ଏବେ ବିଜୟ ମାଲ୍ୟା ଭାରତ ଫେରିବା ନିଶ୍ଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

ଏବେ ବିଜୟ ମାଲ୍ୟା ଭାରତ ଫେରିବା ନିଶ୍ଚିତ

ଲଣ୍ଡନ: ଭାରତରୁ ଋଣ ନେଇ ବ୍ରିଟେନ୍‌ ଚାଲିଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଆଉ ଖସି ପାରିବେ ନାହିଁ। ବ୍ରିଟେନ୍‌ ସରକାର ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନ ଆଜି ଲଣ୍ଡନର ଏକ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ତେଣୁ ବିଜୟ ମାଲ୍ୟା ଭାରତ ଫେରିବା ଏବେ ନିଶ୍ଚିତ ହୋଇଛି। ଭାରତ ସରକାର ମାଲ୍ୟାଙ୍କୁ ସ୍ୱଦେଶ ଆଣିବାକୁ ବାରମ୍ବାର କୂଟନୀତିକ ସ୍ତରରେ ଉଦ୍ୟମ ଜାରି ରଖିଥିଲେ। ଦୀର୍ଘ ବର୍ଷ ହେଲା ଜାରି ରହିଥିବା ଏହି ଉଦ୍ୟମ ଆଜି ସଫଳ ହୋଇଛି।

ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କାର ଋଣ ନେଇ ମାଲ୍ୟା ଫେରାର ହୋଇଯାଇଥିଲେ। ସେ ବ୍ରିଟେନ୍‌ରେ ଆତ୍ମଗୋପନ କରିଥିବା ଜଣାପଡ଼ିବା ପରେ ଭାରତ ସରକାର ତାଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ସବୁମତେ ଚେଷ୍ଟା କରିଥିଲେ। ଭାରତ ସରକାରଙ୍କ ଅନୁରୋଧ ରକ୍ଷା କରି ବ୍ରିଟେନ୍‌ ଗୃହ ସଚିବ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଫାଇଲ୍‌କୁ ଅନୁମୋଦନ କରିଥିଲେ। ତେବେ ଏହା ବିରୋଧରେ ମାଲ୍ୟା ବ୍ରିଟେନ୍‌ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ କୋର୍ଟ ଏହାକୁ ତର୍ଜମା କରିବା ପରେ ପ୍ରତ୍ୟର୍ପଣ ଆଦେଶ ବିରୋଧରେ କୌଣସି ପ୍ରକାରର ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି। କୋର୍ଟ ଆଜି ମାଲ୍ୟାଙ୍କ ପ୍ରତ୍ୟର୍ପଣ ଉପରେ ମୋହର ମାରିଥିବାରୁ ଭାରତ ସରକାର ତୁରନ୍ତ ତାଙ୍କୁ ଆଣିବାକୁ ବ୍ୟବସ୍ଥା କରୁଥିବା ଜଣାପଡ଼ିଛି।



from Odisha Reporter http://bit.ly/2OYZrWu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages