
କୋଲକାତା: ପଶ୍ଚିମବଙ୍ଗରେ ସୁରକ୍ଷା ବ୍ୟବସ୍ଥା ହୁଗୁଳି ଯାଇଛି। ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ଆୟୋଗ ଅଜୟ ଭି ନାୟକ କହିଛନ୍ତି, ପଶ୍ଚିମବଙ୍ଗରେ ବର୍ତ୍ତମାନର ଅବସ୍ଥା ୧୫ ବର୍ଷ ତଳେ ବିହାରର ଅବସ୍ଥା ଭଳି। ନିର୍ବାଚନ ବେଳେ ଜନସାଧାରଣଙ୍କର ରାଜ୍ୟ ପୁଲିସ ଉପରେ ଭରସା ନାହିଁ। ତେଣୁ ବାକି ରହିଥିବା ନିର୍ବାଚନରେ ୯୨ ପ୍ରତିଶତରୁ ଅଧିକ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ଆୟୋଗ। ୧୯୮୪ ବ୍ୟାଚର ଆଇଏଏସ ଅଧିକାରୀ ଅଜୟ ଭି ନାୟକ ପଶ୍ଚିମବଙ୍ଗର ଅନ୍ତିମ ପାଞ୍ଚଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ସେ ବିହାରରେ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି।
ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ, ୧୫ ବର୍ଷ ପୂର୍ବରୁ ବିହାରରେ ପ୍ରତି ବୁଥରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବାକୁ ପଡ଼ୁଥିଲା, ଏବେ କିନ୍ତୁ ବିହାରରେ ସ୍ଥିତି ବଦଳିଛି। ହେଲେ ପଶ୍ଚିମବଙ୍ଗର ସ୍ଥିତି ବିହାର ଅପେକ୍ଷା ଅଧିକ ସଙ୍ଗିନ ବୋଲି ସେ ମତ ରଖିଛନ୍ତି।
ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ରହିଛି, ଏଥିରେ ପଶ୍ଚିମବଙ୍ଗରେ ୫ଟି ଲୋକସଭା ଆସନ ପାଇଁ ମତଦାନ ହେବ। ଏଥିରେ ୩୨୪ କେନ୍ଦ୍ରୀୟ ଫୋର୍ସ ବୁଥ ପିଛା ଭାଗ କରାଯାଇ ନିୟୋଜିତ କରାଯିବବୋଲି ସେ କହିଛନ୍ତି।
from Odisha Reporter http://bit.ly/2IMQ4Yz
No comments:
Post a Comment