ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋର ଧରିଛି ପ୍ରଚାର, ଆଜି ଆସୁଛନ୍ତି ଗଡ଼କରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋର ଧରିଛି ପ୍ରଚାର, ଆଜି ଆସୁଛନ୍ତି ଗଡ଼କରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋର ଧରିଛି ପ୍ରଚାର। ଆସନ୍ତା ୨୯ ତାରିଖରେ ହେବ ଭୋଟଗ୍ରହଣ ହେବ। ରାଜ୍ୟର ୬ ଲୋକସଭା  ଆସନ ସହ ଏହି କ୍ଷେତ୍ରରେ ଆସୁଥିବା ୪୧ ବିଧାନସଭା ଆସନରେ ହେବ ଭୋଟଗ୍ରହଣ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ,ବାଲେଶ୍ୱର ଓ ମୟୂରଭଂଜ ଲୋକସଭା ଆସନରେ ଭୋଟଗ୍ରହଣ ହେବ।

ନିର୍ବାଚନ ପ୍ରଚାର ଲାଗି ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ  ଗଡ଼କରୀ । ଅପରାହ୍ନରେ ଭଦ୍ରକ ବରାହପୁର କଲେଜ ପଡ଼ିଆରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ। ଏହାପରେ ଅପରାହ୍ନ ୨ଟା ୩୦ରେ ଭଦ୍ରକ ବନ୍ତ ବ୍ଲକ ହାଟ ପଡ଼ିଆରେ ଏକ ବିରାଟ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି  ୨୭ ତାରିଖରେ ସରିବ ନିର୍ବାଚନ ପ୍ରଚାର।

ହାତରେ ପ୍ରଚାରକୁ ଆଉ ମାତ୍ର ୪ ଦିନ ଥିବାବେଳେ ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ଚାଲିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସହ ରାଜ୍ୟରେ ସରିବ ନିର୍ବାଚନୀ ଅଭିଯାନ।  ଆସନ୍ତା ମେ ୨୩ ତାରିଖରେ ଭୋଟ ଗଣତି ହେବ।



from Odisha Reporter http://bit.ly/2W3Sy8M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages