
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବରକାନିରେ ବଡ଼ଭାଇର କଟୁରି ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି।
ମୃତକ ହେଲେ ସୋମା ଏକ୍କା। ତାଙ୍କ ବଡ଼ ଭାଇର ନାଁ କୋକା ଏକ୍କା।
ଗତକାଲି ସନ୍ଧ୍ୟାରେ ଗାଁରେ ଖାସି କଟାଯାଇଥିଲା। ମାଂସ ନେବାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ରରୂପ ନେଇଥିଲା। ଉତ୍କ୍ଷିପ୍ତ ହୋଇ କୋକା ଏକ କଟୁରିରେ ସୋମାଙ୍କୁ ଆକ୍ରମଣ କରିଥିଲା। ସେ ତାଙ୍କ ବେକରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ସୋମାଙ୍କ ମୃତ୍ୟୁ ଘଟିଥିଲା।
ଏହି ଘଟଣା ପରେ କୋକା ଫେରାର୍ ହୋଇଯାଇଛି। ପୁଲିସ୍ ତାକୁ ଖୋଜାଖୋଜି କରିବା ସହିତ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2L93PUy
No comments:
Post a Comment