ଆଜି ମହବୀର ଜୟନ୍ତୀ, ଜାଣିଛନ୍ତି କି ମହାବୀରଙ୍କ ୫ ବହୁ ମୂଲ୍ୟ ବିଚାର କ’ଣ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ଆଜି ମହବୀର ଜୟନ୍ତୀ, ଜାଣିଛନ୍ତି କି ମହାବୀରଙ୍କ ୫ ବହୁ ମୂଲ୍ୟ ବିଚାର କ’ଣ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାବୀର ଜୟନ୍ତୀ ଜୈନ ସମୁଦାୟର ଏକ ପବିତ୍ର ଦିନ ଅଟେ।  ଆଜିର ଦିନକୁ ମହାବୀର ଜୟନ୍ତୀ ରୂପେ ସମଗ୍ର ଦେଶରେ ପାଳନ କରାଯାଉଛି।  ଭଗବାନ ମହାବୀର ହେଉଛନ୍ତି ଜୈନ ଧର୍ମର ୨୪ତମ ତିର୍ଥକର। ଚୈତ୍ର ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥୀରେ ଖ୍ରୀଷ୍ଟପୂର୍ବ ୫୯୯ରେ ବିହାରର କୁଣ୍ଡଲପୁରରେ ଏକ ରାଜ ପରିବାରରେ ସେ  ଜନ୍ମ ଗ୍ରହଣ କରିଥିଲେ।

ବୈଶାଳୀ ରାଜକନ୍ୟା ତ୍ରିଶଳା ଓ ରାଜା ସିଦ୍ଧାର୍ଥଙ୍କ ଦ୍ୱିତୀୟ ସନ୍ତାନ ରୂପେ ଜନ୍ମ ଗ୍ରହଣ କରିଥିବା ମହାବୀରଙ୍କ  ପିଲା ଦିନ ନାମ ବର୍ଦ୍ଧମାନ ଥିଲା। ସେ ଥିଲେ ଜୈନ ଧର୍ମର ଅନ୍ତିମ ତୀର୍ଥଙ୍କର।

ଏକ ରାଜ ପରିବାରରେ ଜନ୍ମ ଗ୍ରହଣ କରି ସୁଦ୍ଧା ସେ ସବୁବେଳେ ମୋହ ମାୟାରୁ ଦୂରେଇ ରହୁଥିଲେ। ମାନବ ସେବା ଥିଲା ତାଙ୍କ ଜୀବନର ମୂଳ ମନ୍ତ୍ର। ଜୈନ ଧର୍ମର ମୂଳମନ୍ତ୍ର ହେଉଛି ଆତ୍ମାରୁ ମୁକ୍ତି, ବନ୍ଧନରୁ ମୁକ୍ତି। ସେଥିପାଇଁ ଜୈନ ଧର୍ମାବଲମ୍ବୀ କୌଣସି ଠାକୁରଙ୍କୁ ପୂଜା କରନ୍ତି ନାହିଁ।

ସାଧାରଣ ଲୋକଙ୍କୁ ସତ୍ୟ ଓ ଅହିଂସା ମାର୍ଗରେ ଚାଲିବାକୁ ପ୍ରେରିତ କରୁଥିବା ଏହି ଯୁବକ  ମାତ୍ର ୩୦ ବର୍ଷରେ ସାଂସାରିକ ମୋହ ପରିତ୍ୟାଗ କରିଥିଲେ।   ସାଧାରଣ ଲୋକଙ୍କୁ ସତ୍ୟ, ଅହିଂସା ମାର୍ଗରେ ସେ ଚାଲିବାକୁ ଆହ୍ୱାନ ଦେଉଥିଲେ।

କ୍ଷମାରେ ପରିପୂର୍ଣ୍ଣ ଥିବା ବର୍ଦ୍ଧମାନ ପରେ ମହାବୀର ନାମରେ ପରିଚିତ ହେଲେ। ଜୈନ ଦର୍ଶନ ସମ୍ୟକ ଜ୍ଞାନ, ସମ୍ୟକ ଦର୍ଶନ ଓ ସମ୍ୟକ ଚରିତ୍ରକୁ ବିଶ୍ୱାସ କରେ।  ଏହି ଧର୍ମାବଲମ୍ବୀ କେବେବି ଭାଗ୍ୟବାଦୀ ହୋଇପାରନ୍ତି ନାହିଁ। କର୍ମ ଦ୍ୱାରା ଭାଗ୍ୟକୁ ନିୟନ୍ତ୍ରଣ କରାଯାଏ ବୋଲି ଏମାନଙ୍କ ବିଶ୍ୱାସ।

ଆସନ୍ତୁ ଜାଣିବା ମହାବୀରଙ୍କ ୫ ବହୁମୂଲ୍ୟ ବିଚାର ସମ୍ପର୍କରେ

୧-ମଣିଷକୁ ମିଳୁଥିବା ଦୁଃଖର କାରଣ ମଣିଷ ନିଜେ। ନିଜ ଭୁଲ ବୁଝିପାରି ତାକୁ ସୁଧାରି ପାରୁଥିବା ଲୋକ ହିଁ ଜୀବନର ଅସଲ ସୁଖ ପାଇପାରିଥାଏ।

୨- ଯେକୌଣସି ପରିସ୍ଥିତିରେ ପଡ଼ିଲେ ବି ମନକୁ  ସ୍ଥିର ରଖିବା ଏକାନ୍ତ କାମ୍ୟ।

୩-ଆତ୍ମା ଏକୁଟିଆ ଆସିଥାଏ ଏବଂ ଯାଇଥାଏ। କେହି ବି ଆତ୍ମାର ଶତ୍ରୁ କି ମିତ୍ର ହୋଇପାରନ୍ତି ନାହିଁ।

୪- ନିଜ ଉପରେ ବିଜୟ ପ୍ରାପ୍ତି  କରିବା ଲକ୍ଷେ ଶତ୍ରୁଙ୍କ ଉପରେ ବିଜୟ ପାଇବାଠୁ ବି ବଡ଼।

୫- ଜୀବନରେ କାହା ଉପରେ କରିଥିବା ଉପକାରକୁ ଭୁଲି ଯିବା ସବୁଠୁ ଭଲ। ଏହାବ୍ୟତୀତ ଯଦି କିଏ ଆପଣଙ୍କୁ ହଇରାଣରେ ପକାଇଛି ବା କ୍ଷତି ପହଞ୍ଚାଇଛି ତାକୁ ମଧ୍ୟ ଭୁଲି ଯିବାକୁ ଚେଷ୍ଟା କର।

 

ମହାବୀରଙ୍କ ୨୫୦ ବର୍ଷ ପୂର୍ବରୁ ଭଗବାନ ପାର୍ଶ୍ୱନାଥଙ୍କ ଜନ୍ମ। ତାଙ୍କ ସମୟରେ ଭାରତର ବିଭିନ୍ନ ସ୍ଥାନରେ ଜୈନଧର୍ମ ପ୍ରଚାର ପ୍ରସାର ହୋଇଥିଲା। ଏହାପରେ ମହାବୀର ଜୈନ ଧର୍ମକୁ ନିର୍ଦ୍ଦିଷ୍ଟ ରୂପରେଖ ଦେଇଥିଲେ। କିନ୍ତୁ ପରେ ଜୈନଧର୍ମ ୨ ଭାଗରେ ବିଭକ୍ତ ହୋଇଛି।  ଶ୍ୱେତାମ୍ୱର ଓ  ଦିଗମ୍ୱର। ଶ୍ୱେତାମ୍ୱର ଜୈନମାନେ  ଶ୍ୱେତ ବସ୍ତ୍ର ପରିଧାନ କରିଥାନ୍ତି। କିନ୍ତୁ ଦିଗମ୍ୱରମାନେ ଉଲଗ୍ନ ରହି ସବୁ କାମନା ବାସନାକୁ ଜୟ କରିଥାନ୍ତି।



from Odisha Reporter http://bit.ly/2Ipy8nK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages