
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୧ ବିଧାନସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି।
ଭୋଗରାଇର ହୁଗୁଳି ସ୍ଥିତ ୨୪୭ ନମ୍ବର ବୁଥ୍ରେ ବିଜେଡି କର୍ମୀମାନେ ଜଣେ ବିଜେପି ଏଜେଣ୍ଟଙ୍କୁ ମାଡ଼ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସେଠାରେ ପୁଲିସ୍ ମୁତୟନ କରାଯାଇଛି।
ସେହିପରି କେନ୍ଦ୍ରାପଡ଼ାର ମାହାଙ୍ଗର ସୁକରପଡ଼ା ବୁଥ୍ରେ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ତାଙ୍କ ଦଳର କର୍ମୀଙ୍କୁ ବିଜେଡି କର୍ମୀମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବୈଜୟନ୍ତ ବୁଥ୍ ପରିଦର୍ଶନରେ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା। ଏପରିକି ବିଜେଡି କର୍ମୀମାନେ ଗଣମାଧ୍ୟମ କର୍ମଚାରୀଙ୍କୁ ମଧ୍ୟ ଠେଲାପେଲା କରିଥିଲେ।
ଭଦ୍ରକର ବାସୁଦେବପୁରର ୮୬ ନମ୍ବର ବୁଥ୍ରେ ମଧ୍ୟ ବିଜେଡି କର୍ମୀଙ୍କ ଦାଦାଗିରି ଦେଖିବାକୁ ମିଳିଥିଲା। ଏଠାରେ ଜଣେ ବିଜେଡି ସମର୍ଥକ ବାରମ୍ବାର ବୁଥ୍ ଭିତରକୁ ଆସିବା ପରେ ଉପସ୍ଥିତ କଂଗ୍ରେସ୍ କର୍ମୀମାନେ ପ୍ରତିବାଦ କରିଥିଲେ। ଫଳରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅଭିଯୋଗ ପାଇବା ପରେ ପୁଲିସ୍ ଉକ୍ତ ଯୁବକଙ୍କୁ ଅଟକ ରଖିଛି।
from Odisha Reporter http://bit.ly/2WdkIOI
No comments:
Post a Comment