ନାଗରିକତ୍ୱର ପରୀକ୍ଷା ଦେବେ ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ନାଗରିକତ୍ୱର ପରୀକ୍ଷା ଦେବେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ୨୦୦୪, ୨୦୦୯ ଓ ୨୦୧୪ରେ ନିର୍ବାଚିତ ହୋଇଥିବା ସାଂସଦ ତଥା ଦେଶର ସର୍ବପୂରାତନ ରାଜନୀତିକ ଦଳ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧି ୨୦୧୯ ସାଧାରଣ ନିର୍ବାଚନ ଚାଲିଥିବା ସମୟରେ ନିଜ ନାଗରିକତ୍ୱର ପ୍ରମାଣ ଦେବେ। ବିଜେପି ସାଂସଦ ସୁବ୍ରମଣିୟନ୍ ସ୍ୱାମୀ କଂଗ୍ରେସ ଅଧ୍ୟକ୍ଷ ଜଣେ ବ୍ରିଟିଶ ନାଗରିକ ବୋଲି ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗ ଆଧାରରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାହୁଲ ଗାନ୍ଧିଙ୍କୁ ନୋଟିସ୍‌ ପଠାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ରାହୁଲ ଭାରତର ନାଗରିକ କି ନୁହେଁ ତା’ର ଜବାବ ଦାଖଲ କରିବେ ବୋଲି ନୋଟିସ୍‌ରେ କୁହାଯାଇଛି।

ଶ୍ରୀ ସ୍ୱାମୀ ଏକ ବ୍ରିଟିଶ କମ୍ପାନୀର ଦସ୍ତାବିଜ୍‌କୁ ଆଧାର କରି ରାହୁଲଙ୍କ ନାଗରିକତ୍ୱ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଲଣ୍ଡନରେ ଥିବା ଉକ୍ତ କମ୍ପାନୀର ନିର୍ଦ୍ଦେଶକ ହେଉଛନ୍ତି ରାହୁଲ ଗାନ୍ଧି। ସେହିପରି କମ୍ପାନୀରେ ରାହୁଲଙ୍କ ୬୫% ଅଂଶଧନ ରହିଛି। କମ୍ପାନୀର ଦସ୍ତାବିଜ୍‌ରେ ରାହୁଲ ନିଜକୁ ବ୍ରିଟିଶ ନାଗରିକ ଦର୍ଶାଇଥିବା ସ୍ୱାମୀ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଉତ୍ତର ପ୍ରଦେଶର ଆମେଠି ଆସନରୁ ରାହୁଲ ଗାନ୍ଧିଙ୍କ ସହ ଲଢ଼େଇ କରୁଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ।

ହେଲେ ନିର୍ବାଚନ କମିଶନ ଏହାର ତର୍ଜମା କରି ରାହୁଲଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ। ଏହା ସତ୍ତ୍ୱେ ସ୍ୱାମୀଙ୍କ କରିଥିବା ଅଭିଯୋଗକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବେଶ ଗୁରୁତ୍ୱର ସହ ନେଇ ଆଜି ରାହୁଲ ଗାନ୍ଧିଙ୍କୁ ନୋଟିସ୍‌ ପଠାଇଛି। ଏହି ନୋଟିସ୍‌ରେ ଲେଖାଯାଇଛି ଯେ “ବ୍ୟାକପସ୍‌ ଲିଃ ନାମକ ଏକ କମ୍ପାନୀର ବାର୍ଷିକ ରିଟର୍ଣ୍ଣ ଫାଇଲ୍‌ରେ ରାହୁଲ ନିଜକୁ ବ୍ରିଟିଶ ନାଗରିକ ବୋଲି ଦର୍ଶାଇଛନ୍ତି।

ଏହି କମ୍ପାନୀଟି ୨୦୦୩ରେ ଲଣ୍ଡନରେ ସ୍ଥାପିତ ହୋଇଛି। ଏହି କମ୍ପାନୀର ନିର୍ଦ୍ଦେଶକ ରାହୁଲ ଗାନ୍ଧି ରହିଥିବା ସ୍ୱାମୀ ଅଭିଯୋଗ କରିଛନ୍ତି। ସେହିପରି ୧୦/୧୦/୨୦୧୫ ଓ ୩୧/୧୦/୨୦୦୬ରେ କମ୍ପାନୀର ବାର୍ଷିକ ରିଟର୍ଣ୍ଣ ଫାଇଲ ହୋଇଥିଲା। ଏଥିରେ ରାହୁଲ ଗାନ୍ଧିଙ୍କ ଜନ୍ମ ତାରିଖ ୧୯/୬/୧୯୭୦ ରହିଛି। ଏଥିରେ ରାହୁଲ ନିଜକୁ ବ୍ରିଟିଶ ନାଗରିକ ବୋଲି ଦର୍ଶାଇଛନ୍ତି। ତେଣୁ ଆପଣ ଏ ସମ୍ପର୍କରେ ନିଜର ପକ୍ଷ ୧୫ ଦିନ ମଧ୍ୟରେ ସ୍ପଷ୍ଟ କରନ୍ତୁ।”

ଅନ୍ୟପକ୍ଷରେ ନୋଟିସ୍‌ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, “ଯଦି ଜଣେ ସାଂସଦ ଅଭିଯୋଗ କରୁଛନ୍ତି, ତା’ହେଲେ ମନ୍ତ୍ରଣାଳୟ ପକ୍ଷରୁ ଆଇନ୍‌ ଅନୁସାରେ ସବୁ କାର୍ଯ୍ୟ କରାଯିବ। ଏହା ଏକ ନିୟମିତ ଓ ସ୍ୱାଭାବିକ କାର୍ଯ୍ୟ। ଏହା ବଡ଼ ପ୍ରସଙ୍ଗ ନୁହେଁ।”

ଏହା ପୂର୍ବରୁ ବିଜେପି ସମାନ ଦସ୍ତାବିଜ ଆଧାରରେ ରାହୁଲ ଗାନ୍ଧିଙ୍କୁ ଘେରିବାକୁ ଚେଷ୍ଟା କରିଥିଲା।



from Odisha Reporter http://bit.ly/2UQZSTQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages