ନେପାଳରେ ଘୁର୍ଣ୍ଣିଝଡ଼ ମୄତ୍ୟୁ ସଂଖ୍ୟା ୩୫ ଛୁଇଁଲା, ତ୍ରିପୁରାରେ ପ୍ରଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ନେପାଳରେ ଘୁର୍ଣ୍ଣିଝଡ଼ ମୄତ୍ୟୁ ସଂଖ୍ୟା ୩୫ ଛୁଇଁଲା, ତ୍ରିପୁରାରେ ପ୍ରଭାବ

ନେପାଳ: ଦକ୍ଷିଣ ନେପାଳରେ ଘୁର୍ଣ୍ଣିଝଡ଼ ପ୍ରଭାବରେ ମୄତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି। ଆଗକୁ ମୄତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଇଥିବା ବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ନେପାଳ ସରକାରଙ୍କ ସରକାରୀ ରିପୋର୍ଟରୁ ଏହା ଜଣାପଡ଼ିଛି।

ଦକ୍ଷିଣ ନେପାଳର ବାରା ଏବଂ ପର୍ସା ଜିଲ୍ଲାରେ ରବିବାର ସନ୍ଧ୍ୟାରେ ପ୍ରବଳ ଘୁର୍ଣ୍ଣିଝଡ଼ ହୋଇଥିବା ନେପାଳ ସରକାରଙ୍କ ଗୃହ ମନ୍ତ୍ରଳାୟ ସୂଚନା ଦେଇଛି। ସୂଚନା ଅନୁଯାୟୀ ବାରା ଜିଲ୍ଲାରେ ୨୬ ଜଣ ଲୋକଙ୍କର ପ୍ରାଣହାନି ହୋଇଥିବାବେଳେ ପାର୍ସା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଜଣଙ୍କର ମୃତ୍ଯୁ ହୋଇଛି। ପବନର ବେଗ ପ୍ରଖର ରହୁଥିବାରୁ ଅନେକ ବିଦ୍ୟୁତ ଖୁଣ୍ଟି, ଗଛ ଆଦି ଭାଙ୍ଗିପଡ଼ିବାରୁ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।

ବିଭିନ୍ନ ଗାଁରେ ଆହତଙ୍କ ଚିକିତ୍ସା ଚାଲିଥିବା ଜାତୀୟ ଜରୁରୀକାଳୀନ କେନ୍ଦ୍ର ସୂଚନା ଦେଇଛି।

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲ୍ଲୀ ଏ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଉଦ୍ଦାର କାର୍ଯ୍ୟ ପାଇଁ ସେନା ଓ ପୁଲିସ ବାହିନୀ ସମେତ ନାଇଟ ଭିଜନ ହେଲିକପ୍ଟର ନିୟୋଜିତ କରାଯାଇଥିବା ପ୍ରଧାନମନ୍ତ୍ରୀ ଓଲି ଟୁଇଟ କରି ସୂଚନା ଦେଇଛନ୍ତି।

ଉଦ୍ଧାର କାର୍ଯ୍ୟକୁ ତ୍ବରାନିତ କରିବା ପାଇଁ କାଠମାଣ୍ଡୁ ଏୟାର ବେସରୁ ୨ ବାଟାଲିୟନ ଫୋର୍ସ ପଠାଯାଇଥିବା ସେନା ମୁଖପାତ୍ର ରାମ ପ୍ରସାଦ ଧକଲ କହିଛନ୍ତି।

ସେପଟେ ଏହାର ପ୍ରଭାବ ଭାରତରେ ପଡ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତ୍ରିପୁରାରେ କିଛି ଅଞ୍ଚଳରେ ରବିବାର ସନ୍ଧ୍ୟାରୁ ବର୍ଷା ହେଉଛି। ଗୋଟିଏ ଦିନରେ ୭୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନେକ ସ୍ଥାନରେ ବିଜୁଳି ଖୁଣ୍ଟ ଓ ଗଛ ଉପାଡ଼ି ପଡ଼ିଥିବା ଜଣାପଡ଼ିଛି।



from Odisha Reporter https://ift.tt/2UoqOyi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages