ଅଗୁଷ୍ଟା ସ୍କାମ: ‘ଆର୍‌ଜି ଓ ‘ଏପି’କୁ ନେଇ କଂଗ୍ରେସକୁ ଘେରିଲେ ମୋଦି ଓ ଜେଟଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ଅଗୁଷ୍ଟା ସ୍କାମ: ‘ଆର୍‌ଜି ଓ ‘ଏପି’କୁ ନେଇ କଂଗ୍ରେସକୁ ଘେରିଲେ ମୋଦି ଓ ଜେଟଲୀ

ନୂଆଦିଲ୍ଲୀ/ଡେରାଡୁନ୍‌: ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଘୋଟାଲା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାଖଲ କରିଥିବା ଚାର୍ଜଶିଟ୍‌ ଏବଂ ଏଥିରେ ଥିବା ଆର୍‌ଜି, ଏପି ଓ ଫ୍ୟାମ/ଫ୍ୟାମିଲି ଆଦି ଶବ୍ଦକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କଂଗ୍ରେସ ଉପରେ ଜୋରଦାର ହମ୍‌ଲା କରିଛନ୍ତି। ଗତକାଲି ଇଡି ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିର ମଧ୍ୟସ୍ଥି ଖ୍ରୀଷ୍ଟିୟାନ ମିସେଲଙ୍କୁ ଜେରା କରିବା ବେଳେ ପାଇଥିବା ତଥ୍ୟ ଆଧାରରେ ୨୦୦୦ ପୃଷ୍ଠାର ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରିଥିଲା। ଏଥିରେ ଏପି ଓ ଆର୍‌ଜି ଓ ଫ୍ୟାମିଲି ସଦସ୍ୟଙ୍କୁ ମିସେଲ ଡିଲ୍‌ ପାଇଁ ଲାଞ୍ଚ ଦେଇଥିବା ଉଲ୍ଲେଖ ରହିଛି।

ଆଜି ଡେରାଡୁନ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ କହିଛନ୍ତି, “ଆପଣମାନଙ୍କ ଚୌକିଦାର ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇ ହେଲିକପ୍ଟର କିଣା ଦୁର୍ନୀତିର କିଛି ମଧ୍ୟସ୍ଥିକୁ ଦୁବାଇରୁ ଧରି ଆଣିଥିଲା। ତଦନ୍ତକାରୀ ସଂସ୍ଥା ଇଟାଲୀର ମିସେଲ ମାମାକୁ ମଧ୍ୟ ଜେରା କରିଥିଲା। ଏହାପରେ ଚାର୍ଜଶିଟ୍‌ ଫାଇଲ୍‌ ହୋଇଛି। ଯେଉଁଥିରେ ‘ଏପି’ ମାନେ ଅହମ୍ମଦ ପଟେଲ ଏବଂ ‘ଫ୍ୟାମିଲି’ ବିପୁଳ ପରିମାଣର ଟଙ୍କା ପାଇଥିବା ଉଲ୍ଲେଖ ରହିଛି। ଏବେ ଆପଣମାନେ କୁହନ୍ତୁ ଅହମ୍ମଦ ପଟେଲ କେଉଁ ଫ୍ୟାମିଲି ସହ ଜଡ଼ିତ ରହିଛନ୍ତି? କିଏ ଏହି ହେଲିକପ୍ଟର କିଣା ଡିଲ୍‌ରେ ଫାଇଦା ପାଇଛି?”

ସେହିପରି କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, “କଂଗ୍ରେସ ଏପି, ଫ୍ୟାମିଲି ଏବଂ ଆର୍‌ଜି ଶବ୍ଦ ଉପରେ କାହିଁକି ଚୁପ୍‌ ରହିଛି? କ’ଣ ଏହି ଏପି, ଫ୍ୟାମିଲି ଏବଂ ଆର୍‌ଜି କାଳ୍ପନିକ ବ୍ୟକ୍ତି? ଏଭଳି ସାଂଘାତିକ ଅଭିଯୋଗ ଉପରେ କଂଗ୍ରେସ ଜବାବ ଦେବା ଦରକାର। ଦେଶବାସୀ ଏହି ଜବାବକୁ ଅପେକ୍ଷା କରିଛନ୍ତି। ଯଦି କଂଗ୍ରେସ କିମ୍ବା ରାହୁଲ ଗାନ୍ଧି ଏହାର ଜବାବ ନ ଦିଅନ୍ତି, ତା’ହେଲେ ଲୋକମାନଙ୍କ ମନରେ ସନ୍ଦେହ ଆହୁରି ବଢ଼ିବ। ପ୍ରଧାନମନ୍ତ୍ରୀ ହେବାକୁ ଆଶାୟୀ ଥିବା ବ୍ୟକ୍ତି ଜଣଙ୍କ ଏଭଳି ଅଭିଯୋଗକୁ କେତେ ଦିନ ସହ୍ୟ କରି ରହିବେ?”

ଅନ୍ୟପକ୍ଷରେ ଆଜି ମିସେଲ ଦିଲ୍ଲୀ କୋର୍ଟଙ୍କୁ କହିଛନ୍ତି ଯେ ଜେରା ବେଳେ ସେ କାହାର ନାଁ ନେଇନାହାନ୍ତି। ଇଡି ଜେରାର ତଥ୍ୟ ଗଣମାଧ୍ୟମକୁ ଦେଇଛି। ଗତକାଲି ଇଡି ଦାଖଲ କରିଥିବା ଚାର୍ଜଶିଟ୍‌ରେ ରାଜନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ନାଁ ରହିଥିଲା।



from Odisha Reporter http://bit.ly/2CTiZqn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages