
ନୂଆଦିଲ୍ଲୀ: ଚାଇନାର ବାଇଟଡ୍ୟାନ୍ସ ଟେକ୍ନୋଲଜି ଦ୍ବାରା ପ୍ରସ୍ତୁତ ଆଣ୍ଡ୍ରଏଡ୍ ଆପ୍ଲିକେସନ ଟିକ୍ଟକ୍ ଶେଷରେ ଗୁଗୁଲ ପ୍ଲେ ଷ୍ଟୋରରୁ ଡିଲିଟ୍ ହୋଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଟିକ୍ଟକ୍ ପ୍ଲେ ଷ୍ଟୋରରୁ ନିଜ ଆପ୍ଲିକେସନକୁ ହଟାଇବାକୁ ବାଧ୍ୟ ହୋଇଛି। ତେବେ ଭାରତରେ ଏହା କେବଳ ବ୍ଯାନ୍ ହୋଇଛି। ଅନ୍ଯ ସମସ୍ତ ରାଷ୍ଟ୍ରରେ ପୂର୍ବପରି ଏହି ଆପ୍ଲିକେସନ ତାର ସେବା ଯୋଗାଇବ।
ଚଳିତ ମାସ ଏପ୍ରିଲ୍ ୩ ତାରିଖରେ ମାଡ୍ରାସ ହାଇକୋର୍ଟ ଟିକ୍ଟକ୍ ଆପ୍ଲିକେସନ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଅଶ୍ଳୀଳ ଏବଂ ଅନାବଶ୍ୟକ ସାମଗ୍ରୀ ଏହି ଆପ୍ଲିକସେନରେ ଉପଲବ୍ଧ ହେଉଥିବା ବେଳେ ଛୋଟ ଛୁଆଙ୍କ ଉପରେ ଏହାର ପ୍ରଭାବ ପଡୁଥିବା ମାଡ୍ରାସ ହାଇକୋର୍ଟ ରାୟରେ ଶୁଣାଣି କରିଥିଲେ। ତେବେ କେନ୍ଦ୍ର ସରକାର ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ କରିଥିଲେ। ଏପ୍ରିଲ୍ ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେବେ ସୁପ୍ରିମକୋର୍ଟ ରାୟକୁ ସ୍ଥଗିତା ଦେଶ ରଖିବା ପରେ କେନ୍ଦ୍ର ସରକାରଙ୍କ ସୂଚନା ମନ୍ତ୍ରଣାଳୟ ଟିକ୍ଟକ୍ ଆପ୍ଲିକେସନକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲା।
from Odisha Reporter http://bit.ly/2IyBfZA
No comments:
Post a Comment