ପ୍ରତିପତ୍ତି ଫେରାଇ ଆଣିପାରିବେ ତ ପ୍ରଶାନ୍ତ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ପ୍ରତିପତ୍ତି ଫେରାଇ ଆଣିପାରିବେ ତ ପ୍ରଶାନ୍ତ !

ଜଗତ୍‌ସିଂପୁର(ଶଶାଙ୍କ ଖେଖର ପଣ୍ଡା): ୪ର୍ଥ ପର୍ଯ୍ୟାୟରେ ଅର୍ଥାତ୍‌ ଏପ୍ରିଲ ୨୯ ତାରିଖରେ ଜଗତ୍‌ସିଂହପୁର ଲୋକସଭା ଆସନରେ ହେବ ମତଦାନ। ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ  ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକୁ ଜୋରଦାର କଲେଣି । କିଏ ପିନ୍ଧିବ ବିଜୟମୁକୁଟ ସେ ନେଇ ଆରମ୍ଭ ହୋଇଗଲାଣି ଅଙ୍କକଷା।

ଜଗତ୍‌ସିଂହପୁର ବିଧାନସଭା ଆସନଟି ଏକ ଗୁରୁତ୍ୱପୂର୍ଣ୍ଣ ଆସନ। ଦୁଇ ହେବିୱେଟ ନେତାଙ୍କୁ ନେଇ ଏଠିକା ରାଜନୀତି ସବୁବେଳେ ଚଳଚଞ୍ଚଳ। ଜଣେ ବିଜେଡିର ବିଷ୍ଣୁ ଦାସ ଏବଂ ଅନ୍ୟଜଣେ କଂଗ୍ରେସର ଚିରଞ୍ଜୀବ ବିଶ୍ୱାଳ।  ବିଷ୍ଣୁ ଦାସ ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ କ୍ରମାଗତ ଭାବ ୫ ଥର ଏହି ଆସନରୁ ଜିତି ସାରିଛନ୍ତି। ହେଲେ ୨୦୧୪ରେ କଂଗ୍ରେସ୍‌ ପ୍ରାର୍ଥୀ ଚିରଞ୍ଜୀବି ବିଶ୍ୱାଳ ତାଙ୍କୁ ହରାଇ ଏହି ଆସନରୁ ବିଜୟୀ ହୋଇଥିଲେ।

୨୦୧୪ ନିର୍ବାଚନରେ ଜଗତ୍‌ସିଂହପୁର ବିଧାନସଭା କ୍ଷେତ୍ରରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ ବିଜେଡିର ବିଷ୍ଣୁ ଦାସଙ୍କୁ ୨୮୮୮ ଖଣ୍ଡ ଭୋଟରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଜଗତ୍‌ସିଂହପୁର ବିଧାନସଭା ଅନ୍ତର୍ଗତ ୬ଟି ଜିଲ୍ଲା ପରିଷଦ ଆସନରେ ବିଜେଡି ବିଜୟୀ ହୋଇଥିଲା। ସେହିପରି ୨୦୧୪ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀଙ୍କୁ ୭ ହଜାରରୁ ଅଳ୍ପକିଛି ଅଧିକ ଭୋଟ ମିଳିଥିବା ବେଳେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳକୁ ମିଳିଥିଲା ୨୮ ହଜାରରୁ ଅଧିକ ଭୋଟ।

ତା ଛଡା ଏଥର ବିଜେପି ସତ୍ୟବ୍ରତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ୨୦୧୪ରେ ସତ୍ୟବ୍ରତ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇ ୮୮୪୪ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲା। ଏଥର ସେ ବିଜେପି ଟିକଟରେ ଲଢୁଛନ୍ତି। ତେଣୁ ୧୯ ନିର୍ବାଚନରେ ଏଠାରେ ତ୍ରୀମୁଖି ଲଢେଇ ହେବା ନିଶ୍ଚିତ।

ଏଥର କଂଗ୍ରେସ ପ୍ରାର୍ଥୀ କରିଛି ଚିରଞ୍ଜୀବି ବିଶ୍ୱାଳଙ୍କୁ । ବିଜେପି ସତ୍ୟବ୍ରତ ମହାପାତ୍ର ଏବଂ ବିଜେଡି ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି।

୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ ନିର୍ବାଚିତ ହେବା ପରେ ବିରୋଧୀଦଳ ଉପନେତା ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ଏହାଛଡା ଓଡ଼ିଶା କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ରାଜ୍ୟସ୍ତରରେ ତଥା ଜଗତସିଂହପୁର ଜିଲ୍ଲାରେ ତାଙ୍କର ଦବ୍‌ଦବା ରହିଛି। ଚଳିତ ନିର୍ବାଚନରେ କଂଗ୍ରେସ ତାଙ୍କୁ ଏଠାରେ ପ୍ରାର୍ଥୀ କରିଥିବା ବେଳେ ସେ ଏବଂ ତାଙ୍କ ସାନଭାଇ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ ନିର୍ବାଚନ ମଣ୍ଡଳୀରେ ପ୍ରଚାର ମଙ୍ଗ ଧରିଛନ୍ତି। ଗତ ୫ ବର୍ଷ ମଧ୍ୟରେ ସେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିବା ସହିତ ଜଗତ୍‌ସିଂହପୁର ଜନସାଧାରଣଙ୍କ ସୁଖଦୁଃଖରେ ସାମିଲ ହୋଇଥିବାରୁ ଏଥର ମଧ୍ୟ ଲୋକଙ୍କ ଆଶୀର୍ବାଦ ତାଙ୍କୁ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

୨୦୧୪ ନିର୍ବାଚନରେ ବିଜେଡି ଦୁର୍ଗକୁ ଭାଙ୍ଗିଥିଲା କଂଗ୍ରେସ। ମାତ୍ର ୨୮୮୮ ଅଧିକା ଭୋଟ ବ୍ୟବଧାନରେ ହାରିଥିଲା ବିଜେଡି ।  ଏଥର କଂଗ୍ରେସ ହାତରୁ ପୁଣିଥରେ ଏହି ଆସନକୁ ଛଡାଇ ନେବାକୁ ଉଦ୍ୟମ କରୁଛି ବିଜେଡି । ତେଣୁ ଦଳ ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଛି। ବାଲିକୁଦା-ଏରସମାର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ମଇଦାନକୁ ଆଣିଛି । ଟିକେଟ ବଣ୍ଟନରେ ବିଳମ୍ୱ ଓ ପରବର୍ତ୍ତୀ ସମୟରେ ଦଳରେ ଗୋଷ୍ଠୀକନ୍ଦଳ ଯୋଗୁ ଦଳୀୟ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ପ୍ରଚାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ତେବେ ନବୀନ ନିବାସରେ ଉଭୟ ଗୋଷ୍ଠୀ ମଧ୍ୟରେ ସମାଧାନ ହେବା ପରେ ପ୍ରଶାନ୍ତ କର୍ମୀ ସମ୍ମିଳନୀ ମାଧ୍ୟମରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ସେହିପରି ତାଙ୍କ ପତ୍ନୀ  ମଧ୍ୟ ଘରକୁ ଘର ବୁଲି ପ୍ରଶାନ୍ତଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ପ୍ରଶାନ୍ତ ଜଣେ ପୋଖତ ଖେଳୁଆଡ।  ଜଗତ୍‌ସିଂହପୁରରେ ବିଜେଡିର ସଂଗଠନ ଦୃଢ ରହିଥିବାରୁ ସେ  ବିଜୟୀ ହେବେ ବୋଲି ଆଶା ରଖିଛନ୍ତି।

୨୦୧୪ ନିର୍ବାଚନରେ ବିଜେପି ପ୍ରତାପ ମିଶ୍ରଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା। ପ୍ରତାପଙ୍କୁ ମିଳିଥିଲା ମାତ୍ର ୭ ହଜାର ଭୋଟ। ତେବେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟବ୍ରତ ମହାପାତ୍ର ବିଜେପିରେ ଯୋଗଦେବା ପରେ ଦଳ ଏଠାରେ ତାଙ୍କୁ ବିଧାୟକ ପ୍ରାର୍ଥୀ କରିଛି । ଏଠାରେ ତାଙ୍କର ଲୋକସମ୍ପର୍କ ମଧ୍ୟ ଭଲା ସତ୍ୟବ୍ରତ ପୂର୍ବରୁ ଜଗତସିଂପୁର ପୌର ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ସେ ଏବେ ବିଜେପି ଜିଲ୍ଲା ସଭାପତି ଅଛନ୍ତି । ଜଗତସିଂପୁର ନିର୍ବାଚନ ମଣ୍ଡଳୀର ସମସ୍ତ ୪୬ଟି ପଞ୍ଚାୟତରେ ସେ ନିଜର ପ୍ରଚାର ସାରି ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ପୌରାଞ୍ଚଳରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ସ୍ଥାନୀୟ ଲୋକ ହୋଇଥିବାରୁ ଏବଂ ପରିବର୍ତ୍ତନର ହାୱା ବହୁଥିବାରୁ ସେ ୧୯ ନିର୍ବାଚନରେ ନିଶ୍ଚୟ ବିଜୟୀ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି।



from Odisha Reporter http://bit.ly/2VSkUmt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages