ମଙ୍ଗଳ ଗ୍ରହରେ ଭୂକମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ମଙ୍ଗଳ ଗ୍ରହରେ ଭୂକମ୍ପ

ୱାଶିଂଟନ୍‌: ଆମ ପୃଥିବୀ ପରି ମଙ୍ଗଳ ଗ୍ରହରେ ମଧ୍ୟ ଭୂମିକମ୍ପ ହୁଏ। ଏଭଳି ସାଂଘାତିକ ତଥ୍ୟ ଆଣିଛି ମହାକାଶ ଗବେଷଣା ସଂସ୍ଥା ନାସା। ପୃଥିବୀର ଆର୍ଥକ୍ୱାକ୍‌ ପରି ମଙ୍ଗଳ ଗ୍ରହର ଭୂକମ୍ପକୁ ମାର୍ଶକ୍ୱାକ୍‌ କୁହାଯାଉଛି। କାଲିଫର୍ଣ୍ଣିଆଠାରେ ଥିବା ଜେଟ୍‌ ପ୍ରପଲସନ୍‌ ଲାବୋରେଟୋରି ପ୍ରଥମ ଥର ପାଇଁ ପୃଥିବୀ ବ୍ୟତିରେକ ଅନ୍ୟ ଏକ ଗ୍ରହର ଭୂକମ୍ପ ରେକର୍ଡ କରିଛି।

ଏହି ଗ୍ରହରେ ଗତ ୫ ମାସରେ ଏକ ରୋବୋଟିକ୍‌ ତଦନ୍ତ ପରେ ଏହା ଜଣାପଡ଼ିଛି। ଏକ ସ୍ୱତନ୍ତ୍ର ମହାକାଶ ଯାନକୁ ମଙ୍ଗଳ ପଠାଯାଇ ଏହି ତଦନ୍ତ କରାଯାଇଥିଲା। ଚଳିତ ମାସ ୬ ତାରିଖରେ ଏହି ଭୂକମ୍ପ ରେକର୍ଡ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସିଗ୍‌ନାଲକୁ ବେଶ୍‌ କିଛି ଦିନ ଧରି ବୈଜ୍ଞାନିକମାନେ ପରଖିବା ପରେ ଜାଣିବାକୁ ପାଇଛନ୍ତି ଏହି ଗ୍ରହର ଭିତର ଭାଗରୁ ଏହି କମ୍ପନ ସୃଷ୍ଟି ହୋଇଥିଲା। ଏହାର ପ୍ରଭାବ ପବନରେ ମଧ୍ୟ ଅନୁଭୂତ ହୋଇଥିଲା।

ବର୍ତ୍ତମାନ ବ୍ୟାକ୍‌ଗ୍ରାଉଣ୍ଡ ନଏଜ୍ ମଧ୍ୟ ସଂଗ୍ରହ କରାଯାଉଛି। ପୃଥିବୀ ତୁଳନାରେ ମଙ୍ଗଳ ଗ୍ରହର ଭୂପୃଷ୍ଠ ଶାନ୍ତ ରହୁଥିବାରୁ ଏହା ସହଜରେ ପରଖାଯାପାରିଛି। ପୂର୍ବରୁ ୧୯୬୯ ଏବଂ ୧୯୭୭ରେ ଚନ୍ଦ୍ରପୃଷ୍ଠରେ ମଧ୍ୟ ଭୂକମ୍ପ ରେକର୍ଡ କରାଯାଇଥିଲା। ମଙ୍ଗଳ ଗ୍ରହର ଭୂକମ୍ପର ପ୍ରକାର କିଛି ସେହିଭଳି ହୋଇଥିବାରୁ ଏହାକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଛି।



from Odisha Reporter http://bit.ly/2UYasxw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages