ସଲ୍‌ମାନ୍‌ଙ୍କ ବିବାହ ନ କରିବାର ଆଉ ଏକ ସତ ଆସିଲା ସାମ୍ନାକୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ସଲ୍‌ମାନ୍‌ଙ୍କ ବିବାହ ନ କରିବାର ଆଉ ଏକ ସତ ଆସିଲା ସାମ୍ନାକୁ!

salman

ମୁମ୍ବାଇ : ବଲିଉଡ଼ର ସୁଲ୍‌ତାନ୍‌ ସଲମାନ ଖାନ୍ ଏବେ ନିଜର ଆଗାମୀ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଏହି ଫିଲ୍ମର ଗୋଟିଏ ପରେ ଗୋଟିଏ ପୋଷ୍ଟର ରିଲିଜ୍ ହେଉଛି। ଫଳରେ ଦର୍ଶକଙ୍କ ମଧ୍ୟରେ  ଫିଲ୍ମକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଫିଲ୍ମ ସହ ସଲ୍‌ମାନ୍‌ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି, ଖାସ୍‌ କରି ତାଙ୍କ ବାହାଘର କଥାକୁ ନେଇ। ସଲମାନ କେବେ ବିବାହ କରିବେ, ଏ ବିଷୟରେ ତାଙ୍କୁ ଅନେକ ଥର ପଚରା ଯାଇଥିବାବେଳେ ସେ ଭିନ୍ନ ଭିନ୍ନ କାରଣ ଦେଇ ବୁଝାଇଥାନ୍ତି।
ଏବେ ପୁଣି ସଲମାନଙ୍କ ବିବାହ ନ କରିବାକୁ ନେଇ ଆଉ ଏକ କାରଣ ସାମ୍ନାକୁ ଆସିଛି ।

ସଲମାନ ନିଜ ପରିବାର ବ୍ୟତୀତ ଆଉ କାହାକୁ ଅଧିକ ଗୁରୁତ୍ୱ ଦେଇ ପାରୁ ନଥିବାରୁ ବିବାହ କରୁ ନଥିବା ଜଣା ପଡ଼ିଛି । ରିପୋର୍ଟ ମୁତାବକ, ସଲ୍‌ମାନ୍‌ ନିଜ ପରିବାରକୁ ନେଇ ଖୁବ୍‌ ପ୍ରୋଟେକ୍ଟିଭ୍‌। ସେ ନିଜ ପରିବାରକୁ ସବୁଠୁ ଅଧିକ ଭଲ ପାଆନ୍ତି। ବ୍ୟସ୍ତତା ଭିତରୁ ଟିକେ ସମୟ ମିଳିଲେ ସଲମାନ ନିଜ ପରିବାର ସହ ସମୟ ବିତାଇଥାନ୍ତି । ଅନେକଥର ତାଙ୍କ ବିବାହକୁ ନେଇ କଥା ଉଠିଥିଲେ ବି ସେ ନିଜ ପରିବାରଠୁ ଅଧିକ ଗୁରୁତ୍ୱ ଆଉ କାହାକୁ ଦେଇପାରିବେନି। ସେଥିପାଇଁ ସେ ବିବାହ କରିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି ।

ସଲ୍‌ମାନ୍‌ଙ୍କ କହିବା ଅନୁଯାୟୀ, ବିବାହ ପରେ ନିଜ ପତ୍ନୀଙ୍କ ସହ ସମୟ ବାଣ୍ଟିବାକୁ ହେବ। ଆଉ ପତ୍ନୀଙ୍କୁ ସମ୍ମାନ ଓ ସମୟ ନଦେବା ଏକ ଭୁଲ୍‌ କଥା। ଖାସ୍ ଏହି କଥା ଭାବି ସଲମାନ ବିବାହ କରିବାକୁ ରାଜି ହେଉ ନାହାନ୍ତି ।



from Odisha Reporter http://bit.ly/2UNAUJP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages