ପୂର୍ବା ଏକ୍ସପ୍ରେସ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ପୂର୍ବା ଏକ୍ସପ୍ରେସ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ

express

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାନପୁରର ରୁମା ରେଳଷ୍ଟେସନ୍ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ପୂର୍ବା ଏକ୍ସପ୍ରେସ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ ହେବା ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ରେଳବାଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ କେହି ଗୁରୁତର ଆହତ ହୋଇ ନାହାନ୍ତି।

ଟ୍ରେନ୍‌ଟି ହାୱଡାରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ୧୨ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ସେଥିରୁ ୪ଟି ବଗି ଓଲଟି ପଡ଼ିଥିଲା।

ଏହି ଦୁର୍ଘଟଣା ପରେ ପୂର୍ବା ଏକ୍ସପ୍ରେସ୍‌ର ୯୦୦ ଯାତ୍ରୀଙ୍କୁ ଦିଲ୍ଲୀ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଥିଲା। ଦୁର୍ଘଟଣା ଯୋଗୁ ଏହି ଲାଇନ୍‌ରେ ଚଳାଚଳ କରୁଥିବା ୧୧ଟି ଟ୍ରେନ୍‌କୁ ଆଜି ପାଇଁ ବାତିଲ କରି ଦିଆଯାଇଛି।

କାନପୁର ରେଳ ମଣ୍ଡଳର ଡିଆର୍‌ଏମ୍ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ତେବେ ଦୁର୍ଘଟଣାର କାରଣ ସଂପର୍କରେ କିଛି ସ୍ପଷ୍ଟ ହୋଇନି।

ଉତ୍ତର-କେନ୍ଦ୍ର ରେଳବାଇର ଆହ୍ଲାବାଦ ସ୍ଥିତ ଲୋକ ସଂପର୍କ ଅଧିକାରୀ ଜାରି କରିଥିବା ବିବୃତ୍ତିରେ କହିଛନ୍ତି, ଗତକାଲି ରାତି ୧୨ଟା ୫୦ରେ ଏହି ଦୁର୍ଘଟଣା ଘଟିଥିଲା। ୧୨ଟି ବଗି ଲାଇନ୍‌ଚ୍ୟୁତ ହେବା ଯୋଗୁ ଉକ୍ତ ଲାଇନ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଇ ନାହାନ୍ତି। ଖବର ପାଇବା ସଙ୍ଗେ ସଙ୍ଗେ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରେନ୍‌ର ପ୍ରଥମ କେତୋଟି ବଗି ଲାଇନ୍‌ଚ୍ୟୁତ ହୋଇ ନଥିଲା। ସେଗୁଡ଼ିକୁ କାନ୍‌ପୁର ସେଣ୍ଟ୍ରାଲ୍‌କୁ ଅଣାଯାଇଥିଲା। ସକାଳ ୫ଟା ୪୫ରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସମସ୍ତ ଯାତ୍ରୀଙ୍କୁ ଦିଲ୍ଲୀ ପଠାଯାଇଥିଲା।



from Odisha Reporter http://bit.ly/2IxlPpA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages