
ସତ୍ୟାନନ୍ଦ ମହାନ୍ତି(ରାଉରକେଲା):ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଗସ୍ତ ଅବସରରେ ଆସିଥିବା ବେଳେ ତାଙ୍କ ହେଲିକେପ୍ଟର ଯାଞ୍ଚ କରାଯାଇଥିଲା ।
ଆଇଡିଏଲ ଷ୍ଟାଡିୟମ ଗ୍ରାଉଣ୍ଡରେ ତାଙ୍କ ହେଲିକେପ୍ଟର ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ଫ୍ଲାଇଁ ସ୍କ୍ୱାର୍ଡ଼ ଏବଂ ଷ୍ଟାଟିକ୍ ସର୍ଭିଲେନ୍ସ ଟିମ ପକ୍ଷରୁ ଯାଞ୍ଚ କରାଯାଇଥିଲା। ନୋଡାଲ ଅଫିସର ଭାବେ ତହସିଲଦାର ବିଶ୍ୱରଞ୍ଜନ ରଥ, ଅତିରିକ୍ତ ତହସିଲଦାର ଅଭିଜିତ ମହନ୍ତଙ୍କ ନେତୃତ୍ୱରେ ହେଲିକେପ୍ଟରକୁ ସର୍ଚ୍ଚ କରାଯାଇଥିଲା।
ହେଲିକେପ୍ଟର ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଆଟାଚି ଏବଂ ଏୟାର ବ୍ୟାଗ ମଧ୍ୟ ସର୍ଚ୍ଚ କରାଯାଇଥିଲା। କ୍ଲିଅରାଂଶ ପରେ ମୁଖ୍ୟମନ୍ତ୍ରୀ ରୋଡ଼ ଶୋ’ରେ ଯାଇଥିଲେ। ନୋଡାଲ ଅଫିସର ତହସିଲଦାର ବିଶ୍ୱରଞ୍ଜନ ରଥ ଏହି ସୂଚନା ଦେଇଛନ୍ତି।
from Odisha Reporter http://bit.ly/2vaY4KY
No comments:
Post a Comment