସହ ଲୋକଙ୍କ ସୁଖଦୁଃଖ ପଚାରି ବୁଝିଛନ୍ତି।

ପ୍ରକାଶ ମିଶ୍ର ଓ ଶୁଭ୍ରାଂଶୁ ପାଢୀ ଭୋଟରଙ୍କୁ ସିଧାସଳଖ ଭେଟି ସେମାନଙ୍କର ସମସ୍ୟା ବୁଝିବା ସହ ରାଜ୍ୟ ସରକାଙ୍କର ୧୯ ବର୍ଷ ଶାସନରେ ବିଫଳତା ବିଷୟରେ ଲୋକମାନଙ୍କୁ ଅବଗତ କରାଇଛନ୍ତି।
ଏହା ସହିତ ଭୋଟରଙ୍କ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ମୋଦି ସରକାରଙ୍କ ଜନହିତକର କାର୍ଯ୍ୟଗୁଡିକ ବିଷୟରେ ଭୋଟରଙ୍କୁ ବୁଝାଇଛନ୍ତି।

ଏହି ପରିପ୍ରେକ୍ଷୀରେ କଟକ ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର କହିଛନ୍ତି, ରାଜ୍ୟ ସରକାରଙ୍କର ଯୋଜନା ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରେ ପହଞ୍ଚି ପାରିନାହିଁ। ରାଜ୍ୟ ସରକାରଙ୍କର ଯେଉଁ ଋଣ ମାଗଣାରେ ମିଳିବା କଥା ସେଥିରୁ ଜବରଦସ୍ତି ସୁଧ ଆଦାୟ କରାଯାଉଛି। ସରକାରୀ ଯୋଜନା କେବଳ ନାଁରେ ଚାଲିଥିବା ବେଳେ ବିଗତ ୨୦ ବର୍ଷ ଧରି ଏହି ଅଞ୍ଚଳକୁ ଅଣଦେଖା କରାଯାଇଛି। ଯେଉଁ ରାସ୍ତାରେ ଆମେ ପଦଯାତ୍ରା କରି ଆସିଲୁ, ତା’ର ଦୟନୀୟ ଅବସ୍ଥା ରାଜ୍ୟ ସରକାରଙ୍କ ଅବେହେଳାର ଏକ ନମୁନା ମାତ୍ର।

ସେହିପରି ବାଙ୍କୀରୁ ବିଧାନସଭା ପ୍ରାର୍ଥୀ ହୋଇଥିବା ଶୁଭ୍ରାଂଶୁ ମୋହନ ପାଢୀ କହିଛନ୍ତି, ଏବେ ଲୋକଙ୍କ ତୁଣ୍ଡରେ ଗୋଟିଏ କଥା ‘ପରିବର୍ତ୍ତନ’। ବାଙ୍କୀ ବର୍ତ୍ତମାନ ପରିବର୍ତ୍ତନମୁଖୀ।
ଦୁର୍ନୀତି ଓ ଭ୍ରଷ୍ଟାଚାର ଦୂରେଇବା ଭାରତୀୟ ଜନତା ପାର୍ଟିର ମୂଳଲକ୍ଷ୍ୟ। ମୋଦିଙ୍କ ଶାସନରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି କଳଙ୍କ ଲାଗିନାହିଁ। ସବ୍‌କା ସାଥ୍‌ ସବ୍‌କା ବିକାଶ ନାରା ନେଇ ଭାରତୀୟ ଜନତା ପାର୍ଟି ଆଗକୁ ବଢ଼ୁଛି। ଆଗାମୀ ନିର୍ବାଚନରେ ଏହା ସାବ୍ୟସ୍ତ ହେବ ବୋଲି ଶୁଭ୍ରାଂଶୁ କହିଛନ୍ତି।



from Odisha Reporter http://bit.ly/2GcrCyi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages