କଂଗ୍ରେସ ବନାମ ବିଜେପି ଇସ୍ତାହାର ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

କଂଗ୍ରେସ ବନାମ ବିଜେପି ଇସ୍ତାହାର ଲଢ଼େଇ

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦେଶର ଦୁଇ ପ୍ରମୁଖ ରାଜନୀତିକ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରତିଶ୍ରୁତି ପତ୍ର ଜାରି କରାଯାଇଛି। ପୂର୍ବରୁ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ଜାରି କରିଥିବା ବେଳେ ବିଜେପି ଆଜି ତା’ର ସଂକଳ୍ପ ପତ୍ର ଉନ୍ମୋଚିତ କରିଛି। ତେବେ ଏହି ଦୁଇ ଦଳ ଘୋଷଣା କରିଥିବା ନିର୍ବାଚନୀ ଇସ୍ତାହାରରେ କାହା ପାଇଁ କ’ଣ ରହିଛି ଆସନ୍ତୁ ଜାଣିବା।

ରାଷ୍ଟ୍ରୀୟ ସୁରକ୍ଷା

ବିଜେପି: ଜାତୀୟ ସୁରକ୍ଷାକୁ ନେଇ କୌଣସି ପ୍ରକାରର ସାଲିସ୍‌ କରାଯିବ ନାହିଁ। ଆତଙ୍କବାଦ ବିରୋଧରେ ଜିରୋ ଟଲରାନ୍ସ ଜାରି ରହିବ। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫-ଏକୁ ଉଚ୍ଛେଦ କରାଯିବ। ଧାରା ୩୫-ଏ ମହିଳା ଓ ରାଜ୍ୟବାସୀଙ୍କୁ ଦେଶ ଠାରୁ ଅଲଗା କରୁଛି। ଏହା ଉଚ୍ଛେଦ ହେଲେ ଜମ୍ମୁ-କଶ୍ମୀରର ଅଧିକ ବିକଶିତ ହୋଇପାରିବ। ସେନା ବାହିନୀ ଅଧିକ ଅସ୍ତ୍ରଶସ୍ତ୍ର ସହ ଅନୁପ୍ରବେଶ ଉଦ୍ୟମକୁ ସଂପୂର୍ଣ୍ଣ ବନ୍ଦ କରିପାରିବେ।

କଂଗ୍ରେସ: ଆଇପିସିର ଧାରା ୧୨୪-ଏ(ଦେଶଦ୍ରୋହ)କୁ ଉଚ୍ଛେଦ କରାଯିବ। ସେହିପରି ସେନାକୁ ଆଫ୍‌ସ୍ପା ଜରିଆରେ ମିଳିଥିବା ସ୍ୱତନ୍ତ୍ର କ୍ଷମତାକୁ ମଧ୍ୟ ତର୍ଜମା କରାଯାଇ ଏଥିରେ ଆବଶ୍ୟକ ପରିବର୍ତ୍ତନ କରାଯିବ। ସୁରକ୍ଷାକର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ତିକ୍ତତା ଦୂର କରାଯିବ।

ଦାରିଦ୍ର୍ୟ ଦୂରୀକରଣ

ବିଜେପି: ଦେଶର ପ୍ରତି ଗରିବ ପରିବାରକୁ ମାଗଣା ଏଲପିଜି ଗ୍ୟାସ ଦିଆଯିବ। ପ୍ରତି ପରିବାରକୁ ବାସଗୃହ, ପିଇବା ପାଣି ଓ ବିଜୁଳି ଯୋଗାଇ ଦିଆଯିବ।

କଂଗ୍ରେସ: ନ୍ୟାୟ ଯୋଜନା ଅନୁସାରେ ଦେଶର ସମସ୍ତ ଗରିବ ଲୋକଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଲେଖାଏ ଦିଆଯିବ। ଏହାଦ୍ୱାରା ଦେଶର ୨୦% ସବୁଠାରୁ ଗରିବ ଲୋକ ଉପକୃତ ହେବେ। ବର୍ଷକୁ ପ୍ରତି ପରିବାରକୁ ୭୨ ହଜାର ଅର୍ଥାତ ୫ ବର୍ଷରେ ୩.୬୦ ଲକ୍ଷ ଟଙ୍କା ଲେଖାଏ ଦିଆଯିବ।

ଚାଷୀ ଓ କୃଷି ସମସ୍ୟା

ବିଜେପି: ଚାଷୀଙ୍କ ଆୟ ୨୦୨୨ ସୁଦ୍ଧା ଦୁଇ ଗୁଣ ହେବ। କିଷାନ କ୍ରେଡିଟ୍‌ କାର୍ଡରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଉପରେ କୌଣସି ସୁଧ ଲାଗୁ ହେବନାହିଁ। ଗ୍ରାମାଞ୍ଚଳର ବିକାଶ ପାଇଁ ୫ ବର୍ଷରେ ୨୫ ଲକ୍ଷ କୋଟି ଖର୍ଚ୍ଚ ହେବ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୬୦ ବର୍ଷ ପରେ ପେନସନ ପ୍ରଦାନ କରାଯିବ। ସେହିପରି ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦେବ।

କଂଗ୍ରେସ: ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍‌ ଆଗତ ହେବ। ଚାଷୀମାନେ ଋଣ ସୁଝି ନ ପାରିଲେ ମଧ୍ୟ ସେମାନଙ୍କୁ ଜେଲ ଯିବାକୁ ପଡ଼ିବନାହିଁ। ଏମଜିନରେଗାର କାର୍ଯ୍ୟ ଦିବସ ୧୦୦ରୁ ୧୫୦କୁ ବୃଦ୍ଧି କରାଯିବ।

ନିଯୁକ୍ତି ଓ ରୋଜଗାର

ବିଜେପି: ଦେଶର ୨୨ଟି କ୍ଷେତ୍ରରେ ଯଥାସମ୍ଭବ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଉତ୍ତର ପୂର୍ବ ଭାରତରେ ନିଯୁକ୍ତି ପାଇଁ ନୂଆ ବ୍ୟବସ୍ଥା ହେବ। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୩୦ କୋଟି ଯୁବ ଉଦ୍ୟୋଗୀଙ୍କୁ ଋଣ ଦିଆଯିବ।

କଂଗ୍ରେସ: ୨୦୨୦ ଶେଷ ସୁଦ୍ଧା ସରକାରୀ କ୍ଷେତ୍ରରେ ୨୨ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବ। ଗ୍ରାମପଞ୍ଚାୟତରେ ୧୦ ଲକ୍ଷ ଯୁବକଙ୍କୁ ଚାକିରି ଦିଆଯିବ। ବ୍ୟବସାୟ ଆରମ୍ଭ କରିବାର ୩ ବର୍ଷ ଯାଏ ଯୁବକମାନଙ୍କୁ କୌଣସି ଅନୁମତି ବା ଲାଇସେନ୍ସ ନେବାକୁ ପଡ଼ିବ ନାହିଁ।



from Odisha Reporter http://bit.ly/2Z0GKGa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages