ଟିକିଏ ଭୁଲ ପାଇଁ ଦ୍ରାବିଡ଼ ଭୋଟ ଦେବାରୁ ହେବେ ବଞ୍ଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ଟିକିଏ ଭୁଲ ପାଇଁ ଦ୍ରାବିଡ଼ ଭୋଟ ଦେବାରୁ ହେବେ ବଞ୍ଚିତ

rahul dravid

ବେଙ୍ଗାଳୁରୁ: ଚଳିତ ନିର୍ବାଚନରେ ନିଜ ମତାଧିକାର ସାବ୍ଯସ୍ତ କରିପାରିବେ ନାହିଁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ରାହୁଲ ଦ୍ରାବିଡ଼। ଭୋଟର ଲିଷ୍ଟରେ ତାଙ୍କ ନାଁ ନଥିବା ଜଣାପଡ଼ିଛି। ତେଣୁ ୧୮ ଏପ୍ରିଲରେ ବେଙ୍ଗାଳୁରୁରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସେ ଭାଗ ନେଇ ପାରିବେ ନାହିଁ।

ବେଙ୍ଗାଳୁରୁ ନଗର ନିଗମକ ଅଧିକାରୀ ଏଲ୍. ସୁରେଶ କହିଛନ୍ତି ଦ୍ରାବିଡ଼ ସେଣ୍ଟ୍ରାଲ ବେଙ୍ଗାଳୁରୁରେ ନିଜ ପରିବାର ସହ ରହୁଥିଲେ। ଏବେ ସେ ଉତ୍ତର ବେଙ୍ଗାଳୁରୁକୁ ସ୍ଥାନାନ୍ତର କରି ସେଠିକାର ସ୍ଥାୟୀ ବାସିନ୍ଦା ହୋଇଛନ୍ତି। ଘର ପରିବର୍ତ୍ତନ କରିବା ପରେ ଭୋଟର କାର୍ଡରେ ଦ୍ରାବିଡ଼ ସଂଶୋଧନ କରିନଥିବା ଜଣାପଡ଼ିଛି।

ଭୋଟର ତାଲିକାରେ ସଂଶୋଧନ ପାଇଁ ମାର୍ଚ୍ଚ ୧୬ ଅନ୍ତିମ ତାରିଖ ଥିଲା। ସୂଚନାଯୋଗ୍ୟ ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ନିର୍ବାଚନ କମିଶନଙ୍କ ବ୍ରାଣ୍ଡ ଆମ୍ବାସଡ଼ାର ଥିଲେ।

ଦ୍ରାବିଡ଼ଙ୍କ ନାମ ସେଣ୍ଟ୍ରାଲ ବେଙ୍ଗାଳୁରୁ ନିର୍ବାଚନ ମଣ୍ଡଳୀରୁ ହଟାଇ ଦିଆଯାଇଥିଲା। କାରଣ ତାଙ୍କ ଭାଇ ବେଙ୍ଗାଳୁରୁ ନଗର ନିଗମ ଅଧିକାରୀଙ୍କୁ କହିଥିଲେ ଯେ ବିଧାନସଭା ନିର୍ବାଚନ ପରେ ଦ୍ରାବିଡ଼ ଉତ୍ତର ବେଙ୍ଗାଳୁରୁର ସ୍ଥାୟୀ ବାସିନ୍ଦା ହେବେ।



from Odisha Reporter http://bit.ly/2Gp2B2X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages