୨୫ ବର୍ଷ ପରେ ଗୋଟିଏ ମଞ୍ଚରେ ମିଳିତ ଉଦବୋଧନ ଦେବେ ସପା-ବସପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

୨୫ ବର୍ଷ ପରେ ଗୋଟିଏ ମଞ୍ଚରେ ମିଳିତ ଉଦବୋଧନ ଦେବେ ସପା-ବସପା

ନୂଆଦିଲ୍ଲୀ: ୯୦ ଦଶକ ପରେ ପୁଣିଥରେ ଗୋଟିଏ ମଞ୍ଚରେ ଏକାଠି ହୋଇ ଉଦବୋଧନ ଦେବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ଦୁଇ ପ୍ରମୁଖ ଦଳ ସମାଜବାଦୀ ପାର୍ଟି (ସପା) ଓ ବହୁଜନ ସମାଜବାଦୀ ପାର୍ଟି (ବସପା)। ଚଳିତ ସଧାରଣ ନିର୍ବାଚନରେ ବହୁଜନ ସମାଜବାଦୀ ପାର୍ଟି, ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ଉତ୍ତର ପ୍ରଦେଶରେ ମହାମେଣ୍ଚ କରିଛନ୍ତି।

୯୦ ଦଶକରେ ମନ୍ଦିର-ମସଜିଦ ବିବାଦକୁ ନେଇ ସେତେବେଳର ଶାସକ ଦଳ ବିଜେପିକୁ ହଟାଇବା ପାଇଁ ଏକ ହୋଇଥିଲେ ସପା-ବସପା। ଆଉ ସଫଳ ମଧ୍ଯ ହୋଇଥିଲେ। ଏବେ ମଧ୍ଯ ରାଜନୈତିକ ସମୀକରଣ ସମାନ ସ୍ଥିତି ରହିଥିବାବେଳେ ପ୍ରସଙ୍ଗ କିନ୍ତୁ ଅଲଗା ରହିଛି। ସେତେବେଳେ ସପାରୁ ମୁଲାୟମ ସିଂହ ଯାଦବ ମଙ୍ଗ ଧରିଥିବା ବେଳେ ବସପାର ମଙ୍ଗ ଧରିଥିଲେ କାଂଶିରାମ। ଏବେ ଏହି ଦୁଇ ନେତାଙ୍କ ଉତ୍ତରାଧିକାରୀ ଏକାଠି ହୋଇଛନ୍ତି ବିଜେପି ବିରୋଧରେ। ପାଖାପାଖି ୧୦ଟି ରାଲି ଚଳିତ ନିର୍ବାଚନ ପାଇଁ ଏହି ଦୁଇ ଦଳ ମିଶି କରିବେ ବୋଲି ଜଣାପଡ଼ିଛି।

ତେବେ ଦୀର୍ଘ ୨୫ ବର୍ଷ ପରେ ହେଉଥିବା ଏହି ମିଳିତ ସମାବେଶ ଉପରେ ସାରା ଦେଶର ନଜର ରହିଛି। ପଶ୍ଚିମ ୟୁପିର ଦେଓବନ୍ଦରେ ହେବାକୁ ଥିବା ଏହା ରାଲିରେ ସପା-ବସପା ମୁସଲିମ ଓ ଦଳିତଙ୍କ ଭୋଟ ଉପରେ ନଜର ରଖି ଏହି ରାଲି କରିଛନ୍ତି।

ପଶ୍ଚିମ ଉତ୍ତର ପ୍ରଦେଶର ଏପ୍ରିଲ ୧୧ ତାରିଖ ଦିନ ୮ଟି ଲୋକସଭା ଆସନ ପାଇଁ ଭୋଟ ପଡ଼ିବାକୁ ଯାଉଛି। ତେଣୁ ଏହି ରାଲି ଶାସକ ବିଜେପି ବିରୋଧରେ ବଳ ଗୋଟାଇବା ପାଇଁ ସହାୟକ ହେବ ବୋଲି କଂଗ୍ରେସ ଆଶା ରଖିଛି। ୨୦୧୪ ସାଧାରଣ ନିର୍ବାଚନରେ ଏହି ୮ ଲୋକସଭା ଆସନରେ ମୋଦି ହାୱାରେ ସମସ୍ତ ନେତା ପରାସ୍ତ ହୋଇଥିଲେ। ଯେଉଁଥିରେ ଏବେ ମହାମେଣ୍ଟରେ ସାମିଲ ଥିବା ଆରଏଲଡ଼ିର ପ୍ରମୁଖ ଅଜିତ ସିଂହ ମଧ୍ଯ ପରାସ୍ତ ହୋଇଥିଲେ।

୨୦୧୪ରେ ମୋଦି ଲହରୀରେ ଉତ୍ତର ପ୍ରଦେଶର ୮୦ ଲୋକସଭା ଆସନରୁ ବିଜେପି ଏକାକୀ ୭୧ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା। ରାଜ୍ଯର ପ୍ରମୁଖ ଦଳ ବସପା କୌଣସି ଆସନ ଜିତିନଥିଲା। ସେତେବେଳେ ଦଳିତ ଭୋଟର ଅଧିକ ବିଜେପିକୁ ସମର୍ଥନ କରିଥିଲେ। ପରବର୍ତ୍ତୀ ସମୟରେ ବିଧାନସଭା ନିର୍ବାଚନରେ ମଧ୍ଯ ବିଜେପିକୁ ଭୋଟ ଦେଇ ଦଳିତ ଭୋଟର କେବଳ ଜାତି ଆଧାରରେ ଭୋଟ ଦେବାକୁ ଚାହିୁଁନଥିବା ସ୍ପଷ୍ଚ କରିଥିଲେ।

ହେଲେ ୨୦୧୮ରେ କୌରାନା ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ସପା-ବସପା ସମର୍ଥନରେ ଆରଏଲଡି ପ୍ରାର୍ଥୀ ବିଜେପି ପାଖରୁ ଏହି ଆସନକୁ ନିଜେ ଅକ୍ତିଆର କରିଥିଲା। ଏହି ବିଜୟ ୨୦୧୯ ନିର୍ବାଚନରେ ବିଜେପି ବିରୋଧରେ ଏକ ହେବା ପାଇଁ ତିନି ଦଳକୁ ଏକତ୍ରିତ କରିବା ପାଇଁ ବାଟ ଦେଖାଇଥିଲା।



from Odisha Reporter http://bit.ly/2TWo5ru

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages