ବେଇମାନ୍‌ କିଏ ? ପ୍ରଶ୍ନର ଉତ୍ତରରେ ଏମିତି କହିଲେ ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ବେଇମାନ୍‌ କିଏ ? ପ୍ରଶ୍ନର ଉତ୍ତରରେ ଏମିତି କହିଲେ ବୈଜୟନ୍ତ

ଓଡ଼ିଶା ରିପୋର୍ଟର:  ମୁଖ୍ୟମନ୍ତ୍ରୀ କେବେ କାହାକୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରନ୍ତି ନାହିଁ। ଏ କଥା ଓଡ଼ିଶା ଜାଣେ। ହେଲେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଆପଣଙ୍କୁ ସିଧାଶଳଖ ଟାର୍ଗେଟ କରୁଛନ୍ତି ମୁଖ୍ୟମନ୍ତ୍ରୀ, କ’ଣ କହିବେ।

ବୈଜୟନ୍ତ : ଏହା ଅତ୍ୟନ୍ତ ଦୁଃଖର ବିଷୟ। ଆମ ୨ ପରିବାର ଦୀର୍ଘ ୯୦ ବର୍ଷର ସମ୍ପର୍କରେ କଳଙ୍କ ଲାଗିଛି। ମୋ ଅଜା ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜେଜେଙ୍କ ସମ୍ପର୍କ ଭଲ ଥିଲା। ମୋ ବାପାଙ୍କ ସହ ତାଙ୍କ ବାପାଙ୍କ ସମ୍ପର୍କକୁ ସାରା ଓଡ଼ିଶା ଜାଣେ। ମୁଁ ବିଜେଡି ପ୍ରତିଷ୍ଠା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଢେର ସହାୟତା କରିଛି। ହେଲେ ଏବେ ମୁଖ୍ୟମନ୍ତ୍ରୀ ଏକ କୋଟେରୀ ଦ୍ୱାରା ପରିଚାଳିତ ହେଉଛନ୍ତି। ବଳାତ୍କାରୀଙ୍କୁ ଦଳ ଆଶ୍ରୟ ଦେଉଛି। ଫରେନ୍ସିକ୍‌ ରିପୋର୍ଟ ଚପାଇ ଦିଆଯାଉଛି। ଚିଟ୍‌ଫଣ୍ଡ ସ୍କାମରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟିକେଟ ଦିଆଯାଉଛି। ଏ ସ୍ଥିତି ଆଗରୁ ନ ଥିଲା। ବିଜେପି-ବିଜେଡି ମେଣ୍ଟ ସରକାରରେ ବିଜେଡି ଏକ ଭିନ୍ନ ଚିନ୍ତାଧାରାର ଦଳ ଥିଲା। ମୁଁ ଏହାକୁ ବିରୋଧ କରୁଛି। ଏଣୁ ମୋତେ ଏଭଳି ଟାର୍ଗେଟ କରାଯିବା ସ୍ୱାଭାବିକ୍‌ କଥା।

ଓଡ଼ିଶା ରିପୋର୍ଟର: ଆପଣଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ୩ଟି ଅଭିଯୋଗ ଆଣିଛନ୍ତି। ଆପଣ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅପପ୍ରଚାର କରୁଛନ୍ତି, ତାଙ୍କ ଚଉକି ଉପରେ ନଜର ପକାଉଛନ୍ତି ଏବଂ ଫାଇନାନ୍ସ କମିଟିର ସଦସ୍ୟତା ପ୍ରସଙ୍ଗ ଉଠାଇଛନ୍ତି।

ବୈଜୟନ୍ତ : ୩ଟି ଯାକ ପ୍ରସଙ୍ଗ ଭିତ୍ତିହୀନ। ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁ, ଜଗନ୍ନାଥ ମହାପ୍ରଭୁ ତାଙ୍କୁ ଦୀର୍ଘାୟୁ କରନ୍ତୁ ଓ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି। ଯେଉଁ କୋଟେରୀ ତାଙ୍କ ମୁଣ୍ଡରେ ଅଯଥା କଥା ଭର୍ତ୍ତି କରୁଛନ୍ତି ସେଗୁଡିକ ବୁଝିବାକୁ ସେ ଚେଷ୍ଟା କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ପିଲାଳିଆମି ଦେଖି ମତେ ହସ ବି ଲାଗୁଛି ଆଉ ଦୁଃଖ ବି। ମୁଁ ୧୮ ବର୍ଷ ସାଂସଦ ରହିବା ଭିତରେ କେବେ କୌଣସି ସରକାରୀ ପଦବୀ ନେଇନାହିଁ। ଏପରିକି ମୋ ଅଜାଣତରେ ମୋତେ କମର୍ସ କମିଟିର ସଦସ୍ୟ କରି ଦିଆଯାଇଥିଲା। ହେଲେ ନିଜ ପାରିବାରିକ ବ୍ୟବସାୟ ଥିବାରୁ ମୁଁ ସ୍ୱତଃ ଏଥିରୁ ଇସ୍ତଫା ଦେଇଥିଲି। ଏଣୁ ଏ ସବୁ ଅଭିଯୋଗ ଭିତ୍ତିହୀନ। ମୁଖ୍ୟମନ୍ତ୍ରୀଙ୍କୁ କେହି ଏ ସବୁ ଅଯଥା କଥା ଲେଖିକି ଦେଉଛି ଆଉ ସେ ପଢି ଦେଉଛନ୍ତି।

ଓଡ଼ିଶା ରିପୋର୍ଟର: ଆପଣ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କେନ୍ଦ୍ରାପଡ଼ାକୁ ରେଳ ସଂଯୋଗ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରୁଛି। କ’ଣ କହିବେ?

ବୈଜୟନ୍ତ : କେନ୍ଦ୍ରାପଡ଼ାକୁ ପାରାଦ୍ୱୀପ ଓ ଚଣ୍ଡିଖୋଲ ସହ ରେଳ ସଂଯୋଗ କରାଇବା ବିଜୁ ବାବୁଙ୍କ ସ୍ୱପ୍ନ ଥିଲା। ମୁଖ୍ୟମନ୍ତ୍ରୀ ହୁଏତ ଏହାକୁ ଭୁଲି ଯାଉଛନ୍ତି। ଏହା ମୋ ସ୍ୱାର୍ଥ ପାଇଁ ନୁହେଁ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ହେଉଛି। ଏହି ଅଞ୍ଚଳରେ ଭିତ୍ତିଭୂମୀର ବିକାଶ ହେଉଥିବାରୁ ଆଗାମୀ ଦିନରେ ବୃହତ୍‌ ଶିଳ୍ପ ଏଠାରେ ଗଢି ଉଠିବ ଓ ସ୍ଥାନୀୟ ଲୋକେ ଉପକୃତ ହେବେ।

ଓଡ଼ିଶା ରିପୋର୍ଟର: ବେଇମାନ୍‌ ବନାମ ସ୍ୱାଭିମାନ। ଏ ପ୍ରସଙ୍ଗରେ ଆପଣଙ୍କ ମତ କ’ଣ ?

ବୈଜୟନ୍ତ : ୧୯୭୯ ମସିହାରେ ବିଜୁ ବାବୁଙ୍କ ଅନୁରୋଧରେ ମୋ ପିତା ତାଙ୍କ ଲୋନ୍‌ ନିଜ ମୁଣ୍ଡରେ ନେଇଥିଲେ। ତାଙ୍କର ପର୍ସନାଲ ଗ୍ୟାରେଣ୍ଟର ହୋଇଥିଲେ। କାରଣ, ସେତେବେଳେ ତାଙ୍କର କଳିଙ୍ଗ ଟ୍ୟୁବ୍ସ ବନ୍ଦ ହୋଇଯାଇଥିଲା। ତାଙ୍କ ଦୁଇ ଘର ନବୀନ ନିବାସ ଓ ଦିଲ୍ଲୀର ଔରଙ୍ଗଜେବ୍ ରୋଡ୍‌ ସ୍ଥିତ ଘର ନିଲାମ ହେବାକୁ ଯାଉଥିଲା। ମୋ ପିତା ଯଦି ପର୍ସନାଲ ଗ୍ୟାରେଣ୍ଟର ହୋଇ ନଥାନ୍ତେ,ସେ ନବୀନ ନିବାସରେ ରହିପାରି ନଥାନ୍ତେ। ଏମିତିଆ ବ୍ୟକ୍ତିଙ୍କର ବିୟୋଗ ସମୟରେ ନବୀନ ଫୁଲଟିଏ ବି ଦେଇପାରିଲେ ନାହିଁ। ଏହା ବେଇମାନି ନୁହେଁ ତ ଆଉ କ’ଣ?

 



from Odisha Reporter http://bit.ly/2DEzmHM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages