ଖରା ଦିନେ କେଶର ନିଅନ୍ତୁ ଏପରି ଯତ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ଖରା ଦିନେ କେଶର ନିଅନ୍ତୁ ଏପରି ଯତ୍ନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଖରା ତାତିରୁ ଆମେ ସବୁବେଳେ ଆମ ତ୍ୱଚାକୁ ସୁରକ୍ଷା ଦେବାକୁ ଚେଷ୍ଟିତ ଥାଉ। ହେଲେ ଏହା ଭୁଲିଯାଉ ଯେ, ଏହାଦ୍ୱାରା ଆମ କେଶ ମଧ୍ୟ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଥାଏ। ପ୍ରଦୂଷଣ ସମେତ,  ପ୍ରଖର ସୂର୍ଯ୍ୟ କିରଣ ଓ ଝାଳ ବୋହି କେଶ ରୁକ୍ଷ ହୋଇଯାଏ।  ଖରା ଦିନେ ଅଧିକ ଝାଳ ବୋହୁଥିବାରୁ କେଶ ଖରାପ ହୋଇଯାଏ।  ଏଥିନିମନ୍ତେ ଆପଣ ବର୍ଷର ଅନ୍ୟ ଦିନରେ କେଶର ନେଉଥିବା ଯତ୍ନରେ ଟିକେ ପରିବର୍ତ୍ତନ ଆଣିବା ଉଚିତ।  ଏଥିଲାଗି କିଛି ଟିପ୍ସ ପାଳନ କରି ଆପଣଙ୍କ କେଶ ଅନ୍ୟ ଦିନ ପରି ଚମକଦାର ରହିବ।

 ଉଚିତ ଢଙ୍ଗରେ ଧୁଅନ୍ତୁ କେଶ

ଖରା ଦିନେ କେଶରୁ ଝାଳ ଦୁର୍ଗନ୍ଧ ବାହାରିବା ସହ ଚୁଟି ଅଠା ହୋଇଯାଏ। ଏଥିନିମନ୍ତେ ଚୁଟିକୁ  ନିୟମିତ ଭାବେ ଧୋଇବା ଆବଶ୍ୟକ।  ଏଥିଲାଗି ଆପଣ ୪ ଚାମଚ ଆପଲ୍‌ ସିରକାକୁ ଏକ କପ୍‌ ଥଣ୍ଡା ପାଣିରେ ମିଶାନ୍ତୁ। ଥରେ ସାମ୍ପୁ କରିବା ପରେ ଆପଣ ଏହାକୁ ନିଜ ଚୁଟିରେ ଲଗାନ୍ତୁ। କିଛି ସମୟ ପରେ ଶୁଖା ତଉଲିଆରେ ନିଜ ମୁଣ୍ଡକୁ ପୋଛି ଦିଅନ୍ତୁ।

 

ଫଳ ଖାଆନ୍ତୁ

ପ୍ରଚୁ ମାତ୍ରାରେ ସବୁଜ ପନିପରିବା ଓ ଫଳ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀର ସମେତ କେଶ ମଧ୍ୟ ସୁସ୍ଥ ରହିବ। ଅମୃତଭଣ୍ଡା, କମଳା, ଜାକୁ କୋଳି ଆଦି ଫଳ ଖାଇବା ଦ୍ୱାରା  ଆପଣ ଭିଟାମିନ ଏ, ବି ଓ ସି ଭରପୁର ମାତ୍ରାରେ ପାଇପାରିବେ। ଯାହାକି କେଶକୁ ମଧ୍ୟ ପୋଷଣ ପ୍ରଦାନ କରିଥାଏ। ଏହାବ୍ୟତୀତ କେଶକୁ ରୁକ୍ଷ ଓ ନିର୍ଜୀବ ହେବାକୁ ଦେଇ ନ ଥାଏ।

ହେୟାର ମାସ୍କ ଲଗାନ୍ତୁ

ସୁସ୍ଥ, ଘନ କେଶ ନିମନ୍ତେ ହେୟାର ମାସ୍କ ମଧ୍ୟ ଲାଭଦାୟକ ହୋଇଥାଏ।  ଏହା କେଶକୁ ଉଚିତ ପୋଷଣ ପ୍ରଦାନ କରିବା ସହ ଆବଶ୍ୟକ ନମନିୟମତା ପ୍ରଦାନ କରିଥାଏ।

ଏହି ସବୁ ଟିପ୍ସ ପାଳନ କରି ଆପଣ ଲମ୍ୱା ଓ ଘନ କେଶ ପାଇପାରିବେ ସେଥିରେ ସନ୍ଦେହ ନାହିଁ।

 



from Odisha Reporter http://bit.ly/2ZyE6rM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages