ସୈଫଙ୍କୁ ନେଇ ଏମିତି କହିଲେ କରିନା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ସୈଫଙ୍କୁ ନେଇ ଏମିତି କହିଲେ କରିନା…

ମୁମ୍ୱାଇ:  ଛୋଟେ ନବାବ ସୈଫ ଅଲ୍ଲି ଖାନ ଓ ତାଙ୍କ ବେଗମ କରିନା କପୁର ଖାନଙ୍କ ପ୍ରେମ ସମ୍ପର୍କକୁ ନେଇ ସବୁବେଳେ ଗସିପ୍‌ ହୋଇଥାଏ। ବଲିଉଡ଼ରେ ଟପ୍‌ ହିରୋଇନ ଭାବେ ଗଣା ହେଉଥିବା ବେଳେ କରିନା ନିଜଠୁ ବୟସରେ ୧୦ ବର୍ଷ ବଡ଼ ସୈଫଙ୍କୁ ଡେଟ କରୁଥିଲେ। ‘ଟସନ୍‌’ ଫିଲ୍ମ ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିବା ବେଳେ ପରେ ସେମାନେ ବିବାହ କରି ନେଇଥିଲେ।

ସୈଫଙ୍କର ୨ ଟି ଛୁଆ ଥିବା ସହ ମୋ’ଠୁ ବୟସରେ ବହୁ ବଡ଼ ଜାଣି ମଧ୍ୟ ତାଙ୍କୁ ପାଗଳଙ୍କ ପରି ଭଲ ପାଉଥିଲି ବୋଲି ଏକ ସାକ୍ଷାତକାରରେ କହିଛନ୍ତି କରିନା। ଦୁହିଁଙ୍କ ବିବାହ ୨୦୧୨ ମସିହାରେ ହୋଇଥିଲା। ଉଭୟ ବଲିଉଡ଼ରେ ସୈଫିନା ନାମରେ ପରିଚିତ। ରିୟଲ ଓ ରିଲ୍ଜ ଲାଇଫରେ ସେମାନଙ୍କ ଯୋଡ଼ି ହିଟ୍‌।

ସୈଫଙ୍କ ସହ ଡେଟିଂରେ ଯିବାର ଅନୁଭୂତି ବଖାଣିଛନ୍ତି ବେବୋ। କହିଛନ୍ତି, ମୁଁ ଭାଗ୍ୟଶାଳୀ ଯେ, ମୋ ଚାରି ପାଖରେ ସବୁବେଳେ ମୋତେ ଭଲ ପାଉଥିବା ଲୋକଙ୍କୁ ପାଉଛି। ଯେତେବେଳେ ମୋତେ ଲାଗିଲା ଯେ, ମୋ କ୍ୟାରିଅର ଗ୍ରାଫ ଖସିବାକୁ ଆରମ୍ଭ କରୁଛି, ସେତେବେଳେ ସୈଫ ମୋତେ ସମ୍ଭାଳି ନେଇଥିଲେ। ତାଙ୍କୁ ପୂର୍ବରୁ ଭଲ ଭାବେ ଜାଣିଥିଲେ ମଧ୍ୟ ‘ଟସନ’ ଫିଲ୍ମର ଶୁଟିଂ ବେଳେ ତାଙ୍କ ପ୍ରେମରେ ପଡିଗଲି।

ସେ ବହୁତ ଚାର୍ମିଂ। ଉଭୟଙ୍କ ଭିତରେ ଖୁବ୍‌ ଭଲ ବଣ୍ଡିଂ ଥିଲା। ଉଭୟ ବହୁତ କଥା ହେଉଥିଲୁ। ସେ ୨ଟି ଛୁଆର ବାପା ସତ୍ତ୍ୱେ ମୋ ଲାଗି କେବଳ ସୈଫ ହିଁ ଥିଲେ।

କିଛି ଦିନ ଡେଟ ପରେ ସୈଫ କରିନାଙ୍କୁ କହିଥିଲେ ଯେ, ମୁଁ ୨୫ ବର୍ଷର ଯୁବକ ନୁହେଁ ଯେ, ତୁମକୁ ସବୁ ଦିନ ରାତିରେ ଘରେ ଛାଡ଼ିବାକୁ ଯିବି।  ମା’ ବବିତାଙ୍କ ସହ କଥା ହୋଇ ପୁରା ଜୀବନ ମୋ ସହ ବିତାଇବାକୁ ପ୍ରସ୍ତାବ ଦେଇଥିଲେ। ଏହାପରେ ଆମ ଦୁହିଁଙ୍କ ବିବାହ ହୋଇଯାଇଥିଲା ବୋଲି କହିଛନ୍ତି କରିନା।

ସୈଫ ପୂର୍ବରୁ ଅମ୍ରିତା ସିଂଙ୍କୁ ବିବାହ କରିଥିବା ବେଳେ ଉଭୟଙ୍କର ୨ ଟି ପୁଅ ଝିଅ ଅଛନ୍ତି। ଏହାପରେ କରିନାଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ପୁଅ ତୈମୁର ଅଛି।



from Odisha Reporter http://bit.ly/2ZEtc3R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages