ମୁମ୍ୱାଇରୁ ଚୋରି କରିଥିଲା, ଓଡ଼ିଶାରୁ ଧରାପଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ମୁମ୍ୱାଇରୁ ଚୋରି କରିଥିଲା, ଓଡ଼ିଶାରୁ ଧରାପଡ଼ିଲା

ସୋର(ଶଶୀକାନ୍ତ ବେହେରା): ମୁମ୍ୱାଇରେ କାମ କରୁଥିବା ବେଳେ ସେ ଜଣଙ୍କ ଘରୁ ଚୋରି କରିଥିଲା। ଓଡ଼ିଶା ପୁଲିସ ସହାୟତାରେ ମୁମ୍ୱାଇ ପୁଲିସ ଆଜି ସେହି ଚୋରକୁ ଗିରଫ କରିଛି। ମାତ୍ର ଚୋରି ହୋଇଥିବା ସାମଗ୍ରୀ ଜବତ କରିପାରି ନାହିଁ।

ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗଣ୍ଡୁଆ ଗାଁର ମାନସ ମଲ୍ଲିକ କାମ କରିବା ପାଇଁ ମୁମ୍ବାଇ ଯାଇଥିଲେ। ସେଠାରେ ସେ ଜଣଙ୍କ ଘରେ କାମ କରୁଥିବା ବେଳେ ପରିବାର ଲୋକଙ୍କ ବିଶ୍ୱାସଭାଜନ ହୋଇଯାଇଥିଲା। ଏହାର ସୁଯୋଗ ନେଇ ସେ ସମ୍ପୃକ୍ତ ଘରୁ ଏକ କେଜି ସୁନା ଓ ରୁପା ଏବଂ ନଗଦ ୫୦ ହଜାର ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି।

ଘର ମାଲିକ ଏନେଇ କୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୁର୍ଲା ଥାନା ଅଧିକାରୀ ଗଣେଶ ଯାଦବଙ୍କ ନେତୃତ୍ୱରେ ଏକ ଟିମ୍‌ ଖଇରା ଥାନା ପୁଲିସ ସହାୟତାରେ ମାନସଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଛନ୍ତି। ପରେ ତାଙ୍କୁ ରିମାଣ୍ଡରେ ନେବା ପାଇଁ କୁର୍ଲା ପୁଲିସ ଆବେଦନ କରିଛି।



from Odisha Reporter http://bit.ly/2GeK5ci

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages