ପାଟକୁରାରୁ ବିଜୟ, ଭୁବନେଶ୍ୱର ଉତ୍ତରରୁ ଅପରାଜିତା ଲଢ଼ିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ପାଟକୁରାରୁ ବିଜୟ, ଭୁବନେଶ୍ୱର ଉତ୍ତରରୁ ଅପରାଜିତା ଲଢ଼ିବେ

BIJAYA

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଆଜି ଆଉ ୧୧ଟି ବିଧାନସଭା ଆସନ ସହିତ ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହା ସହିତ ଦଳ ସର୍ବାଧିକ ୧୪୨ଟି ବିଧାନସଭା ଆସନ ପାଇଁ ନାମ ଘୋଷଣା କରି ସାରିଥିବା ବେଳେ ୨୦ଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇସାରିଛି।

ନିକଟରେ ପୁଣି ଦଳକୁ ଫେରିଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପାଟକୁରା ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି। ସେହିପରି ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଭୁବନେଶ୍ୱର ଉତ୍ତର ଆସନରୁ ଦଳ ପ୍ରାର୍ଥୀ କରିଛି।

ଆନନ୍ଦପୁରରୁ ଦଳ ଆଲୋକ ସେଠୀଙ୍କୁ ପ୍ରାର୍ଥୀ କରିଛି। ଏଠାରୁ ଦଳ ପ୍ରଥମେ ଭାଗିରଥୀ ସେଠୀଙ୍କୁ ଟିକେଟ୍ ଦେଇଥିଲା। ତେବେ ସେ ଦଳ ଛାଡ଼ି ବିଜେଡିକୁ ପଳାଇଥିଲେ।

ରାଇରଙ୍ଗପୁରରୁ ନବ ଚରଣ ମାଝୀଙ୍କୁ ଟିକେଟ୍‌ ଦିଆଯାଇଥିବା ବେଳେ ମୋରଡ଼ାରୁ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ନୀଳଗିରିରୁ ସୁକାନ୍ତ ନାୟକ, ଆଠମଲ୍ଲିକରୁ ଭାଗିରଥୀ ପ୍ରଧାନ, ବାଙ୍କୀରୁ ଶୁଭ୍ରାଂଶୁ ଶେଖର ପାଢ଼ୀ, ଆଠଗଡ଼ରୁ ବ୍ରଜେନ୍ଦ୍ର ରାୟ, ମହାକାଳପଡ଼ାରୁ ବିଜୟ ପ୍ରଧାନ ଓ ପୁରୀରୁ ଜୟନ୍ତ ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରାଯାଇଛି।

ସେହିପରି ମୟୂରଭଞ୍ଜ ଲୋକସଭା ଆସନରୁ ବିଶ୍ୱେଶ୍ୱର ଟୁଡୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭଦ୍ରକରୁ ଅଭିମନ୍ୟୁ ସେଠୀ ଓ ଯାଜପୁରରୁ ଅମିୟ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି।



from Odisha Reporter https://ift.tt/2YGyN92

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages