ଚୟନକର୍ତ୍ତାଙ୍କୁ ପନ୍ତଙ୍କ ଜବାବ, ବ୍ୟାଟିଂ କରୁଥିବା ବେଳେ ଭାବୁଥିଲେ ଏହି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଚୟନକର୍ତ୍ତାଙ୍କୁ ପନ୍ତଙ୍କ ଜବାବ, ବ୍ୟାଟିଂ କରୁଥିବା ବେଳେ ଭାବୁଥିଲେ ଏହି କଥା

ଜୟପୁର: ବିଶ୍ୱକପରେ ସ୍ଥାନ ନମିଳିବା ଋଷଭ ପନ୍ତଙ୍କୁ ବହୁତ ଆଘାତ ଦେଇଛି। କିନ୍ତୁ ପନ୍ତ ଏଥିରେ ନିରାଶ ନ ହୋଇ ନିଜ ବ୍ୟାଟ୍ ଦ୍ୱାରା ଚୟନକର୍ତ୍ତାଙ୍କୁ ଜବାବ ଦେଇଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ପନ୍ତ ମାତ୍ର ୩୬ ବଲରେ ୭୮ ରନ୍‌ର ଦମଦାର ଇନିଂସ୍ ଖେଳିଥିଲେ। ପନ୍ତଙ୍କ ଏହି ଇନିଂସ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲରେ ସପ୍ତମ ବିଜୟ ହାସଲ କରିଛି।

ତେବେ ଏହି ବିସ୍ଫୋରକ ଇନିଂସ ଖେଳୁଥିବା ସମୟରେ ପନ୍ତଙ୍କ ମନରେ ଗୋଟିଏ କଥା ଘୁରି ବୁଲୁଥିଲା। ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବା ଅବସରରେ ପନ୍ତ କହିଥିଲେ, ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଟିମକୁ ଜିତାଇଥିବାରୁ ମୁଁ ବହୁତ ଖୁସି। ଗୋଟିଏ କଥା ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ, ବ୍ୟାଟିଂ କରୁଥିବା ସମୟରେ ମୋ ମନ ଭିତରେ ଚୟନ କଥା ଘୁରି ବୁଲୁଥିଲା। କିନ୍ତୁ ମୁଁ ମୋ ଖେଳ ଉପରେ ଫୋକସ ଦେଇଥିଲି ଏବଂ ଏହାର ଫାଇଦା ମଧ୍ୟ ମିଳିଥିଲା।

ଏଠାକାର ୱିକେଟ୍ ବହୁତ ଭଲ ଥିଲା ଏବଂ ମୁଁ ଏହାର ଫାଇଦା ଉଠାଇବାକୁ ପ୍ରୟାସ କରିଥିଲି। ତେବେ ଆମ ଟିମର ସବୁଠାରୁ ବଡ଼ କଥା ହେଉଛି, ସମସ୍ତେ ନିଜ ନିଜର ଭୂମିକାକୁ ଭଲଭାବେ ବୁଝନ୍ତି। ଏହାଛଡ଼ା ଟିମର ସର୍ପୋଟ୍ ଷ୍ଟାଫ୍ ଆମକୁ ଆମ ଭୂମିକା ସମ୍ବନ୍ଧରେ ଅବଗତ କରାନ୍ତି। ଏହାହିଁ ଆମ ଟିମ୍ ସଫଳତାର ରହସ୍ୟ ବୋଲି ପନ୍ତ କହିଥିଲେ।

ସୂଚନାଯୋଗ୍ୟ, ବିଶ୍ୱକପରେ ପନ୍ତଙ୍କ ନାମକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା, କିନ୍ତୁ ତାଙ୍କ ସ୍ଥାନରେ ଦିନେଶ କାର୍ତ୍ତିକଙ୍କୁ ଭାରତୀୟ ଦଳରେ ସାମିଲ୍ କରାଯାଇଥିଲା। ଜାତୀୟ ଦଳରୁ ବାଦ୍ ନେଇ ପନ୍ତ ବହୁତ ନିରାଶ ହୋଇଥିଲେ। କିନ୍ତୁ ପନ୍ତଙ୍କୁ ଚୟନକର୍ତ୍ତା ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ଷ୍ଟାଣ୍ଡ ବାଇ ଭାବେ ରଖିଛି।



from Odisha Reporter http://bit.ly/2vipizr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages