ବଡ଼ଭାଇକୁ ମାରି ଦେଲା ସାନଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ବଡ଼ଭାଇକୁ ମାରି ଦେଲା ସାନଭାଇ

dead

ଡାବୁଗାଁ (ନବଘନ ବିଷୋୟୀ): ପାରିବାରିକ କଳହକୁ ନେଇ ସଂପର୍କୀୟ ସାନଭାଇର ଠେଙ୍ଗା ମାଡ଼ରେ ବଡ଼ଭାଇର ମୃତ୍ୟୁ। ଏପରି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗାଁରେ।

ମୃତ ବ୍ୟକ୍ତିଙ୍କ ନାଁ ତୁଳାରାମ ମାଝି। ଅଭିଯୁକ୍ତଙ୍କ ନାଁ କନେଇ ମାଝି। ତାଙ୍କୁ ଡାବୁଗାଁ ପୁଲିସ୍ ଗିରଫ କରିଛି।

ପରିବାରର କୌଣସି ଏକ କଥାକୁ ନେଇ ଶୁକ୍ରବାର ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ଦୁଇ ଭାଇଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହି ସମୟରେ କନେଇ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ତୁଳାରାମଙ୍କୁ ଆକ୍ରମଣ କରିଥିଲେ। ଠେଙ୍ଗାମାଡ଼ରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ପରିବାରର ଅନ୍ୟ ସଦସ୍ୟ ଓ ଗାଁର କିଛି ଲୋକ ତାଙ୍କୁ ଡାବୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା।

ଗତକାଲି ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଚିକିତ୍ସାଧୀନ ଅବସ୍ଥାରେ ତୁଳାରାମଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ମୃତଦେହକୁ ଘରକୁ ଆଣିବା ପରେ ଗାଁ ଲୋକେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ।

ଡାବୁଗାଁ ପୁଲିସ୍ ଗାଁରେ ପହଞ୍ଚି ଶବକୁ ଜବତ କରିଥିଲା। ଏହା ସହିତ ପୁଲିସ୍ କନେଇ ଗିରଫ କରିଥିଲା। ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳି ନଥିବା ବେଳେ ପାରିବାରିକ କଳହକୁ ନେଇ ଏ ଘଟଣା ଘଟିଛି ବୋଲି ଗ୍ରାମବାସୀ କହିଛନ୍ତି।



from Odisha Reporter http://bit.ly/2XBQ8in

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages