ଜେରେମୀ ଲାଲରିଙ୍ଗୁଆଙ୍କ ୟୁଥ୍ ୱାର୍ଲ୍ଡ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ଜେରେମୀ ଲାଲରିଙ୍ଗୁଆଙ୍କ ୟୁଥ୍ ୱାର୍ଲ୍ଡ ରେକର୍ଡ

ନିଙ୍ଗବୋ: ଭାରତର ୟୁଥ୍ ୱେଟଲିଫ୍ଟର ଜେରେମୀ ଲାଲରିଙ୍ଗୁଆ ଚଳିତ ଏସିଆନ୍ ୱେଟଲିଫ୍ଟିଙ୍ଗ୍ ଚାମ୍ପିଅନଶିପରେ ଜବରଦସ୍ତ ପ୍ରଦର୍ଶନ କରି ରେକର୍ଡ ସ୍ଥାପନ କରିଛନ୍ତି। ସେ ପୁରୁଷ ୬୭ କେଜି ଓଜନ ବର୍ଗର ଗ୍ରୁପ୍-ବି’ର ତିନୋଟି ପ୍ରୟାସରେ ୧୩୦ ଓ ୧୩୪ କେଜି ଉଠାଇ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଏଥିସହ ସେ ୟୁଥ୍ ୱାର୍ଲ୍ଡ ଓ ଏସିଆନ୍ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି।

ଏହା ପୂର୍ବରୁ ଏହି ବର୍ଗର ରେକର୍ଡ ଜେରେମୀଙ୍କ ନାମରେ ଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ସେ ୧୩୧ କେଜି ଭାର ଉଠାଇ ରେକର୍ଡ କରିଥିଲେ। କିନ୍ତୁ ଆଜି ସେ ଆଉ ଦୁଇ କେଜି ଅଧିକ ଉଠାଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୧୬ ବର୍ଷୀୟ ଏହି ଯୁବ ୱେଟଲିଫ୍ଟର୍ କ୍ଲିନ୍ ଆଣ୍ଡ ଜର୍କରେ ୧୫୭ ଓ ୧୬୩ କେଜି ଭାର ଉଠାଇଛନ୍ତି। ଏହି ଓଜନ ତାଙ୍କ ଶରୀରଠାରୁ ଦ୍ୱିଗୁଣା ଅଧିକ।

ଏହି ପ୍ରଦର୍ଶନ ଦ୍ୱାରା ଜେରେମୀ କଜାଖସ୍ତାନର ସେଖାନ୍ ତାଇସୁୟେଭଙ୍କ ରେକର୍ଡ ଭାଙ୍ଗିଛନ୍ତି, ଯିଏ ୧୬୧ କେଜି ଭାର ଉଠାଇଥିଲେ। ତେବେ ଗ୍ରୁପ୍-ବି’ରେ ଭାରତର ଜେରେମୀ ମୋଟ ୨୯୭ କେଜି ଓଜନ୍ (୧୩୪ କେଜି+୧୬୩ କେଜି) ଉଠାଇଛନ୍ତି। ତାଙ୍କ ଆଗରେ ପାକିସ୍ତାନର ତାଲ୍ଲା ତାଲିବ ରହିଛନ୍ତି, ଯିଏ ମୋଟ ୩୦୪ କେଜି (୧୪୦ କେଜି+ ୧୬୪ କେଜି) ଉଠାଇଛନ୍ତି।

୧୬ ବର୍ଷୀୟ ଜେରେମୀଙ୍କର ଏହା ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଏବଂ ଫେବୃଆରୀରେ ଇଜିଏଟି କପରେ ସେ ୨୮୮ କେଜି ଭାର ଉଠାଇ ରୌପ୍ୟ ପଦକ ଜିତିଥିଲେ। ବର୍ତ୍ତମାନ ଚଳିତ ଚାମ୍ପିଅନଶିପର ଫଳାଫଳ ଗ୍ରୁପ୍-ଏ’ର ଇଭେଣ୍ଟ ଶେଷ ହେବା ପରେ ଘୋଷଣା କରାଯିବ।

ଚଳିତ ଚାମ୍ପିଅନଶିପ୍ ଅଲିମ୍ପିକ୍ କ୍ୱାଲିଫାଇଙ୍ଗର ଗୋଲ୍ଡ ମେଡାଲ ଇଭେଣ୍ଟ। ଏଥିରୁ ମିଳିବାକୁ ଥିବା ପଏଣ୍ଟର ଗଣନା ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଜାରି ହେବାକୁଥିବା ଫାଇନାଲ ରାଙ୍କିଙ୍ଗ୍ ସମୟରେ କରାଯିବ। ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ବ୍ୟୁନସ ଆୟର୍ସ ୟୁଥ୍ ଅଲିମ୍ପିକ୍ସରେ ଜେରେମୀ ୬୨ କେଜି ବର୍ଗରେ ୨୭୪ କେଜି (୧୨୪+୧୫୦) ଭାର ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।



from Odisha Reporter http://bit.ly/2GnioOy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages