ବିଦାୟୀ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଡାକିବୁ: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ବିଦାୟୀ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଡାକିବୁ: ଧର୍ମେନ୍ଦ୍ର

Dharmendra

ବାଲେଶ୍ୱର (ରଶ୍ମୀ ରଞ୍ଜନ ଦାସ): ଆହୁରି ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ଥିବାବେଳେ, ରାଜ୍ୟ ରାଜନୀତିରେ ଚାଲିଛି ହାଇଡ୍ରାମା। ଭୋଟର୍‌ କାହା ମୁଣ୍ଡରେ ସୁନାକଳସ ଢାଳିବେ, କାହାକୁ ଜଣାନାହିଁ। ତେବେ ତା’ପୂର୍ବରୁ ନେତାଙ୍କ ମଧ୍ୟରେ ଶପଥ ଗ୍ରହଣ ସମାରୋହକୁ ନେଇ ଟକରାଟକରି ଚାଲିଛି।

୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ୱର ଗସ୍ତରେ ଆସିଥିବା ବେଳେ, ବିଜେଡି ସରକାର ବିଦା ହେଲା ପରେ ପୁଣି ଓଡ଼ିଶା ଆସିବେ ବୋଲି କହିଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଲେଶ୍ୱରର ରେମୁଣାରେ ତାଙ୍କୁ ଛିଗୁଲେଇ କହିଥିଲେ ଯେ, ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ସୁଦ୍ଧା ବିଜେଡି ବହୁମତ ପାଇ ସାରିଲାଣି। ତେଣୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛନ୍ତି। ଆଉ ଏ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜବାବ ରଖିଛନ୍ତି।

ସେ କହିଛନ୍ତି- “ରାଜ୍ୟରେ ସରକାର ପରିବର୍ତ୍ତନ ହେବ। ବିଜେପି ସରକାର ଗଢ଼ିବ। ନୂଆ ସରକାର ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ଆସିବେ। ବିଦାୟୀ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁଙ୍କୁ ଆଦରର ସହକାରେ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିବୁ। ନବୀନ ବାବୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ବସାଇବୁ।”

ଗତକାଲି ନବୀନ ଆହୁରି ମଧ୍ୟ କହିଥିଲେ ଯେ, ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ବାଲେଶ୍ୱରରେ ମେଡିକାଲ କଲେଜ ନ କରାଇ ଦେବାକୁ ଉଦ୍ୟମ କରିଥିଲେ। ତାଙ୍କର ଏହି ମନ୍ତବ୍ୟ ଉପରେ ଧର୍ମେନ୍ଦ୍ର କହିଛନ୍ତି- “ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଅପରାଗତାକୁ ଲୁଚାଇବାକୁ ଚାହୁଁଛନ୍ତି। ବାରିପଦା ଓ ବାଲେଶ୍ୱରରେ ମେଡିକାଲ କଲେଜରେ କେନ୍ଦ୍ରର ୬୦ ଭାଗ ଅନୁଦାନରେ ହୋଇଛି। ନବୀନ ପଟ୍ଟନାୟକ ମିଛ ତଥ୍ୟର ସୌଦାଗର।”

ମୁଖ୍ୟମନ୍ତ୍ରୀ କହିଥିଲେ- “ବାଲେଶ୍ୱରରେ ମେଡିକାଲ୍‌ କଲେଜ୍‌ ପାଇଁ ରାଜ୍ୟ ସରକାର ୧୮୫୦ କୋଟି ଟଙ୍କା ଦେଇଛନ୍ତି। ମାତ୍ର କେନ୍ଦ୍ର ସରକାର ୧୦୦ କୋଟି ଟଙ୍କା ଦେଇଛନ୍ତି। ତେବେ ଏଠାରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ପାଇଁ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ବିରୋଧ କରିଥିଲେ। ଆହାର ଯୋଜନାରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେଉଛନ୍ତି। ମାତ୍ର ସେହି ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ଏହି ଯୋଜନାକୁ ବନ୍ଦ ପାଇଁ ଚେଷ୍ଟା କରିଥିଲେ। ଏ କି ପ୍ରକାର ରାଜନୀତି? ଫକୀରମୋହନ ମାଟିର ସ୍ୱାଭିମାନୀ ଓଡ଼ିଆ ଏହାର ଉଚିତ୍‌ ଜବାବ ଦେବେ।”

ଅନ୍ୟପକ୍ଷରେ ଧର୍ମେନ୍ଦ୍ର ଦାବି କରିଛନ୍ତି ଯେ, ବାଲେଶ୍ୱର ଲୋକସଭା ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନରେ ବିଜେପି ବିଜୟ ଲାଭ କରିବ। ସେ ଆଜି ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି। ଲୋକସଭା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ସହ ମିଶି ସେ ରୋଡ୍ ଶୋ’ କରିଥିଲେ।



from Odisha Reporter http://bit.ly/2Gv24ve

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages