
ନୂଆଦିଲ୍ଲୀ: ତେଲେଙ୍ଗାନା ବିଜେପି ବିଧାୟକ ଓ ପାକିସ୍ତାନ ସେନାର ମୁଖ୍ୟପାତ୍ରଙ୍କ ମଧ୍ୟରେ ଆଜି ଟ୍ୱିଟର୍ରେ ବାକ୍ଯୁଦ୍ଧ ଦେଖିବାକୁ ମିଳିଛି। ବିଜେପି ବିଧାୟକ ରାଜା ସିଂହ ନିଜ ଦ୍ୱାରା କମ୍ପୋଜ୍ ଏକ ଗୀତ ଭାରତୀୟ ସେନା ପାଇଁ ଗାଇ ଥିବା ବେଳେ ଏହାକୁ ନେଇ ପାକିସ୍ତାନ ସେନା ପକ୍ଷରୁ କପି ବା ନକଲ କରାଯାଇଛି ବୋଲି କୁହାଯାଇଛି।
ରାଜା ସିଂହ ନିଜ ଟ୍ୱିଟର ଆକାଉଣ୍ଟରେ ଏବେ ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ହେବା ଦରକାର ବୋଲି କହିବା ସହ ଭାରତୀୟ ସେନାକୁ ଉର୍ତ୍ସଗ କରି ଏକ ଭିଡିଓ ଅପଲୋଡ୍ କରିଛନ୍ତି। ଏଥିରେ ସେ ଏକ ଗୀତ ଗାଉଥିବା ଦେଖିବାକୁ ମିଳିଛି। ଏହି ଗୀତକୁ ସେ ନିଜେ ଲେଖିବା ସହ ଏହାକୁ କମ୍ପୋଜ ମଧ୍ୟ କରିଛନ୍ତି। ଏହି ଗୀତରେ ସେ ହିନ୍ଦୁସ୍ତାନ ଜିନ୍ଦାବାଦ୍ ବୋଲି କହୁଛନ୍ତି।
ତେବେ ରାଜା ସିହଂଙ୍କ ଏଭଳି ଗୀତକୁ ପାକିସ୍ତାନ ସେନା ମୁଖପାତ୍ର ଜେନେରାଲ ଆସିଫ ଗଫୁର ତାଚ୍ଛଲ୍ୟ କରିଛନ୍ତି। ସେ କହିଛନ୍ତି,“ ବିଧାୟକ ଜଣଙ୍କ ଆମ ଗୀତକୁ କପି କରିଥିବାରୁ ଧନ୍ୟବାଦ। କିନ୍ତୁ ସତ କହିବା ଭଳି ନକଲ ମଧ୍ୟ ପାକିସ୍ତାନ ଠାରୁ ଶିଖିବା ଦରକାର।
ଦେଶର ସେନା ପକ୍ଷରୁ ପାକିସ୍ତାନ ଦିବସ ଅର୍ଥାତ ମାର୍ଚ୍ଚ ୨୩ରେ ଏଭଳି ସଂଗୀତ ଥିବା ଗୀତକୁ ଜାରି କରାଯାଇଥିଲା। ଏବେ ଏହାକୁ କପି କରି ଭାରତର ଜଣେ ବିଧାୟକ ଟ୍ୱିଟରରେ ଛାଡ଼ିଛନ୍ତି।”
ଏହାର ଜବାବରେ ବିଧାୟକ ଜଣଙ୍କ କହିଛନ୍ତି, “ଭଲ ଲାଗୁଛି ପାକିସ୍ତାନ ମିଡିଆ ମଧ୍ୟ ମୋ ଗୀତ ହିନ୍ଦୁସ୍ତାନ ଜିନ୍ଦାବାଦ୍ରକୁ ବେଶ ଗୁରୁତ୍ୱ ଦେଇ ଖବର ପ୍ରକାଶ କରୁଛି।”
My new song which will be released on 14th April at 11:45 AM on the occasion of #SriRamNavami is dedicated to our #IndianArmy forces. pic.twitter.com/Es391cE2PT
— Chowkidar Raja Singh (@TigerRajaSingh) April 12, 2019
from Odisha Reporter http://bit.ly/2UYBGTF
No comments:
Post a Comment